Pratidin TV

Odisha's Digital News Platform

ସଇତାନ ପାଲଟିଗଲା ସାଙ୍ଗ, ମୋବାଇଲ ପାଇଁ କାଠ ଫାଳିଆରେ ନେଇଗଲା ଜୀବନ..

1 min read

ଆଜିକାଲିର ଯୁବପିଢିଙ୍କୁ ବାୟା କରୁଛି ମୋବାଇଲ ଫୋନ । ଆଉ ଏହି ଫୋନ ପାଇଁ ବଡ କାଣ୍ଡ ଭିଆଇବାକୁ ପଛାଉ ନାହାନ୍ତି ଯବୁପିଢି । ଏମିତିକି ଜୀବନ ନବାକୁ ବି ପଛାଉ ନାହାନ୍ତି ପିଲା । ପୁଣି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହାକୁ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ । ମୋବାଇଲ ପାଇଁ ସାଙ୍ଗକୁ ମାରିଲା ସାଙ୍ଗ । ଏମିତି ଏକ ଅଘଟଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଅନ୍ତର୍ଗତ ମାଧପୁର ପଞ୍ଚାୟତ ଅଣଖାସାହି ଗ୍ରାମରେ । ଦୁଇ ଦିନ ଧରି ନିଖୋଜ ଥିବା ସୁକାନ୍ତ ଦାସର ମୃତଦେହ ଗତକାଲି ନଟିଆ ଜୋରରୁ ଉଦ୍ଧାର ହେବା ପରେ ଚନ୍ଦବାଲି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଉକ୍ତ ଗ୍ରାମର ମୃତ ଯୁବକଙ୍କ ସାଙ୍ଗ ଠାରୁ ପୋଲିସ ମୋବାଇଲ ଜବତ କରିବା ପରେ ଘଟଣାର ସତ୍ୟତା ପଦାକୁ ଆସିଥିଲା । ଗତ ଶୁକ୍ରବାର ଦିନ ସନ୍ଧ୍ୟାରେ ନଟିଆ ଜୋର ପୋଲ ନିକଟରେ ମୋବାଇଲ ପାଇଁ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସାରୁ ହାତାହାତି ଆଉ ତାପରେ ସାଙ୍ଗକୁ ଏକ କାଠ ଫାଳିଆରେ ଅନ୍ୟଜଣ ବନ୍ଧୁ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା, ଫଳରେ ଜଣଙ୍କର ମୃତ୍ୟୁ ଘଟିଥିଲା । ଢ଼ୃତ ହେବ ଜାଣିବା ପରେ ନଟିଆ ଜୋର ମଧ୍ୟକୁ ମୃତଦେହକୁ ୋଫାପାଡି ଦେଇ ମୋବାଇଲ ନେଇ ଘରକୁ ପଳାଇଯାଇଥିଲା । ତା’ପର ଦିନ ଧରାପଡିଯିବା ଭୟରେ ମୃତ ଯୁବକର ମୋବାଇଲକୁ ବିଲରେ ପୋତିଦେଇଥିଲା ଅଭିଯୁକ୍ତ । ଯାହାକୁ ଚନ୍ଦବାଲି ପୋଲିସ ଜବତ କରି ଅଭିଯୁକ୍ତ କୁ ଗିରଫ କରିଛି ।

Advertisement

Leave a Reply

Your email address will not be published. Required fields are marked *