Pratidin TV

Odisha's Digital News Platform

କାଳ ଶନିବାର ; ଟିଉସନ୍ ସାରି ଫେରୁଥିଲେ ଦଶମ ଶ୍ରେଣୀ ଛାତ୍ର ମାଡିଗଲା ଟ୍ରକ୍ …

1 min read

ବାଙ୍କୀ ; ଟିଉସନ ସାରି ହସଖୁସିରେ ଘରକୁ ଫେରୁଥିଲେ। ମାତ୍ର ଖୁସି ସହିଲାନି ଦଇବ । ଘରେ ପହଞ୍ଚିବା ପୂର୍ବରୁ ହିଁ ବାଟରେ ଜଗିଥିଲା ଯମ । ଫଳରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦଶମ ଶ୍ରେଣୀର ୨ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏପରି ଏକ ଦୁଃଖଦ ଘଟଣା ଆଜି ସକାଳେ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ରଣ ଶଙ୍ଖଠାରେ ଘଟିଛି ।

ସୂଚନା ଅନୁସାରେ ଆଜି ଚକୁଳେଶ୍ୱର ଗ୍ରାମରୁ ଟିଉସନ ସାରି ଏକ ବାଇକ୍ ଯୋଗେ ନିଜ ଘରକୁ ଫେରୁଥିଲେ। ମାତ୍ର ରଣ ଶଙ୍ଖ ଠାରେ ଏକ ପିକ୍ଅପ୍ ଭ୍ୟାନ୍ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Advertisement

ତିନିଜଣ ଛାତ୍ର ଙ୍କ ମଧ୍ୟରୁ ୨ ଜଣ ବାଙ୍କୀ ହରିରାଜ ପୁର ଗ୍ରାମର ଆଉ ଜଣଙ୍କ ଘର ବାଙ୍କୀ ଅଞ୍ଚଳର ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *