Pratidin TV

Odisha's Digital News Platform

ସକ୍ରିୟ ହେଉଛି ମୌସୁମୀ: ୧୫ଟି ଜିଲ୍ଳାକୁ ବର୍ଷା ସତର୍କ ସୂଚନା

1 min read

ଭୁବନେଶ୍ୱର: ମୌସୁମୀକୁ ଶକ୍ତ କରୁଛି ଘୂର୍ଣ୍ଣିବଳୟ । ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେଉଛି । ଆସନ୍ତା ୨୭ ତାରିଖ ପର୍ୟ୍ୟନ୍ତ ଏହି ଭଳି ପାଗ ଲାଗି ରହିବ । ଆଜି ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଢେଙ୍କାନାଳ ଆଦି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଆସନ୍ତାକାଲି ୭ଟି ଜିଲ୍ଲା ଓ ୨୭ ତାରିଖରେ ୪ଟି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହା ପରେ ୨୮ ତାରିଖରୁ ପାଗରେ ପରିବର୍ତ୍ତନ ହେବାର ପୂର୍ବାନୂମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର 

Advertisement

Leave a Reply

Your email address will not be published. Required fields are marked *