Pratidin TV

Odisha's Digital News Platform

ଯୁଦ୍ଧ ଭିତରେ ଇସ୍ରାଏଲ ଗସ୍ତରେ ଯିବେ ବାଇଡେନ! ନିମନ୍ତ୍ରଣ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ..

1 min read

ଇସ୍ରାଏଲ ଗସ୍ତ ଯାଇପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ତେବେ ୧ସପ୍ତାହରୁ ଉର୍ଦ୍ଧ ଦିନ ହେଲା ଇସ୍ରାଏଲ – ପାଲେଷ୍ଟେନୀ ମଧ୍ୟ ଜାରି ରହିଛି ଘନଘଟା ଯୁଦ୍ଧ । ଆଉ ତା ଭିତରେ ଶଣିବାକୁ ମିଳୁଛି ଆମେରିକା ରାଷ୍ଟ୍ରପତି କୁଆଡେ ଇସ୍ରାଏଲ ଗ୍ରସ୍ତ କରିବେ । ସେଠାକାର ପ୍ରଧାନମନ୍ତ୍ରୀ ନେତନ୍ୟାହୁ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ଏଥିପାଇଁ ନିମନ୍ତ୍ରଣ କରିଛନ୍ତି । ବାଇଡେନଙ୍କ ଗସ୍ତ ସମ୍ଭାବନା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ପ୍ରକାଶ ପାଇଛି । ତେବେ ଇସ୍ରାଏଲ ଏବଂ ହମାସ ଭିତରେ ଚାଲିଥିବା ଯୁଦ୍ଧରେ ଆମେରିକା ିସ୍ରାଏଲ ସଫ’ରେ ଥିବା ଗୋଷଣା କରି ସାରିଛି । ଏବଂ ଯୁଦ୍ଧ ପାଇଁ ଆମରେିକାରୁ ଅନେକ ଅସ୍ତ୍ର ଶସ୍ତ୍ର ମଧ୍ୟ ଇସ୍ରାଏଲକୁ ପଠାଉଛି । ତେବେ ବାଇଡେନଙ୍କ ଗସ୍ତକୁ ନେଇ ସଠିକ୍ ତାରିଖ ଧାର୍ଯ୍ୟ କରାଯାଇ ନାହିଁ । ଯୁଦ୍ଧ ପାଇଁ ଆମେରିକା ସେନା ପଠାଇବନି ବୋଲି କହି ସାରିଛନ୍ତି ବାଇଡେନ୍ ।

ଇସ୍ରାଏଲ ଆକ୍ରମଣରେ ଏଯାବତ ୨୬୭୦ ପାଲେଷ୍ଟେନୀୟଙ୍କ ମୃତ୍ୟୁ ଘଟିଛି । ଯୁଦ୍ଧର ନବମ ଦିନ ସୁଦ୍ଧା ୯,୨୦୦ ପାଲେଷ୍ଟେନୀୟ ଆହତ ହୋଇଥିବା ବେଳେ ହମାସ୍ ଆକ୍ରମଣରେ ୧୪୦୦ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଥିବା ସୂଚନା । ଅନ୍ୟପକ୍ଷେ ଗାଜାକୁ ଅଧିକାର ନ କରିବାକୁ ଆମରେିକା ଇସ୍ରାଏଲକୁ ଚେତାବନୀ ଦେଇଛି । ହମାସ ପ୍ରଥମେ ଯୁଦ୍ଧ ଆରମ୍ଭ କରିଥିବା ବେଳେ ଇସ୍ରାଏଲ ରାଗରେ ଗାଜାକୁ ମାଟିରେ ମିଶାଇ ଦେବା ନେଇ ଚେତାବନୀ ଦେଇଥିଲା । ତେବେ ପୂର୍ବରୁ ଆମେରିକା ଇସ୍ରାଏଲ ସପ’ରେ ଥିବା ବେଳେ ଏବେ ସେ ସ୍ୱର ବଳାଇଛି । ଗାଜାରେ ଆକ୍ରମଣ ଜାରି ରହିଥିଲା ବେଳେ ବାଇଟେନ ଏକ ପ୍ରତିକ୍ରିୟା ଦେଇଛନ୍ତି । କ୍ଷେତ୍ରୀୟ ସଙ୍କନ ବଢିବା ସମ୍ଭାବନା ଥିବାରୁ ଇସ୍ରାଏଲ ଗାଜା ଉପରେ ଆକ୍ରମଣ ନକରିବାକୁ ଚେତାବନୀ ଦେଇଛନ୍ତି ଜୋ ବାଇଡେନ୍ ।

Advertisement

Leave a Reply

Your email address will not be published. Required fields are marked *