Pratidin TV

Odisha's Digital News Platform

ଭାରତ- ପାକିସ୍ତାନ ମହାଲଢେଇ ; ଦଳରେ ପ୍ରବେଶ କଲେ ଗିଲ୍ , ଟସ୍ ଜିତି ଭାରତର ପ୍ରଥମ ବୋଲିଂ …

1 min read

ଅହମ୍ମଦାବାଦ୍ ; ଆଜି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନର ମହାଲଢେଇ । ଇଶାନଙ୍କୁ ରିପ୍ଲେସ କରି ଭାରତୀୟ ଦଳରେ ଏଣ୍ଟ୍ରି କଲେ ଗିଲ୍ । ଏପଟେ ଟସ୍ ଜିତି ଭାରତର ପ୍ରଥମ ବୋଲିଂ ନିଷ୍ପତ୍ତି । ପ୍ରଶଂସକଙ୍କ ପାଇଁ ପୁରା ରୋମାଞ୍ଚରେ ଭରା ଆଜିର ମ୍ୟାଚ୍ । ଗୋଟେ ପଟେ ଟିମକୁ ଫେରିଛନ୍ତି ଷ୍ଟାର୍ ବ୍ୟାଟର୍ ଶୁବମନ ଗିଲ୍ । ଡେଙ୍ଗୁରୁ ସୁସ୍ଥ ହେବା ପରେ ପ୍ଲେଇଂ ଇଲେଭେନରେ ସାମିଲ ହୋଇଛନ୍ତି ଶୁବମନ । ଇଶାନ କିଶନଙ୍କ ସ୍ଥାନରେ ଶୁବମନଙ୍କୁ ସ୍ଥାନ ଦିଆଯାଇଥିବା ବେଳେ ଭାରତ ଟସ୍ ଜିତି ଟିମର୍ ମନବଳ ବଢାଇଛି ।

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ୱାନ୍ ଡେ ବିଶ୍ୱକପର ସବୁ ମ୍ୟାଚରେ ପାକିସ୍ତାନକୁ ହରାଇଛି ଭାରତ । ରେକର୍ଡ ଏବେ ରହିଛି ୭-୦ । ସେହି ରେକର୍ଡକୁ ଅକ୍ଷୂର୍ଣ୍ଣ ରଖିବାକୁ ଟାର୍ଗେଟ କରିଛି ଭାରତ । ସେପଟେ ପାକିସ୍ତାନ ମଧ୍ୟ ନିଜର ନିଜର ଟାର୍ଗେଟରେ ପଡିଆକୁ ଓହ୍ଲାଇଛି । ଉଭୟ ଟିମ୍‌ରେ ରହିଛନ୍ତି ଗେମ୍ ଚେଞ୍ଜର୍ ଓ ଅଭିଜ୍ଞ ଖେଳାଳି । ତେବେ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । କାରଣ ବିଶ୍ୱକପରେ ଦୁଇ ଦଳ ଦୁଇଟି ଲେଖାଏଁ ମ୍ୟାଚ ଜିତିଛନ୍ତି ।

Advertisement

ଭାରତୀୟ ଦଳ: ଶୁବମନ୍ ଗିଲ୍, ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଅୟର, କେ.ଏଲ୍.ରାହୁଲ, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ତ୍ୟା, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମ୍ରା
ପାକିସ୍ତାନ ଦଳ: ଅବଦୁଲ୍ଲା ସଫିକ୍, ଇମାମ୍ ଉଲ୍ ହକ୍, ବାବର ଆଜମ(ଅଧିନାୟକ), ମହମ୍ମଦ ରିଜ୍ଜୱାନ୍, ସଉଦ୍ ସକିଲ୍, ଇଫ୍ତିକାର୍ ଅହମ୍ମଦ, ସଦାବ ଖାନ୍, ମହମ୍ମଦ ନୱାଜ୍, ହାସନ୍ ଅଲି, ସାହିନ୍ ଆଫ୍ରିଦି, ହାରିସ୍ ରଫ୍

Leave a Reply

Your email address will not be published. Required fields are marked *