Pratidin TV

Odisha's Digital News Platform

ସୁପ୍ରିମକୋର୍ଟଙ୍କ ନା ପରେ ଦୂତୀଙ୍କୁ ଲାଗିଲା ଝଟକା ! କହିଦେଲେ କିଛି ଏଭଳି..

1 min read

ସମଲିଙ୍ଗୀ ବିବାହକୁ ଅନୁମତି ଦେଲେ ନି ସୁପ୍ରିମକୋର୍ଟ । ଆବେଦନ ଖାରଜ କରିବା ପରେ ଚାରି ଆଡୁ ଏବ ଏ ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି ଅନେକ ଲୋକ । କିଏ ଏହା ସପକ୍ଷରେ ଯାଇଥିବା ବେଳେ କିଏ ଏହାକୁ ବିରୋଧ କରିଛନ୍ତି । ତେବେ ତା ଭିତରେ ଓଡିଶାର ଦ୍ରୁତତମ ଧାବିକା ଦୂତି ଚାନ୍ଦ ନିଜର ମତ ପ୍ରକାଶ କରିଛନ୍ତି । ମଙ୍ଗଳବାର ଅର୍ଥାତ ଆଜି ଅନୁଷ୍ଠିତ ହୋଇସାରିଥିବା ଶୁଣାଣିରେ ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେଇନାହାଁନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ସ୍ୱତନ୍ତ୍ର ବିବାହ ଆଇନରେ ପରିବର୍ତ୍ତନ ଆଣିବାକୁ କେବଳ ସଂସଦର ଅଧିକାର ରହିଛି, କମିଟି ଏହାକୁ ବିଚାର କରିବ । ଜଷ୍ଟିସ ଭଟ୍ଟ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ନେତୃତ୍ୱରେ ଏକ କମିଟି ମାଧ୍ୟମରେ ସମଲିଙ୍ଗୀ ଅଧିକାର ପ୍ରସଙ୍ଗରେ ବିଚାର କରିବ । ଏହି ପ୍ରସଙ୍ଗରେ ଏକ ବଡ ଆଦେଶ ଦେବାବେଳେ କୋର୍ଟ ଏହା ପାଇଁ ଉପଯୁକ୍ତ ଫୋରମ୍ ନୁହଁନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆହୁରି ମଧ୍ୟ କୁହାଯାଇଛି ଯେ ସମଲିଙ୍ଗୀ ଦମ୍ପତି ଏକାଠି ବଞ୍ଚିପାରିବେ, କିନ୍ତୁ ସେମାନଙ୍କ ବିବାହକୁ ସ୍ୱୀକୃତି ଦିଆଯାଇପାରିବ ନାହିଁ । ଏଥି ସହିତ ଏଲଜିବିଟିକ୍ୟୁ ଲୋକଙ୍କ ପ୍ରତି ଭେଦଭାବ ବନ୍ଦ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ତେବେ ସୁପ୍ରିମକୋର୍ଟ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଲେ ଆଥଲେଟିକ ଦୂତୀ ଚାନ୍ଦ । ଗତ ୮ ବର୍ଷ ଧରି ତାଙ୍କ ଗର୍ଲଫ୍ରେଣ୍ଡ ମୋନାଲିସାଙ୍କ ସହ ବିବାହିତ ଦମ୍ପତି ଭାବରେ ରହିଆସୁଛନ୍ତି ଭାରତର ଷ୍ଟାର ଧାବିକା ଦୂତି ଚାନ୍ଦ । ସେ କହିଛନ୍ତି କୋର୍ଟଙ୍କ ମନ୍ତବ୍ୟରେ ଖୁସି, ବର୍ତ୍ତମାନ କମିଟିର ନିଷ୍ପତ୍ତିକୁ ଆଶା କରିଛୁ । ସୁପ୍ରିମକୋର୍ଟଙ୍କ ମନ୍ତବ୍ୟରେ ମୁଁ ଖୁସି ଯେ ଏଥିରେ ସମଲିଙ୍ଗୀ ଦମ୍ପତି ଏକାଠି ରହିପାରିବେ । ଧୀରେ ଧୀରେ ସ୍ୱୀକୃତି ମଧ୍ୟ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଆମର ଏକାଠି ରହିବାର ଅଧିକାର ଅଛି, କୋର୍ଟ ଏହା ଭଲ କହିଛନ୍ତି । ଆଜି କିମ୍ବା ଆସନ୍ତାକାଲି ନହେଲେ ବାକି ସ୍ୱୀକୃତି ମଧ୍ୟ ଗ୍ରହଣ କରାଯିବ । ସମସ୍ୟା ହେଉଛି ଆମେ ଆଇନଗତ ଭାବେ ବିବାହ କରିପାରିବୁ ନାହିଁ । ଆମେ ମନ୍ଦିରରେ କିମ୍ବା ଘରେ ବିବାହ କରିପାରିବୁ କିନ୍ତୁ କୋର୍ଟ ବିବାହକୁ ଏପର୍ଯ୍ୟନ୍ତ ସ୍ୱୀକୃତି ମିଳି ନୁହେଁ, ଏହା ହେଉଛି ସମସ୍ୟା । ଆମେ ବର୍ତ୍ତମାନ ତତ୍ପର ନୁହଁ, ଆମେ ଅତି କମରେ ୩ ବର୍ଷ ଅପେକ୍ଷା କରିବୁ ତା ପରେ ବିବାହ କରିବୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପ୍ରେମକୁ ଆରମ୍ଭରେ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡିଥିଲା । କିନ୍ତୁ ଧୀରେ ଧୀରେ ପରିବାର ସଦସ୍ୟମାନେ ତାଙ୍କ ଏବଂ ତାଙ୍କ ପ୍ରେମକୁ ଗ୍ରହଣ କରିଥିଲେ ଏବଂ ଅତି କମରେ ୮ ବର୍ଷ ଧରି ଏକାଠି ରହି ଆସୁଛନ୍ତି ।

Advertisement

ସମାଜ ଯାହାକୁ ଗ୍ରହଣ କରିପାରେ ନାହିଁ, ସେହି ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଓଡିଶାରେ ଏପରି ଅନେକ ଦମ୍ପତି ଅଛନ୍ତି କିନ୍ତୁ ସେମାନେ ଭୟଭୀତ ହୋଇ ଆଗକୁ ଆସନ୍ତି ନାହିଁ । ବିବାହ କରିବାକୁ, ପିଲା ଜନ୍ମ କରିବାକୁ, ପରିବାର ପ୍ରତିପୋଷଣ କରିବାକୁ ଚାହୁଁଛନ୍ତି ସମସ୍ତେ ଚାହାଁନ୍ତି । ସେ ସ୍ୱପ୍ନ ମୁଁ ଦେଖୁଛି ବୋଲି କହିଛନ୍ତି ଦୂତୀ । ଆଉ ଏଥିପାଇଁ ସେ ସଂସଦର ନିଷ୍ପତ୍ତିକୁ ଅପେକ୍ଷା କରିବେ । ଗତ ବର୍ଷ ଡିସେମ୍ବର ମାସରେ ସବୁ ମାମଲା ସୁପ୍ରିମକୋର୍ଟକୁ ଫରୱାର୍ଡ କରାଯାଇଥିଲା । ପରେ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ମାଗିଥିଲେ ସର୍ବୋଚ୍ଚ ନାୟାଳୟ । ଗତ ମେ ୧୧ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ ।

Leave a Reply

Your email address will not be published. Required fields are marked *