Pratidin TV

Odisha's Digital News Platform

ରୋଗୀ ଛାଡି ଫେରୁଥିଲା ୧୦ ଚକିଆ ଟ୍ରକକୁ ପିଟିଦେଲା ଆମ୍ବୁଲାନ୍ସ , ଡ୍ରାଇଭର ,ଫାର୍ମାସିଷ୍ଟ ଗୁରୁତର

1 min read

ଯାଜପୁର : ରୋଗୀକୁ ଛାଡ଼ି ହସ୍ପିଟାଲ ଫେରୁଥିଲା ୧୦୮ ଆମ୍ବୁଲାନ୍ସ । ହେଲେ ଅଧା ରାସ୍ତାରେ ଦ୍ରୁତ ଗତିରେ ଯାଇ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଓ ଫାର୍ମାସିଷ୍ଟ ଗୁରୁତର ଭାବେ ଆହତ ହୋଇଛନ୍ତି । ଆଜି ସକାଳେ ୫୩ନମ୍ୱର ଜାତୀୟ ରାଜପଥରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୂଚନାମୁତାବକ , ୧୦୮ଆମ୍ବୁଲାନ୍ସ ରୋଗୀ ଧରି କଟକ ବଡ଼ ମେଡ଼ିକାଲ୍ ଯାଇଥିଲା । ସେଠାରେ ରୋଗୀକୁ ଛାଡ଼ି ଯାଜପୁର ଫେରୁଥିଲେ । ହେଲେ ଆଜି ବଢି ଭୋରୁ ଆମ୍ବୁଲାନ୍ସଟି ୫୩ ନମ୍ୱର ଜାତୀୟ ରାଜପଥର ପାଣିକୋଇଲି ଥାନା ଚାନ୍ଦପୁର ନିକଟରେ ଛିଡ଼ା ହୋଇଥିବା ଏକ ଦଶ ଚକିଆ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଆମ୍ବୁଲାନ୍ସ ଆଗ ଭାଗ ସମ୍ପୂଣ୍ଣ ରୂପେ ଚୁରମାର ହୋଇଯାଇଛି । ଆମ୍ବୁଲାନ୍ସକୁ ଦେଖିଲେ ଦୁର୍ଘଟଣାଟି କେତେ ଜୋର ହୋଇଛି ଅନୁମାନ କରାଯାଇ ପାରୁଥିବ । ଏଥିରେ ଆମ୍ବୁଲାନ୍ସ ଚାଳକ ତପନ ପରିଡା ଓ ଫାର୍ମାସିଷ୍ଟ ସୁଜିତି କୁମାର ବଡ଼ ଜେନା ଗୁରୁତର ଆହତ ହୋଇଥିଲା । ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ଉଭୟଙ୍କୁ ଗାଡିରୁ ବାହାର କରି ଯାଜପୁର ରୋଡ୍ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରି ଦେଇଛି । ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ତେବେ କେଉଁ କାରଣ ଦୁର୍ଘଟଣାଟି ହୋଇଛି ସେ ନେଇ ଜଣାପଡି ନାହିଁ । ଡ୍ରାଇଭରଙ୍କ ଆଖି ଲାଗି ଥିବାରୁ ଏଭଳି ହୋଇଥିବା ଅନୁମାନ କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *