Pratidin TV

Odisha's Digital News Platform

ବନ୍ଧା ପଡିଥିଲା ମା’ଙ୍କ ସୁନା ଅଳଙ୍କାର, ମୁକୁଳେଇଲେ ମୁସଲମାନ ଭକ୍ତ…

1 min read

କଟକ: କଟକର ଶାରଦୀୟ ଦୁର୍ଗାପୂଜା ଜାତି, ବର୍ଣ୍ଣ, ଧର୍ମରୁ ବହୁ ଉର୍ଦ୍ଧ୍ୱରେ । ଯାହାକୁ ପ୍ରମାଣ କରି ଦେଖାଇଲେ କଟକ ସୂତାହାଟ ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଶେଖ୍ ଲିଆକତ୍ ଉଦ୍ଦିନ ଅହମ୍ମଦ । ହୃଦୟ ଜିତିଲେ ମହାମାୟୀଙ୍କ ମୁସଲିମ ଭକ୍ତ । ଭାଇଚାରାର ସହର କଟକରେ ଭାଇଚାରାର ଆଉ ଏକ ଜ୍ୱଳନ୍ତ ଉଦାହରଣ । କଟକରେ ମାଆଙ୍କ ବନ୍ଧକ ଗହଣା ମୁକାଳିଲେ ମୁସଲିମ୍ ଭକ୍ତ । ମା’ଙ୍କ ପୂଜା ହେଲେ ହାତରୁ ଖର୍ଚ୍ଚ ହୋଇଥିବା ପୁରୁଣା ପଇସା ମିଳି ନ ଥିବାରୁ ଜଣେ ଭାଇ କହିଲେ ମା’ଙ୍କ ଗହଣା ଦେବି ନାହିଁ । ଚିନ୍ତା ପଡ଼ିଲା ବିନା ଗହଣାରେ କେମିତି ପୂଜା ପାଇବେ ମା’ । ଆଉ ଏତିକି ବେଳେ ଆଗେଇ ଆସିଲେ ସାହିର ମୁସଲିମ ଯୁବକ ଶେଖ୍ ଲିଆକତ୍ ଉଦ୍ଦିନ ଅହମ୍ମଦ । କହିଲେ ବାକି ଟଙ୍କା ମୁଁ ଦେବି ଅଳଙ୍କାର ଆଣ । ଟଙ୍କା ଦେଲେ ଅଳଙ୍କାର ଆସିଲା ଆଉ ଏବେ ପୁଣି କଟକ ସୂତାହାଟ ମଣ୍ଡପ ଚଳଚଞ୍ଚଳ ପ୍ରସ୍ତୁତି କାର୍ଯ୍ୟ ଜୋରସୋର୍ ରେ ଆଗେଇ ଚାଲିଛି । ହେଲେ ଏହି ଘଟଣା କିନ୍ତୁ ପୁଣି ସୂଚାଇ ଦେଲା କି କଟକରେ ପୂଜା ଖାଲି ହିନ୍ଦୁଙ୍କ ର ନୁହେଁ ଭାଇଚାରା ସହରରେ ପୂଜା ଏଠି ଆଉ କୌଣସି ନିର୍ଦ୍ଦିଷ୍ଟ ଧର୍ମରେ ବାନ୍ଧି ହୋଇ ନାହିଁ । ତେବେ ଏଭଳି କାମ କରିଥିବା ଶେଖ୍ ଲିଆକତ ଉଦ୍ଦିନ କୁହନ୍ତି ୧୪ ପିଢ଼ି ଧରି ଆମେ ଏଠାରେ ରହୁଛୁ କଟକ ଭାଇଚାରା ସବୁବେଳେ ସ୍ୱତନ୍ତ୍ର ।

Advertisement

Leave a Reply

Your email address will not be published. Required fields are marked *