Pratidin TV

Odisha's Digital News Platform

ଠପ ହୋଇ ପଡିଛି ଏସବିଆଇର ୟୁପିଆଇ ସେବା, ଫଳରେ ଗ୍ରାହକଙ୍କ ବନ୍ଦ ହୋଇ ଯାଇଛି ଅନଲାଇନ ଟଙ୍କା ନେଣଦେଣ…


ଚାଲିଛି ପାର୍ବଣ ଋତୁ । ଏଥିପାଇଁ ଗାଁରୁ ସହର ସବୁ ଦୋକାନରେ ଲାଗିଛି ଲୋକଙ୍କ ଭିଡ । ଆଉ ତା ଭିତରେ ଲେକାଙ୍କୁ ଲାଗିଲା ବଡ ଝଟକା । କାଣ ସାମ୍ରଗୀ ବା ନୂଆ କପଡା ପତ୍ର କୁଣୁଥିବା ବେଳେ ତାଙ୍କର କାମ ଦେଉନି ୟୁପିଆଇ ସେବା । ଯାହାପାଇଁ ଟଙ୍କା ନେଣଦେଶ କରିପାରୁ ନାହାନ୍ତି ଗ୍ରାହକ । ତେବେ କେବଳ ଗୋଟିଏ ବ୍ୟାଙ୍କରେ ଏଭଳି ସେବାରେ ବାଧା ଦୃଷ୍ଟି ହୋଇଛି ଅନ୍ୟ ବ୍ୟାଭ୍‌କ ଗୁଡିକ ଠିକ ଭାବେ ୟୁପିଆଇ ସେବା ଯୋଗାଇ ଦେଉଛି । ତେବେ ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଷ୍ଟେ ବ୍ୟାଙ୍କ ଅଫ ଇଣ୍ଡିଆର ୟୁପିଆଇ ସେବା ପ୍ରଭାବିତ ହୋଇଛି ଦୀର୍ଘ ୩ଦିନ ହେବ ଏହି ସମସ୍ୟା ଲାଗି ରହିଛି । ଯାହାପାଇଁ କୋଟି କୋଟି ଲୋକା ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ କୋଟି କୋଟି ଗ୍ରାହକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି । ଏସବିଆଇର ୟୁପିଆଇ ସେବା ଗତ ୩ ଦିନ ହେଲା କାମ କରୁନାହିଁ । ଯେଉଁ କାରଣରୁ ବ୍ୟାଙ୍କର ୟୁପିଏର କୋଟି କୋଟି ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମ୍ପ୍ରତି ବ୍ୟାଙ୍କ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦେଇଛି ଯେ ସେମାନଙ୍କର ୟୁପିଏ ସିଷ୍ଟମ ଟିକେ ଦୁର୍ବଳ ରହିଛି ଏବଂ ଲୋକମାନେ ଏହା ମାଧ୍ୟମରେ ଦେୟ ଦେବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ତେବେ କାହିଁକି କାମ ଦେଉନି ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କର ୟୁପିଆଇ ବ୍ୟବସ୍ଥା ?

ଆସନ୍ତୁ ଜାଣିବା..
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଢ’ରେ ଏହାର କାରଣ ବର୍ଣ୍ଣନା କରି ଏସବିଆଇ କହିଛି ଯେ ସେମାନେ ବର୍ତ୍ତମାନ ଟେକ୍ନୋଲୋଜିର ନବୀକରଣ ପ୍ରକ୍ରିୟାରେ ଅଛନ୍ତି । ଏପରି ପରିସ୍ଥିତିରେ, ଆପଣ ବେଳେବେଳେ ୟୁପିଆଇ ସେବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଆମେ ଆପଣଙ୍କୁ ଶୀଘ୍ର ଏହାର ସମାଧାନ ହୋଇପାରେ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଆପଣଙ୍କୁ କହି ରଖୁଛୁ ଯେ ଶନିବାର ଠାରୁ ଗ୍ରାହକମାନେୟୁପିଆଇ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ୟାଙ୍କଗୁଡିକ ନିୟମିତ ବ୍ୟବଧାନରେ ନିର୍ଧାରିତ କାର୍ଯ୍ୟକଳାପ ଜାରି ରଖନ୍ତି । ଭଲ କଥା ହେଉଛି ବ୍ୟାଙ୍କଗୁଡ଼ିକ ସେମାନଙ୍କ ବିଷୟରେ ଆଗୁଆ ସୂଚନା ଦିଅନ୍ତି । ଏହା ଗ୍ରାହକମାନଙ୍କୁ ଯେକୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆଗରୁ ସମ୍ପୂର୍ଣ୍ଣ କରିବାକୁ କିମ୍ବା ବିକଳ୍ପ ବ୍ୟବସ୍ଥା କରିବାକୁ ସମୟ ଦେଇଥାଏ । ତଥାପି, ଏହା ବ୍ୟତୀତ, ବ୍ୟାଙ୍କଗୁଡିକ ମଧ୍ୟ ଅନେକ ବିକଳ୍ପ ପ୍ରଦାନ କରନ୍ତି, ଯାହାକୁ ଚୟନ କରି ଆପଣ ଆପଣଙ୍କର ସମସ୍ୟାକୁ ହ୍ରାସ କରିପାରିବେ । ଅନେକ ଉପଭୋକ୍ତା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରିବାରେ ମଧ୍ୟ ସମସ୍ୟା ଥିବା ଅଭିଯୋଗ କରିଛନ୍ତି । ତେବେ ଏସବିଆଇ ଗ୍ରାହକଙ୍କୁ ଏହି ସମସ୍ୟା ବିଷୟରେ ଜଣାଇ ସାରିଛି ।

Leave a Reply

Your email address will not be published. Required fields are marked *