ପିଲାଙ୍କ ଇଚ୍ଛାକୁ ଦେଖି ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ ହେବ ଯାଦୁ-ତନ୍ତ୍ରବିଦ୍ୟା..
1 min readଏଣିକି ବିଶ୍ୱବିଦ୍ୟାଳରେ ପିଲାମାନଙ୍କୁ ପଢାଯିବ ଯାଦୁ ଓ ତନ୍ତ୍ରବିଦ୍ୟା । ଆସନ୍ତା ବର୍ଷ ଅର୍ଥାତ ୨୦୨୪ ସେପ୍ଟେମ୍ବରରେ ଛାତ୍ରଛାତ୍ରୀଙ୍କୁ ଯାଦୁବିଦ୍ୟା ସହ ତନ୍ତ୍ରମନ୍ତ୍ର ପ୍ରଦାନ କରିବାକୁ ଏକ ୟୁନିଭର୍ସିଟି ଯୋଜନା କରିଛି । ତେବେ ଏହା ଭାରତରେ ନୁହେଁ ବରଂ ବିଦେଶ ତଥା ବିଟେନର ଏକ ୟୁନିଭର୍ସିଟି ଏଭଳି କରିବାକୁ ନିଷ୍ପତ୍ତି ନେଇଛି । ବ୍ରିଟେନର ବିଶ୍ୱବିଦ୍ୟାଳୟ ଅଫ ଏକ୍ସେଟର ଏନେଇ ଘୋଷଣା କରିଛି । ଯାଦୁବିଦ୍ୟାର ଇତିହାସକୁ ନେଇ ଆଜିକାଲିର ଯୁବପିଢିଙ୍କ ଭିତରେ ଆଗ୍ରହ ପ୍ରକାଶ ପାଇବାରେ ଲାଗିଛି । ଯାହାକୁ ଦେଖି ମିଡିଆଭାଲ ଆରବିକ ଲିଟରେଚର ଆସୋସିଏଟ ପ୍ରଫେସର ଏମିଲି ସେଲୋଭ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି । ଖ୍ରୀଷ୍ଟିଆନ ଓ ଇସଲାମିକ ପରମ୍ପରା ଦୃଷ୍ଟିକୋଣରୁ ସମାଜ ଓ ବିଜ୍ଞାନ ଉପରେ ଯାଦୁର ପ୍ରଭାବକୁ ଏହି ପାଠ୍ୟକ୍ରମ ଜରିଆରେ ରିସର୍ଚ୍ଚ କରାଯାଇ ପାରିବ । ଏଥିସହ ପାଶ୍ଚାତ୍ୟ ସଂସ୍କୃତି ସାହିତ୍ୟ ଓ କଳା କ୍ଷେତ୍ରରେ ଡ୍ରାଗନ ବିଷୟରେ ଅଧ୍ୟୟନ ଏବଂ ମଧ୍ୟ ଯୁଗରେ ମହିଳା ଓ ତନ୍ତ୍ର ସାଧକଙ୍କ ଉପରେ ପାଠ୍ୟକ୍ରମରେ ସ୍ଥାନ ପାଇବ । ଶତାଧିକ ଯାଦୁ ଓ ତନ୍ତ୍ର ସାଧକଙ୍କ ସଂସ୍ପର୍ଶରେ ଆସିଥିବା ନେଇ ସେଲୋଭ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଯେଉଁମାନେ ଏପ୍ରକାର ବିଷୟବସ୍ତୁ ଉପରେ ରିସର୍ଚ୍ଚ କରିବାକୁ ରୁଚି ରଖିଛନ୍ତି ସେମାନେ ଏଥିରେ ସାମିଲ ହୋଇ ପାରିବେ । କିଛି ନୂଆ ଏବଂ କିଛି ପୁରୁଣା ବିଚାର, ଯାହାକୁ ପଛରେ ଛାଡି ସତର୍କତା ଓ ଦାୟିତ୍ୱର ସହ ସେଗୁଡିକର ତଥ୍ୟ ସଂଗ୍ରହ କରିବାର ବର୍ତ୍ତମାନ ସମୟ ଆସିଛି ।