Pratidin TV

Odisha's Digital News Platform

ନମ୍ବର ବ୍ଲକ କଲା ବୋଲି ପ୍ରେମିକାକୁ ବିଚ ରାସ୍ତାରେ ଛୁରାମାଡ କଲା ସୈତାନ ପ୍ରେମିକ…

1 min read

ନୂଆଦିଲ୍ଲୀ: ପ୍ରଥମେ ବନ୍ଧୁତା, ତାପରେ ପ୍ରେମ । ଆଉ ସେଇ ପ୍ରେମ ପାଇଁ ଶେଷରେ ଜୀବନ ମରଣ ସହ ସଂଗ୍ରାମ କରୁଛି ପ୍ରେମିକା । ହଁ ଆଜ୍ଞା ପ୍ରେମିକକୁ ଅଣଦେଖା କରିବା ପଡିଲା ମହଙ୍ଗା । ବିଚ ରାସ୍ତାରେ ପ୍ରେମିକାକୁ ଛୁରୀରେ ମରଣାନ୍ତକ ଆକ୍ରମଣ କଲା ସୈତାନ ପ୍ରେମିକ । ବର୍ତ୍ତମାନ ମେଡିକାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛି ପ୍ରେମିକା । ତେବେ ପ୍ରେମିକା ଜଣକ ତାର ପ୍ରେମିକ ଠାରୁ ଦୂତରା ରଖୁଥିବା ବେଳେ ତା ସହ କଥା ନ ହୋଇ ତାକୁ ଅଣଦେଖା କରୁଥିଲା । ଯେଉଁଥିପାଇଁ ପ୍ରେମିକ ଜଣକ କ୍ରୋଧକୁ ନିୟନ୍ତ୍ରଣ ନ କରପାରି ଏଭଳି ନିଷ୍ପତ୍ତି ନେଇଥିଲା । ଏଭଳି ଏକ ଲୋମହର୍ଷଣ କାରୀ ଘଟଣା ଘଟିଛି ଦିଲ୍ଲୀ ଗାଜିଆବାଦରେ ।

ଖବର ମୁତାବକ ପ୍ରାଚୀ ନାମକ ଜଣେ ଯୁବତୀ ଗୈାରବ ନାମକ ଜଣେ ଯୁବକ ଭଲ ପାଉଥିଲେ । ହେଲେ କୈାଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ଯାହାଫଳରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ତେବେ ପ୍ରାଚି ତାଙ୍କ ବୟଫ୍ରେଣ୍ଡଙ୍କ ସହ ଏକମାସ ଧରି କଥାବର୍ତ୍ତା ବନ୍ଦ କରିଦେଇଥିଲେ । ଏପରିକି ତାଙ୍କ ନମ୍ବର ମଧ୍ୟ ମୋବଇଲରୁ ବ୍ଲକ କରିଦେଇଥିଲେ । ପରେ ଅକ୍ଟୋବର ୧୨ ଦିନ ସକାଳେ ପ୍ରାଚୀ ଏକ ଇଣ୍ଟରଭ୍ୟୁକୁ ଯିବା ପାଇଁ କ୍ୟାବ ବୁକ କରିଥିଲେ । ଆଉ ଏହି ସମୟରେ ଗୈାରବଙ୍କ ସହ ତାଙ୍କର ଭେଟ ହୋଇଥିଲା । ସେଠାରେ ଉଭୟଙ୍କ ମଧ୍ୟରେ ଜୋରରେ ପାଟିତୁଣ୍ଡ ହୋଇଥିଲା । ଆଉ ଏଥିରେ ଗୈାରବ ରାଗିଯାଇ ପ୍ରାଚୀଙ୍କ ମୋବାଇଲ ଛଡାଇ ନେବା ସହ ତାଙ୍କୁ ଛୁରୀରେ ୧୩ଥର ଆକ୍ରମଣ କରିଥିଲେ । ଆଉ ଏଥିରେ କ୍ଷତବିକ୍ଷତ ହୋଇ ପ୍ରାଚୀ ଜୋରରେ ଚିଲାଇଥିଲେ । ସେଠାରେ ଥିବା ସ୍ଥାନୀୟ ଲୋକେ ପ୍ରାଚୀଙ୍କୁ ଉଦ୍ଧାର କରି ମେଡିକାଲ ନେବା ସହ ବୟଫ୍ରେଣ୍ଡକୁ ଅଟକ ରଖି ପୋଲିସର ଜୀମା ଦେଇଥିଲେ । ସେପଟେ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପ୍ରାଚୀଙ୍କୁ ତାଙ୍କ ବୟଫ୍ରେଣ୍ଡ ପୂର୍ବରୁ ମଧ୍ୟ ହଇରାଣ କରୁଥିବା ନେଇ ସେ ଗୈାରବଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଟଙ୍କା ସମ୍ବନ୍ଧୀୟ କିଛି ସମସ୍ୟାକୁ ନେଇ ପ୍ରାଚୀ ଅଭିଯୁକ୍ତ ପ୍ରେମିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁନଥିଲେ । ଅନ୍ୟପଟେ ପ୍ରାଚୀଙ୍କ ପରିବାର କହିଛନ୍ତି ଯେ ପ୍ରାଚୀଙ୍କ ପ୍ରେମିକ ତାଙ୍କୁ ବିବାହ ପାଇଁ ବାଧ୍ୟ କରୁଥିଲେ । ହେଲେ ପ୍ରାଚୀ ବିବାହ ପାଇଁ ରାଜି ନ ହେବାରୁ ଗୈାରବ ଏପରି କାଣ୍ଡ ଘଟାଇଛନ୍ତି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଚଳାଇଛି ।

Advertisement

Leave a Reply

Your email address will not be published. Required fields are marked *