Pratidin TV

Odisha's Digital News Platform

ମେଟ୍ରିକ୍ ପରୀକ୍ଷା ଫଳକୁ ନେଇ ବଡ ଖବର: ଜାଣନ୍ତୁ କେବେ ପ୍ରକାଶ ପାଇବ ରେଜଲ୍ଟ

1 min read

ଭୁବନେଶ୍ୱର : ଗତ ଦୁଇ ବର୍ଷ ପରେ ଚଳିତ ବର୍ଷ ଅଫଲାଇନ୍ରେ ମାଟ୍ରିକ୍ ପାରୀକ୍ଷା କରାଯାଇଥିଲା । ସମସ୍ତ ପ୍ରକାର କୋଭିଡ୍ ଗାଇଡଲାଇନ୍ ମାନି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ । ତେବେ ମାଟ୍ରିକ୍ ରେଜଲ୍ଟ ବାହାରିବାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଉତ୍କଣ୍ଠା ରହିଥିଲା ।

ମାଟ୍ରିକ ପରୀକ୍ଷା ଖାତା ଦେଖା ଶେଷ ହୋଇଛି । ତେବେ ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ମାଟ୍ରିକ୍ ପାରକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ପୂର୍ବରୁ ଜୁନ୍ ଶେଷ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଆକଳନ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ।

Advertisement

Leave a Reply

Your email address will not be published. Required fields are marked *