Pratidin TV

Odisha's Digital News Platform

ବାଲେଶ୍ୱରରେ ଏଟିଏମ୍ ଲୁଟ୍‌: ଗ୍ୟାସ୍ କଟରରେ କାଟି ଲୁଟିନେଲେ ୩୨ ଲକ୍ଷ

1 min read

ଭୁବନେଶ୍ୱର: ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମ୍‌ରୁ ଲୁଟ୍ । ବାଲେଶ୍ବର ସଦର ଥାନା ହଳଦୀପଦା ପଦ୍ମପୁର ବଜାରରେ ଥିବା ଏଟିଏମ୍‌ରୁ ଲୁଟ୍ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ବାଲେଶ୍ବର ସଦର ଥାନା ହଳଦୀପଦା ପଦ୍ମପୁର ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମ୍‌ରୁ ଲୁଟ୍ ହୋଇଛି । ଗ୍ୟାସ୍ କଟରରେ କାଟି ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ତେବେ ଏଟିଏମ୍‌ରୁ କେତେ ଟଙ୍କା ଲୁଟ୍ ହୋଇଛି ତାହା ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଏଟିଏମ୍‌ରୁ କେତେ ଟଙ୍କା ଲୁଟ୍ ହୋଇଛି ସେନେଇ ସ୍ପଷ୍ଟ ହେବ ।

ଜଣେ ବ୍ୟକ୍ତି ମୁଂହରେ କପଡା ବାନ୍ଧି ଏଟିଏମ ଭିତରକୁ ଆସୁଛି ଆଉ ଏକ ଲିକୁଇଡ ସ୍ପ୍ରେ କରି ସିସିଟିଭି ବନ୍ଦ କରୁଛି । ସଦର ଥାନା ହଲଦୀପଦା ଫାଣ୍ଡି ଅଧିନସ୍ଥ ପଦ୍ମପୁର ହାଟରେ ଥିବା ଏସବିଆଇ ଏଟିଏମରୁ ଲୁଟ ।  ଗ୍ୟାସ କଟର ମେସିନ ଭାଙ୍ଗି ଟଙ୍କା ଲୁଟ ହୋଇଥିବା ଜଣାପଡିଛି,  ଘଟଣା କାଲି ରାତି ୩.୨0 ରେ ଘଟିଛି ବୋଲି ଜଣାଘଟଣା।  ପାଖ ସିସି କ୍ୟାମେରାରୁ ଜଣା ପଡୁଛି  ତିନି ଜଣ ବ୍ୟକ୍ତି ସେହି ସମୟରେ ସେଠାକୁ ଆସୁଛନ୍ତି ଆଉ ଭିତରକୁ ଯାଉଛନ୍ତି । ସକାଳେ ଘଟଣା ପ୍ରଘଟ ହେବା ପରେ ଘଟଣା ସ୍ଥଳକୁ ପୋଲିସ ପହଁଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ୩୨ ଲକ୍ଷ ୨୬ ହଜାର ଟଙ୍କା ଲୁଟ ହୋଇଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *