Pratidin TV

Odisha's Digital News Platform

ଭାରତ-ପାକିସ୍ତାନ ମହାଲଢେଇ ପୂର୍ବରୁ ଟେନସନ୍‌ରେ ବାବର , ଜାଣନ୍ତୁ କାରଣ କଣ ?

1 min read

ନୂଆଦିଲ୍ଲୀ ; ଭାରତ-ପାକିସ୍ତାନର ମହାଲଢେଇକୁ ନେଇ ସବୁଠି ଜୋରସୋର ଚର୍ଚ୍ଚା । ଉତ୍ସାହର ସହ ଲକ୍ଷ ଲକ୍ଷ ଦର୍ଶକ , ଫ୍ୟାନ୍ସ ମଧ୍ୟ ଫୁଲ ଦମରେ । ଅହମ୍ମଦାବାଦରେ ମଧ୍ୟ ଖଚାଖଚ୍ ଭିଡ୍ ହୋଟେଲଠୁ ନେଇ ଷ୍ଟାଡିୟମ ।
ତେବେ ଶୁକ୍ରବାର ପାକିସ୍ତାନର ଅଧିନାୟକ ବାବର ଆଜାମ କହିଛନ୍ତି ଯେ ମ୍ୟାଚ ପାଇଁ ଟିକେଟ୍ ହାସଲ କରିବାର ଚାପ ମ୍ୟାଚ୍ଠାରୁ ଅଧିକ।ଭାରତ ଏବଂ ପାକିସ୍ଥାନ ମଧ୍ୟରେ କ୍ରିକେଟ୍ ପ୍ରତିଦ୍ୱନ୍ଦ୍ୱିତା ଏହାର ତୀବ୍ରତା ପାଇଁ ପ୍ରସିଦ୍ଧ, ବିଶ୍ୱସ୍ତରୀୟ ଦର୍ଶକ ତଥା ଦୃଢସମର୍ଥନକୁ ଆକର୍ଷିତ କରିଥାଏ ।

ଲଗାତାର ଦୁଇଟି ବିଜୟ ହାସଲ କରି ଭାରତ ସେମାନଙ୍କ ଆତ୍ମବିଶ୍ୱାସକୁ ନେଇ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦୀର୍ଘ ଦିନର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମୁକାବିଲା କରିବାକୁ ଯାଉଛି। ତେବେମ୍ୟାଚ୍ ପୂର୍ବରୁ ବାବର ଆଜାମ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହି ମ୍ୟାଚ୍କୁ ନେଇ ସେ କୌଣସି ମତେ ଚାପରେ ନାହାନ୍ତି। ଉଭୟ ଦଳ ପରସ୍ପର ବିରୋଧରେ ଅନେକ ଥର ଖେଳିସାରିଛୁ। କିନ୍ତୁ ମ୍ୟାଚ୍ ଅପେକ୍ଷା ମ୍ୟାଚ୍ ଟିକେଟ୍ ପାଇଁ ଅଧିକ ଚାପରେ ଅଛୁ ।

Advertisement

ଅନ୍ୟପଟେ ବିଶ୍ବକପ୍ ପୂର୍ବରୁ ବିରାଟ କୋହଲି ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପାସ୍ କିମ୍ବା ଟିକେଟ୍ ପାଇଁ ଅନୁରୋଧ ନକରିବାକୁ ପରାମର୍ଶ ଦେଇଥିଲେ। ହେଲେ ପାକିସ୍ତାନ ଅଧିନାୟକ ବାବର ଆଜମ ଏହି ଚାପରୁ ମୁକୁଳି ପାରୁନାହାନ୍ତି। ତାଙ୍କ ପାଖକୁ ଟିକେଟ୍ ପାଇଁ ଏତେ ଅନୁରୋଧ ଆସୁଛି ଯେ, ଶନିବାର ମ୍ୟାଚ୍ ଅପେକ୍ଷା ଟିକେଟ୍ ପାଇଁ ଆସୁଥିବା ଅନୁରୋଧକୁ ନେଇ ସେ ଅଧିକ ଚାପରେ ଥିବା କହିଛନ୍ତି।

ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ହାଇଭୋଲଟେଜ ଟକ୍କର। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ। ବିଶ୍ଵର ସବୁଠୁ ବଡ଼ ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦୀ ଟିମ୍ । 1ଲକ୍ଷ 32 ହଜାର ଦର୍ଶକଙ୍କ କୋଳାହଳ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିବ । ଦିନିକିଆ ବିଶ୍ୱକପର ସବୁ ମ୍ୟାଚରେ ପାକିସ୍ତାନକୁ ହରାଇଛି ଭାରତ। ରେକର୍ଡ ଏବେ ରହିଛି ୭-୦ । ତେବେ ଆଜି କାହା ହାତରୁ କିଏ ଛଡାଇବ ଟ୍ରଫି ? ଏହି ରୋମାଞ୍ଚକର ମ୍ୟାଚକୁ ସମସ୍ତଙ୍କ ଅପେକ୍ଷା ।

Leave a Reply

Your email address will not be published. Required fields are marked *