Pratidin TV

Odisha's Digital News Platform

ଏଥର କୁମାର ପୁର୍ଣ୍ଣମୀରେ ଚନ୍ଦ୍ରପୂଜା କରି ପାରିବେନି କି କୁମାରୀ ମାନେ…

1 min read

କୁମାର ପୁର୍ଣ୍ଣମୀରେ ଚନ୍ଦ୍ରପୂଜା କରି ପାରିବେନି କି କୁମାରୀ ମାନେ । କାରଣ ଏଥର କୁମାର ପୂର୍ଣ୍ଣମୀରେ ଆକାଶରେ ଦେଖାଯିବନି ଜହ୍ନ । ଚଳିତ ବର୍ଷ କୁମାର ପୂର୍ଣ୍ଣମା ଆସନ୍ତା ଅକ୍ଟୋବର ୨୮ ତାରିଖରେ ପଡୁଥିବା ବେଳେ ମୁଖ୍ୟତଃ ଏହି ଦିନ କୁମାରି ମାନେ ଚାନ୍ଦକୁ ଦେଖି ନିଜର ଓଷା ଭାଙ୍ଗନ୍ତି । କିନ୍ତୁ ସେହିଦିନ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଏଥର କୁମାର ପୂର୍ଣ୍ଣମୀରେ ଚନ୍ଦ୍ରକୁ ଗ୍ରାସ କରିବ ରାହୁ । ଯେଉଁଦିନ କୁମାର ପୁର୍ଣ୍ଣିମା ସହ ଗଜଲକ୍ଷ୍ମୀ ପୁଜା ମଧ୍ୟ ପଡୁଛି । ଶାସ୍ତ୍ର ଅନୁଯାୟୀ ଚନ୍ଦ୍ରଗ୍ରହଣ କିମ୍ବା ସୂର୍ଯ୍ୟ ପରାଗ ଲାଗିଲେ ମନ୍ଦିରରେ ଦେବନିତୀ ବନ୍ଦ ରହେ ।ତେଣୁ କୁମାର ପୂର୍ଣ୍ଣମୀ ଦିନ ସମସ୍ତ ଶୁଭ କାର୍ଯ୍ୟକୁ ବନ୍ଦ ରହିବ ।
ସୂଚନା ମୁତାବିକ କୁମାର ପୁର୍ଣ୍ଣମୀରେ ଚାନ୍ଦ ପୁଜାର ବିଧି ରହିଥିବା ବେଳେ ଚନ୍ଦ୍ର ପରାଗ ଯୋଗୁଁ ପୁଜା ନିତୀ ନିୟମରେ ପରିବର୍ତ୍ତନ ହେବ । ଜ୍ୟୋର୍ତିବିତଙ୍କ କହିବା ଅନୁଯାୟୀ ସେଦିନ ଚନ୍ଦ୍ର ଗ୍ରହଣ ରାତି ୧ଟା ୪୪ ମିନିଟରେ ଚନ୍ଦ୍ର ଗ୍ରହଣ ଲାଗିବ । ତେଣୁ ଏହାର ତିନି ପ୍ରହର ପୂର୍ବ ଅର୍ଥାତ ୯ ଘଣ୍ଟା ପୂର୍ବରୁ ଝିଅ ମାନେ କୁମାର ପୂର୍ଣ୍ଣୀମା ପୂଜା କରି ପାରିବେ ବୋଲି କୁହାଯାଇଛି । ଅର୍ଥାତ ୨୮ ତାରିଖ ଦିନ ଅପରାହ୍ନ ୪ଟା ୫ ମିନିଟ ପୂର୍ବରୁ ଚାନ୍ଦ ପୂଜା କରି କୁମାରୀ ମାନେ ଚନ୍ଦ୍ର ଦର୍ଶନ କରିପାରିବେ । ୪ଟା ୫ ମିନିଟ ରୁ ରାତ୍ର ୨ଟା ୨୩ ମିନିଟ ପର୍ଯ୍ୟନ୍ତ ଦେବ ନିତିକାନ୍ତି ଏବଂ ସମସ୍ତ ଶୁଭ କାର୍ଯ୍ୟକୁ ବନ୍ଦ ରହିବ ବୋଲି ଜ୍ୟୋର୍ତିବିତ ମାନେ ମତ ପ୍ରକାଶ କରିଛନ୍ତି । ହିନ୍ଦୁ ଧର୍ମର ବିଧି ଅନୁଯାୟୀ କୁମାରୀ ମାନେ କୁମାର ପୁର୍ଣ୍ଣିମା ଦିନ ସନ୍ଧ୍ୟା ସମୟରେ ଚାନ୍ଦ ପୁଜା କରିଥାନ୍ତି । କିନ୍ତୁ ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ ଯୋଗୁଁ କୁମାର ପୁଜା ଅପରାହ୍ନ ସମୟରୁ ହିଁ ସାରିବାକୁ ପଡିବ । ଅପରପକ୍ଷେ ବିରଜା ପାଞ୍ଜି ଅନୁସାରେ ଏଥର ଚନ୍ଦ୍ର ଗ୍ରହଣ ଆଦୌ ଖରାପ ନୁହେଁ । କାରଣ ଏହା ଏକ ଭୌତିକ ପ୍ରକ୍ରିୟା ହୋଇଥିବାରୁ ଏହା କାହାର କିଛି ଅସୁବିଧା କରେ ନାହିଁ । ଚନ୍ଦ୍ର ଗ୍ରହଣ ସମୟରେ କିଛି ବିଧିକୁ ବାରଣ କରାଯାଇଛି ଯଥା -ପାକ ନିଷେଧ, କୌଣସି ରୋଷେଇ ହୋଇଥିବା ଖାଦ୍ୟ ଖାଇବା ଉଚିତ ନୁହେଁ । ଏହା ସହିତ ଫଳ ଭୋଗ କରିବା ଉଚିତ । ରନ୍ଧା ଯାଇଥିବା ଖାଦ୍ୟ ପୂଜା କିମ୍ବା ପୂଜା ପରେ ଗ୍ରହଣ କରିବା ଉଚିତ ନୁହେଁ ।

Advertisement

Leave a Reply

Your email address will not be published. Required fields are marked *