ପୋଖରୀରେ ଲୁଚା ଯାଇଥିଲା ଦେଶୀ ମଦ , ପଙ୍କରୁ ଖୋଜି ଖୋଜି ନଷ୍ଟ କଲା ପୋଲିସ …
1 min readଖୋର୍ଦ୍ଧା ; ମାଟି ତଳେ ପୋତା ଯାଇଛି ପୋଚ /ଦେଶୀ ମଦ । ପାଣି ତଳେ, ପଙ୍କ ତଳେ ବି ବେଶ୍ ଯତ୍ନର ସହ ପୋତାଯାଇଛି ପୋଚ । ପୋଲିସ୍ ଆଖିରୁ ବର୍ତ୍ତିବା ପାଇଁ ପୋଚ ପ୍ରସ୍ତୁତିର ଏପରି ଉପାୟ ପୂର୍ବରୁ କେହି କେବେ ଦେଖି ନ ଥିବେ କି ଶୁଣି ନ ଥିଲେ। କିନ୍ତୁ ପୁରୁଣା ବାଲେଶ୍ୱର ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ବିଚିତ୍ର ଚୋରା ଉପାୟ । ଆଜି ଭୋରୁ ଭୋରୁ ହୋଇଥିବା ଚଢ଼ାଉରେ ପୁରୁଣା ବାଲେଶ୍ୱର ଅଞ୍ଚଳରେ ପ୍ରାୟ ୪୧ ହଜାର ଲିଟର ପୋଚ, ୫୦୦ ଲିଟର ଦେଶି ମଦ ଜବତ ହୋଇଛି।
ପୁରୁଣା ବାଲେଶ୍ୱର ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଏମିତି ଦେଶୀ ମଦ ଭାଟି ଚାଲି ଆସୁଥିଲା। ପୋଲିସ୍ କବଳରୁ ବଞ୍ଚିବା ସହ ବେପାର କରି ମାଲେମାଲ ହେବାକୁ ମଦ ମାଫିଆ ଏପରି ଚଳାଇଥିଲେ ନିଜ ସାମ୍ରାଜ୍ୟ ।
ମାତ୍ର ଆଗକୁ ପୂଜା ଥିବାରୁ ଗତ କିଛି ଦିନ ହେବ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଥିବା ପୁଲିସ୍ ଆଜି ଏହି ଭାଟି ଠାବ କରିବାରେ ସକ୍ଷମ ହୋଇଛି। ଆଜି ସକାଳେ ଅବକାରୀ ଓ ପୁଲିସ୍ ଟିମ୍ ଓ ବନ ବିଭାଗ ମିଳିତ ଚଢ଼ାଉ କରି ମାଟି ତଳେ ପୋତା ଯାଇଥିବା ପ୍ରାୟ ୪୧ ହଜାର ଲିଟରରୁ ଅଧିକ ପୋଚ ନଷ୍ଟ କରିଛନ୍ତି।ପୁଲିସ୍କୁ ଦେଖି ସକାଳେ ମଦ ମାଫିଆମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇ ଚାଲି ଯାଇଥିଲେ। ଫଳରେ ପୁଲିସ୍ ମଦ ପ୍ରସ୍ତୁତିରେ ବ୍ୟବହୃତ ଲକ୍ଷାଧିକ ଟଙ୍କାର ସରଞ୍ଜାମ, ୧୦ କୁଇଣ୍ଟାଲରୁ ଅଧିକ କାଠ ଜବତ କରିଛି।