Pratidin TV

Odisha's Digital News Platform

ଦୀପାବଳି ପୂର୍ବରୁ ରାଜ୍ୟବାସୀଙ୍କୁ ବଡ ଭେଟି ଦେଲେ ଯୋଗୀ ସରକାର , ବର୍ଷକୁ ମିଳିବ ୨ ଟି ମାଗଣା ସିଲିଣ୍ଡର ..

1 min read

ଉତ୍ତରପ୍ରଦେଶ ; ମହଙ୍ଗା ବଜାରରେ ରାଜ୍ୟସରକାରଙ୍କ ବଡ ଭେଟି । ଦୀପାବଳି ପୂର୍ବରୁ ରାଜ୍ୟବାସୀଙ୍କୁ ଖୁସ ିକରାଇଲେ ଉତ୍ତରପ୍ରଦେଶ ସରକାର ଯୋଗୀ ଆଦିତ୍ୟ ନାଥ । ଆଗକୁ ସାଧାରଣ ନିର୍ବାଚନ। ଏଥିପାଇଁ ଏବେଠାରୁ ହିଁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କଲେଣି ବିଭିନ୍ନ ଦଳ । ଏଥିରୁ ବାଦ୍ ପଡିନାହିଁ ବିଜେପିି ।

ଏଣିକି ବର୍ଷକୁ ଦିଆଯିବ ଦୁଇଟି ମାଗଣା ସିଲିଣ୍ଡର। ସିଲିଣ୍ଡର ମୂଲ୍ୟ ଟଙ୍କା ସିଧାସଳଖ ଗ୍ରାହକଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ। ତେବେ ବର୍ଷକୁ ଏଲପିଜି ଗ୍ରାହକଙ୍କୁ ଦୁଇଟି ସିଲିଣ୍ଡର ମାଗଣାରେ ମିଳିବ ବୋଲି ଗତକାଲି ଘୋଷଣା କରିଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

Advertisement

ଏଥର ଦୀପାବଳିରେ ପ୍ରଥମ ଥର ପାଇଁ ମାଗଣା ସିଲିଣ୍ଡରର ଅର୍ଥ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବ । ସୂଚାନ ଅନୁ୍‌ଯାୟୀ ଉତ୍ତରପ୍ରଦେଶରେ ମୋଟ୍ ୭୫ ଲକ୍ଷ ଉଜ୍ୱଳା ଯୋଜନା କନେକ୍ସନ୍ ରହିଛି। ଗତ ବିଧାନସଭା ନିର୍ବାଚନ ବେଳେ ବିଜେପି ନିଜର ଘୋଷଣାପତ୍ରରେ ହୋଲି ଏବଂ ଦୀପାବଳିରେ ଉଜ୍ୱଳା ଯୋଜନାର ମହିଳା ହିତାଧିକାରୀଙ୍କୁ ମାଗଣା ଏଲପିଜି ସିଲିଣ୍ଡର ଦେବାକୁ ଘୋଷଣା ହୋଇଥିଲା । ତେବେ ଏଥିପାଇଁ ୩୩୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *