Pratidin TV

Odisha's Digital News Platform

ଭିନ୍ନ ଢଙ୍ଗରେ ପାଳିଳେ ସୁପ୍ରିମୋଙ୍କ ଜନ୍ମଦିନ ; ଫୁଟିଲା ୧୦୦ ଗରୀବଙ୍କ ମୁହଁରେ ହସ ….

1 min read

ରାଜଗାଙ୍ଗପୁର ; ଗୁରୁକୁଳ ବୈଦିକ ଆଶ୍ରମରେ ଜନନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ୭୮ ତମ ଜନ୍ମ ଦିନକୁ ଭିନ୍ନଢଙ୍ଗ ରେ ପାଳନ କରିଛନ୍ତି । ଗତକାଲି ୭୮ ବର୍ଷରେ ପାଦଦେଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କର ନିଷ୍ଠା,ଧର୍ଯ୍ୟ ଆଉ କର୍ତ୍ତବ୍ୟକୁ ଭୁରି ଭୂରି ପ୍ରଶଂସା କରୁଛନ୍ତି ରାଜ୍ୟବାସୀ । କେବଳ ରାଜ୍ୟବାସୀ କାହିଁକି ଦେଶ ବିଦେଶରେ ମଧ୍ୟ ନବୀଙ୍କ ପ୍ରଶଂସା । ଏନେଇ ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁରରେ ନବ ଓଡ଼ିଶାର ନିର୍ମାତା ତଥା ଅପ୍ରତିଦ୍ୱନ୍ଦୀ ନେତା ମୁଖ୍ୟମନ୍ତ୍ରୀ ଙ୍କର ୭୮ ତମ ଜୟନ୍ତୀ ଭିନ୍ନଢଙ୍ଗରେ ପାଳିତ ହୋଇଯାଇଛି ।

ବେଦବ୍ୟାସ ସେବା ସଙ୍ଘଠନ ର ସଭାପତି ରବୀନ୍ଦ୍ର ପ୍ରଧାନ ଙ୍କ ସଂଯୋଜନାରେ ୧୦୦ ଜଣ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ରେ ନୂତନ ଜୀବନ ଦାନ ପାଇଥିବା ହିତାଧିକାରୀଙ୍କ ମିଳିତ ଭାବରେ ନବୀନ ପଟ୍ଟନାୟକ ଙ୍କର ଦୀର୍ଘାୟୁ କାମନା କରିଥିଲେ। ଏଥିରେ ଆଶ୍ରମ ର ସମସ୍ତ କର୍ମକର୍ତା ମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଙ୍କ ଆରୋଗ୍ୟ କାମନା କରିଥିଲେ । ତେବେ ନବୀନଙ୍କ ପାଇଁ ଏହି ଗରିବ ଲୋକମାନଙ୍କ ମୁହଁରେ ହସଫୁଟି ପାରିଛି ବୋଲି କହିଛନ୍ତି ରବୀନ୍ଦ୍ର ।

Advertisement

Leave a Reply

Your email address will not be published. Required fields are marked *