Pratidin TV

Odisha's Digital News Platform

ଚାଲିଥିଲା ଇସ୍ରାଏଲ-ହମାସ ଯୁଦ୍ଧ, ଖବର ସଂଗ୍ରହ ବେଳେ ଗୁଳି ବାଜି ଟଳି ପଡିଲେ ସାମ୍ବାଦିକ

1 min read

ଜାରି ରହିଛି ଇସ୍ରାଏଲ-ହମାସର ମହାଯୁଦ୍ଧ । ୭ରୁ ଉର୍ଦ୍ଧ ଦିନ ହେଲା ଚାଲୁ ରହିଥିବା ଯୁଦ୍ଧରେ ଚାଲିଯାଉଛି ନୀରିହ ଜୀବନ । ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷରୁ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି । ଯୁଦ୍ଧର ପ୍ରତ୍ୟକ ଖବର ସେଠାରେ ଉପସ୍ଥିତ ରହି ସାମ୍ବାଦିକମାନେ ଦେଇ ଆସୁଛନ୍ତି । ଯାହାଫଳରେ ସାରା ବିଶ୍ୱକୁ ଯୁଦ୍ଧ ସମ୍ବନ୍ଧରେ ଅନେକ ଖବର ମିଳି ପାରୁଛି । ତେବେ ଏହାରି ଭିତରେ ଇସ୍ରାଏଲରୁ ଆସିଛି ଏକ ଦୁଃଖଦ ଖବର । ଖବର ସଂଗ୍ରହ ବେଳେ ଜଣେ ସାମ୍ବାଦିକଙ୍କ ଜୀବନ ଚାଲିଯାଇଛି । ଦକ୍ଷିଣ ଲେବାନନରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଆକ୍ରମଣ ବେଳେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଏଥିସହ ଅନ୍ୟ ୬ଜଣ ଆହତ ହୋଇଛନ୍ତି । ଯୁଦ୍ଧରେ ବଳି ପଡିଗଲେ ଜଣେ ନିର୍ଭିକ ସାମ୍ବାଦିକ । ମୃତକ ଜଣକ ହେଲେ ଇସାମ ଅବ୍ଦୁଲ୍ଲା । ଆକ୍ରମଣରେ ଆଖି ବୁଜିଥିବା ସାମ୍ବାଦିକ ଜଣଙ୍କ ରୟଟର୍ସର ଭିଡିଓ ଗ୍ରାଫର ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ରୟଟର୍ସର ସାମ୍ବାଦିକ ଦକ୍ଷିଣ ଲେବାନନ ସୀମାବର୍ତ୍ତୀ ଅଞ୍ଚଳରେ ଯୁଦ୍ଧ ସମ୍ପର୍କିତ ଖବର ସଂଗ୍ରହ କରୁଥିଲେ । ଆକ୍ରମଣରେ ଆହତ ଅନ୍ୟ ସାମ୍ବାଦିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରଖାଯାଇଛି । ସମ୍ବାଦିକଙ୍କ ମୃତ୍ୟୁ ଖବର ଶୁଣି ଦୁଃଖପ୍ରକାଶ କରିଛି ରୟଟର୍ସ । ସେ ଦକ୍ଷିଣ ଲେବାନନରେ ରୟଟର୍ସ ପାଇଁ କାର୍ଯ୍ୟରତ ଥିଲେ । ସେ ଲାଇଭ୍ ଫୁଟେଜ୍ ପଠାଉଥିଲେ । ଇସ୍ରାଏଲ ସେନାର ଗୁଳିରେ ରୟଟର୍ସର ଆଉ ୨ ସାମ୍ବାଦିକ ଥେୟର ଅଲ୍ ସୁଡାନି ଓ ମେହର ନଜାହ ମଧ୍ୟ ଆହତ ହୋଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *