Pratidin TV

Odisha's Digital News Platform

ଧରାପଡିଗଲା ସ୍ତ୍ରୀର ପରକ୍ରିୟା ପ୍ରୀତି , ଡିଜେଲ ଢାଳି ଜିଅନ୍ତା ଜାଳିଦେଲା ସ୍ୱାମୀ !

କଟକ ; ବିବାହ ବନ୍ଧନର ସମ୍ପର୍କକୁ ଭୁଲି ସ୍ତ୍ରୀକୁ ପୋଡ଼ି ମାରିଦେଲା ନୃଶଂସ ସ୍ୱାମୀ । ନିଶାସକ୍ତ ସ୍ୱାମୀ ସାଜିଲା ସୈତାନ । ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇଥିବା ସ୍ତ୍ରୀକୁ ପ୍ରି ପ୍ଲାନ କରି ହତ୍ୟା । ଆଜ୍ଞା ହଁ ଏଭଳି ଏକ ବିବତ୍ସ ହତ୍ୟା କାଣ୍ଡ ଦେଖିବାକୁ ମିଳିଛି ମାହାଙ୍ଗା ବ୍ଲକ ର ଭଦ୍ରେଶ୍ୱର ଥାନା ଅନ୍ତର୍ଗତ କୁରୁଜଙ୍ଗା ପଞ୍ଚାୟତ ର ଢ଼ୀଅମାଳ ଗ୍ରାମରେ । ଏହି ଗ୍ରାମର ତ୍ରିଲୋଚନ ଦାସଙ୍କ ଏକମାତ୍ର ପୁଅ ଦେବୀପ୍ରସାଦ ଦାସ ଓରଫ ଦିପୁ ଏବଂ ମଞ୍ଚେଶ୍ୱର ଥାନା କଳା ରାହାଙ୍ଗ ଗ୍ରାମର ପୁର୍ଣଚଦ୍ର ବେହରାଙ୍କ ଏକମାତ୍ର ଝିଅ ସୋନାଲି ବେହେରା ଓରଫ ନିକିଙ୍କୁ ଗତ ୨୦୨୨ ମସିହା ମେ ମାସ ୧୩ ତାରିଖରେ ବୈଦିକ ରୀତିନୀତିରେ ବିବାହ କରିଥିଲେ । ବିବାହର କିଛି ମାସ ପର୍ଯ୍ୟନ୍ତ ସ୍ୱାମୀ ଆଉ ସ୍ତ୍ରୀ ବେଶ ହସ ଖୁସିରେ ଥିଲେ କିନ୍ତୁ ହଠାତ ବଦଳି ଗଲା ସବୁକିଛି । ଧୀରେ ଧୀରେ ଦିପୁ ଦେଖାଇଥିଲା ତାର ଅସଲ ଚେହେରା । ମଦ ପି ସ୍ତ୍ରୀକୁ ମାରପିଟ ଗାଳିଗୁଲଜ କରିବାର କଥା ମଧ୍ୟ ଅଭିଯୋଗ ହେଉଥିଲା ।

ଅନ୍ୟପଟେ ସ୍ତ୍ରୀ ନିକିର ପରକୀୟା ପ୍ରୀତି ସାମ୍ନାକୁ ଆସିବା ପରେ ବଦଳିଯାଇଥିଲା ସ୍ୱାମୀ ସ୍ତ୍ରୀର ସର୍ମ୍ପକ । କିଛି ଦିନ ପୂର୍ବରୁ ରାତିରେ ସୋନାଲି ବେହେରା ଓରଫ ନିକି ଶାଶୁ ଘର ଛାଡ଼ି କାହା ସହ ପଳାଇଯାଇଥିବାର ଅଭିଯୋଗ ମଧ୍ୟ ଥାନାରେ ହୋଇଥିଲା । ପରେ ସୋନାଲିକୁ ଉଦ୍ଧାର କରିଥିଲା ପୋଲିସ । ଯାହାକୁ ନେଇ ଥାନାରେ ସ୍ୱାମୀ ସ୍ତ୍ରୀ ଓ ଦୁଇ ପରିବାର ମଧ୍ୟରେ ଆପସ ବୁଝାମଣା ମଧ୍ୟ ହୋଇଥିଲା କିନ୍ତୁ ତାପରେ ହଠାତ ସ୍ୱାମୀ ପାଲଟି ଥିଲା ନର ରୁପି ରାକ୍ଷସ । ଆଉ ସ୍ତ୍ରୀକୁ ଗାଳିଗୁଲଜ କରିବା ସହିତ ନିର୍ଯାତନା ଦେଉଥିଲା ।

ପରେ ଜହ୍ଲାଦ ସ୍ୱାମୀ ସ୍ତ୍ରୀକୁ ଡିଜେଲ ଢାଳି ନିଆଁ ଲଗାଇଦେଇଥିଲା ଆଉ ସ୍ତ୍ରୀ ର ମୃତ୍ୟୁ ହୋଇଥିବା ନେଇ ନେଇ ଝିଅର ବାପା ପୁର୍ଣଚନ୍ଦ୍ର ବେହେରା ଭଦ୍ରେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଭଦ୍ରେଶ୍ୱର ଥାନା ପୋଲିସ କେସ ନଂ ୧୧୮/୨୦୨୩ ରେ ମାମଲା ରୁଜ୍ଜୁ କରି ୪୯୮(ଇ)\’, ୩୦୨, ୩୪ ସକ୍ଟ୍ରମ ଧାରା ଭଳି ସଙ୍ଗୀନ ଦଫା ଲଗାଇ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାରେ ପରିବାରର କିଏ କିଏ ସାମିଲ ଅଛନ୍ତି ତାହା ତଦନ୍ତ ପରେ ହିଁ ଜଣା ପଡ଼ିବ ବୋଲି କହିଛି ପୋଲିସ ।

Leave a Reply

Your email address will not be published. Required fields are marked *