Pratidin TV

Odisha's Digital News Platform

ଟ୍ରେନ୍‌ରୁ ଓହ୍ଲାଉଥିବା ଯାତ୍ରୀଙ୍କୁ ଇସାରା ଦେଉଥିଲେ ମୁସ୍କାନ , ଜରି ଗୋଟାଳିରୁ ସାଜିଥିଲେ ରାତିର ସାଥି…

1 min read

ଭୁବନେଶ୍ୱର ; ଟ୍ରେନରୁ ଓହ୍ଲାଉଥିବା ଯାତ୍ରୀଙ୍କୁ ଇସାରା ଦେଇ ଫସାଉଥିଲେ ମାୟାବିନୀ ମୁସ୍କାନ(ସରିଫ୍ ଖାତୁନ) । ନିଜର ରୂପରେ ଲୋକଙ୍କୁ ବିମୋହିତ କରି ,ନିଜ ସାଥୀମାନଙ୍କ ସହ ମିଶି ନିଶା ଦେଇ କରୁଥିଲେ ଲୁଟ୍ । ତେବେ ଏହି ମୁସ୍କାନ ମାତ୍ର ୧୪ ବର୍ଷ ବୟସରେ ଶିଖିଥିଲେ ଏସବୁ କଳା । କାରଣ ୧୪ ବର୍ଷ ବୟସରେ ବିବାହ ପରେ କୋଲକାତାରେ ସ୍ୱାମୀକୁ ଛାଡି ରାଜଧାନୀ ଭୁବନେଶ୍ୱରକୁ ଆସି ନିଜ ମାୟାଜାଲ ବିଛାଇଥିଲା ମାଷ୍ଟରମାଇଣ୍ଡ ମୁସ୍କାନ । ପ୍ରଥମେ ଜରି ଗୋଟାଳି ଭାବେ କାର୍ଯ୍ୟ କରି ପରେ ପରେ ସେକ୍ସ କାରବାର ଚଳାଇଲା ମୁସ୍କାନ । ଭୁବନେଶ୍ୱର ବସ୍ ଷ୍ଟାଣ୍ଡ ଆଉ ରେଳ ଷ୍ଟେସନ ଗୁଡିକୁ ନିଜ ଆଡ୍ଡା ବନାଇଲା ।

ଲୋକମାନଙ୍କୁ ସେକ୍ସ ପାଇଁ ଇସାରା ଦେଇ ଫସାଉଥିଲା ମୁସ୍କାନ । ଏନେଇ ସେ ୨,୪ ଥର ଜେଲ ମଧ୍ୟ ଯାଇଥିଲା । ଆଉ ସେଇ ଜେଲରେ ହିଁ କୁଖ୍ୟାତ୍ ଅପରାଧୀଙ୍କ ସହ ସର୍ମ୍ପକ ବଢାଇ ଲୁଟ୍ ର ଖେଳ ରଚିଥିଲା । ଜେଲରୁ ବାହାରି ଗଞ୍ଜାମର କୁଖ୍ୟତ ଲୁଟେରା ଲଣ୍ଡା ଆଉ ଖୋର୍ଦ୍ଧାର ସାନ ଲଣ୍ଡା ସହ ହାତ ମିଶାଇ ବିଛାଉଥିଲା ମାୟାବିନୀ ମାୟାଜାଲ । ଏଥିରେ ଆଉ ଜଣେ ଅଟୋ ଡ୍ରାଇଭର ଏବଂ ସହଯୋଗୀ ଚିଣ୍ଟୁ ମଧ୍ୟ ସାମିଲଥିବା କହିଛି ପୋଲିସ । ପୂର୍ବରୁ ଅଟୋରେ ବସି ବସ୍ ଷ୍ଟାଣ୍ଡ କିମ୍ବା ରେଳ ଷ୍ଟେସନକୁ ଯାଉଥିଲେ ଅଟୋ ଡ୍ରାଇଭର , ବଡ ବଡିଆ ଯାତ୍ରୀଙ୍କୁ ଦେଖି ଅଟୋରେ ବସାଉଥିଲେ । ବାଟରେ ନିଦ ଲାଗୁଛି କହି ଅଟୋଡ୍ରାଇଭର ଗାଡି ଅଟକାଉଥିଲେ । ଆଉ ଚା ପିଇବାକୁ ଯାଉଥିଲେ । ଏଥିରେ ଯୋଜନା ମୂତାବକ ମୁସ୍କାନ ନିଜ ପାଇଁ ଆଉ ପାଖରେ ବସିଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ଚା ମଗାଉଥିଲେ । ଯେଉଁଥିରେ ଡ୍ରାଇଭର ନିଦ ବଟିକା ମିଶାଇ ଆଣୁଥିଲା । ଆଉ ବାସ୍ ତାକୁ ପିଇବା ପରେ ବେହୋସ ଯାତ୍ରୀଙ୍କ ଠାରୁ ସବୁକିଛି ଲୁଟି ନେଉଥିଲେ ମୁସ୍କାନ ଓ ତାଙ୍କ ସାଥୀ ।

Advertisement

Leave a Reply

Your email address will not be published. Required fields are marked *