ଭାରତ ପାକିସ୍ତାନ ମ୍ୟାଚ ଦେଖିବାକୁ ଆସି ୨୪କ୍ୟାରେଟ ସୁନା ଆଇଫୋନ ହଜାଇଲେ ଉର୍ବଶୀ…
1 min read
ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିଲା ବିଶ୍ୱକପର ମହାଲଢେଇ । ମ୍ୟାଚ ଦେଖିବାକୁ ସେଠାରେ ଉପସ୍ଥୀତ ଥିଲେ ବହୁ ସଂଖ୍ୟକ କ୍ରିକେଟ ପ୍ରେମୀ । ଏହି ମ୍ୟାଚରେ ମହାବିଜୟ ହାସଲ କିଛି ଭାରତୀୟ ଦଳ । ଅସାଧାରଣ ଭାବେ ବୋଲିଂ ଆଉ ବ୍ୟାଟିଂ କରି ନିଜର ଦମ ଦେଖାଇଥିଲା ଭାରତୀୟ ଦଳ । ଆଉ ହାତେଇଥିଲା ବିଶ୍ୱକପ । ତେବେ ଏହାରୀ ଭିତରେ ଏକ ଖବର ସାମ୍ନାକୁ ଆସିଛି । ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ଅନେକ ସେଲିବ୍ରିଟି ମାନେ ମଧ୍ୟ ଆସିଥିଲେ । ସେହିପରି ବଲିଉଡ ସୁନ୍ଦରୀ ଉର୍ବଶୀ ରଉତେଲା ମଧ୍ୟ ଆସିଥିଲେ । ହେଲେ ଖେଳ ଦେଖିବାରେ ସେ ଏତେ ମଜି ଯାଇଥିଲେ ଯେ । ମ୍ୟାଚ ଦେଖିବା ସମୟରେ ନିଜର ଫୋନ ହଜାଇଦେଲେ ଉର୍ବଶୀ । ତେବେ ଅଭିନେତ୍ରୀ ଉର୍ବଶୀ ରାଉତେଲାଙ୍କ ୨୪ କ୍ୟାରେଟ୍ ସୁନା ଆଇଫୋନ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ନିଖୋଜ ହୋଇଯାଇଛି । ଏ ନେଇ ଉର୍ବଶୀ ନିଜର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ସେ ଏକ୍ସ ଜରିଆରେ ଲେଖିଛନ୍ତି ଯେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୋର ୨୪ କ୍ୟାରେଟ୍ ଆଇଫୋନ୍ ହଜିଯାଇଛି । ଦୟାକରି, ଯଦି କେହି ଏହାକୁ ପାଅନ୍ତି, ତାହେଲେ ଦୟାକରି ତୁରନ୍ତ ଯୋଗାଯୋଗ କରନ୍ତୁ .. । ଏହାପୂର୍ବରୁ ଉର୍ବଶୀ ରାଉତେଲା ଷ୍ଟାଡିୟମରୁ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ଭାରତ ବିଜୟ ଆଡକୁ ଗତି କରୁଥିବା ଦେଖି ସେ ବହୁତ ଖୁସି ମନେ ହେଉଛନ୍ତି । ଟିମ୍ ଇଣ୍ଡିଆକୁ ସମର୍ଥନ କରିବା ପାଇଁ ଅଭିନେତ୍ରୀ ନୀଳ ରଙ୍ଗର ପୋଷାକ ପିନ୍ଧି ଷ୍ଟାଡିୟମରେ ପହଞ୍ଚିଥିଲେ । କିନ୍ତୁ ମ୍ୟାଚ୍ ପରେ ତାଙ୍କର ମୋବାଇଲ ହଜିଯାଇଥିଲା ।