Pratidin TV

Odisha's Digital News Platform

ନବରାତ୍ରୀ ସମୟରେ ଏହି କାମ କରିବା ବେଶ୍ ଶୁଭ, ଦୂର ହୋଇଥାଏ ବିପଦ ଓ ଦାରିଦ୍ର୍ୟ

1 min read


() ଶାରଦୀୟ ପାର୍ବଣ ପାଇଁ ଚଳଚଞ୍ଚଳ ସମସ୍ତ ଶକ୍ତିପୀଠ । ଜଗଜଜନନୀ ମାଆ ଦୁର୍ଗାଙ୍କ ପାଇଁ ଏବେ ଚଳଚଞ୍ଚଳ ହୋଇଉଠିଛି ଓଡିଶାର ବିଭିନ୍ନ ପୂଜା ମଣ୍ଡପ । ସୁନା ରୂପା ତାରକସୀ ଆଭୂଷଣରେ ମାଆଙ୍କୁ ସଜ୍ଜା ଯାଇଛି । ସବୁଠି ଝଲସୁଛି ମାଆଙ୍କ ତୋରଣ । ମାଆଙ୍କ ଦର୍ଶନ ପାଇଁ ବଢିବ ଭକ୍ତଙ୍କ ଭିଡ । ଗତକାଲିଠୁ ଆରମ୍ଭ ହୋଇଛି ନବରାତ୍ରି । ହିନ୍ଦୁ ପାଞ୍ଜି ଅନୁସାରେ, ଆଶ୍ୱିନ ମାସର ଶୁକ୍ଳପକ୍ଷର ପ୍ରତିପଦା ତିଥିରେ ନବରାତ୍ରୀ ପାଳନ କରାଯାଏ । ଏଥର ମାଆ ଦୂର୍ଗା ହାତୀ ଉପରେ ଆବିର୍ଭାବ ହେବେ । ସେ ତାଙ୍କ ଭକ୍ତଙ୍କ ନିକଟକୁ ହାତୀ ଉପରେ ବସି ଯିବେ ବୋଲି ବିଶ୍ୱାସ ରହିଛି ।
ତେବେ ପ୍ରତ୍ୟେକ ପୂଜା କିମ୍ବା ଉତ୍ସବରେ କିଛି କାର୍ଯ୍ୟକୁ ଶୁଭ ବୋଲି ମନାଯାଇଥାଏ । ତେବେ ଆସନ୍ତୁ ଜାଣିବା ନବରାତ୍ର ସମୟରେ କେଉଁ କାର୍ଯ୍ୟ କଲେ ଶୁଭ ହୋଇଥାଏ ।
ନବରାତ୍ର ସମୟରେ ଦୂର୍ଗା ସପ୍ତଶତି ପାଠ କରିବା ଖୁବ୍ ଭଲ । ଏହାକୁ ପାଠ କଲେ ଜୀବନରେ ଆଗକୁ ଘଟିବାକୁ ଥିବା ବିପଦରୁ ମାଆ ଦୂର୍ଗା ରକ୍ଷା କରିଥାନ୍ତି । କୁହାଯାଏ ଏହାକୁ ପାଠ କରିବା ପଛରେ ଅନେକ ମାହାତ୍ମ୍ୟ ରହିଛି । ଏହାକୁ ପାଠ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ଦାରିଦ୍ର୍ୟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ଶପ୍ତସତି ପୂଜା କରିବା ପୂର୍ବରୁ ସର୍ବପ୍ରଥମେ କଳସ ପୂଜା କରିବା ଉଚିତ୍ ।
ଏହା ପରେ ଏକ ନାଲି ରଙ୍ଗର କପଡା ଆଣି ଦୂର୍ଗା ଶପ୍ତସତି ପୁସ୍ତକକୁ ଗୁଡାଇକି ରଖନ୍ତୁ । ତେବେ ଶପ୍ତସତି ପାଠ ପୂର୍ବରୁ ଓ ପରେ ନିର୍ବାଣ ମନ୍ତ୍ର ଜପ କରିବା ଉଚିତ୍ ହୋଇଥାଏ ।
ତେବେ ଏଠାରେ ଆମେ କହିରଖୁଛୁକି, ଜ୍ୟୋତିଷ ଶାସ୍ତ୍ର ଆଧାରରେ ଏହି ତଥ୍ୟ ଆମେ ଆପଣଙ୍କ ପାଖରେ ପହଞ୍ଚାଉଛୁ…

Advertisement

Leave a Reply

Your email address will not be published. Required fields are marked *