Pratidin TV

Odisha's Digital News Platform

ଏୟାର ଏସିଆ ସିଇଓଙ୍କ ଅଜବ କାରନାମ, ମିଟିଂ ଚାଲୁଥିବା ବେଳେ ସାର୍ଟ ଲେସ ହୋଇ ନେଉଛନ୍ତି ବଡି ମସାଜ

1 min read

ସାର୍ଟ ଲେସ୍ ନଜର ଆସିଲେ ଏୟାର ଏସିଆ ସିଇଓ । ସେ ପୁଣି କୌଣସି ହଲିଡେ’ ଛୁଟିରେ ନୁହେଁ । ଖୋଲା ଦେହରେ ମିଟିଂରେ ଆସି ଯୋଗ ଦେଇଥିଲେ । ଯାହାକୁ ଦେଇ ଆଶ୍ଚର୍ଯ୍ୟ ହୋଇ ପଡିଯାଇଥିଲେ ସମସ୍ତେ । କେବଳ ସେତିକି ନୁହେଁ ମିଟିଂ ଚାଲିଥିବା ବେଳେ ସେ ନିଜର ବଡି ମସାଜ ମଧ୍ୟ କରାଇଥିବା ଭିଡିଓ ବି ମଧ୍ୟ ଏବେ ଭାଇରାଲ ହେଉଛି । ଏଭଳି କିଛି ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋଶିଆଲ ମିଡିଆରେ ଘୂରି ବଲୁଛି । କମ୍ ମୂଲ୍ୟରେ ବିମାନ ସେବା ଯୋଗାଉ ଥିବା ବିମାନ ହେଉଛି ଏୟାର ଏସିଆ । ସେହି କମ୍ପାନୀର ସିଇଓ ହେଉଛନ୍ତି ଟୋନି ଫର୍ଣ୍ଣାଣ୍ଡିଜ । ସେ ଏବେ ସୋଶିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । କମ୍ପାନୀର ମ୍ୟାନେଜମେଣ୍ଟ ମିଟିଂରେ ଚାଲିଥିବା ବେଳେ ସିଇଓ ନିଜେ ସାର୍ଟ ଲେସ୍ ହୋଇ ଯୋଗ ଦେଇଥିଲେ ।

ଭିଡିଓ କନ୍‌ଫ୍ରେନ୍ସିଂରେ ମିଟିଂ ଚାଲିଥିବା ବେଳେ ସେ ସାର୍ଟଲେସ ହୋଇ ପଡିଥିଲେ । କେବଳ ସେତିକି ନୁହେଁ ମିଟିଂ ମଝିରେ ସେ ବଡି ମସାଜର ମଧ୍ୟ ମଜା ନେଉଥିବା ମଧ୍ୟ ଫଟୋରେ ଦେଖିବାକୁ ମିଳିଛି ।ପ୍ରକୃତରେ ଲିଙ୍କଡଇନ୍‌ରେ ଟୋନି ଫର୍ଣ୍ଣାଣ୍ଡିଜ ଖୋଦ୍ ନିଜର ଏହି ସାର୍ଟ ଲେସ ଫଟୋକୁ ସେୟାର କରିଥିଲେ । ସେୟାର କରି ସେ ଲେଖିଛନ୍ତ ଯେ, ‘ସପ୍ତାହଟି ବେଶ୍ ଚାପଗ୍ରସ୍ତ ଥିଲା । ୱେରାନିତା ୟୋସେଫିନ ମୋତେ ମସାଜ କରାଇବାକୁ ପ୍ରସ୍ତାବ ଦେଇଥିଲେ । ଇଣ୍ଡୋନେସିଆ ଏବଂ ଏୟାରଏସିଆ ସଂସ୍କୃତିକୁ ମୁଁ ଖୁବ ଭଲପାଏ । ମସାଜ ନେବା ସହ ମିଟିଂରେ ଯୋଗ ମଧ୍ୟ ଦେଇପାରିଛି ମୁଁ ।’ସିଇଓଙ୍କ ଏହି ଫଟୋ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆର କିଛି ୟୁଜର୍ସ ତାଙ୍କୁ ପରିହାସ କରିବା ସହ ଆଉ କିଛି ରାଗି ଯାଇଛନ୍ତି । ଜଣେ ବିଶିଷ୍ଟ ବ୍ୟକ୍ତି ହୋଇ ଏଭଳି ସର୍ବସାଧାରଣରେ ସାର୍ଟ ଲେସ୍ ହେବା ଠିକ୍ ନୁହେଁ । ଏଭଳି ବ୍ୟକ୍ତିଙ୍କୁ ତାଙ୍କ ପଦରୁ ହଟାଇ ଦେବା ଉଚିତ ବୋଲି କହିଛନ୍ତି ୟୁଜର୍ସ । ତେବେ ଏହାକୁ ନେଇ ଏୟାର ଏସିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ମଳି ପାରି ନାହିଁ ।

Advertisement

Leave a Reply

Your email address will not be published. Required fields are marked *