Pratidin TV

Odisha's Digital News Platform

ଚଳିବର୍ଷ ଚିଲିକାରେ ଭାସିବ ରେସ୍ତୋରାଁ,ପର୍ଯ୍ୟଟକ ରହିବା ସହ ସୁସ୍ୱାଦୁ ଖାଦ୍ୟର ମଜା ଉଠାଇ ଶୀତର ନେବେ ଆନନ୍ଦ..

1 min read

ଭୁବନେଶ୍ୱର: ଓଡିଶାବାସୀଙ୍କ ପାଇଁ ଆସୁଛି ଖୁସିର ଖବର । କାରଣ ଆଉ କିଛି ମାସ ଭିତରେ ଚିଲିକା ଜଳରାଶିରେ ଭାସିବ ବିଳାସପୂର୍ଣ୍ଣ ରେସ୍ତୋରାଁ । ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଆଉ ଏହି ରେସ୍ତୋରାଁ ପାଇଁ ପ୍ରାୟ ସାଢ଼େ ୬ କୋଟି ଟଙ୍କା ଖର୍ଚ୍ଚରେ ହେବାକୁ ଥିବା ବେଳେ ଏଥିରେ ପର୍ଯ୍ୟଟକମାନେ ବିଭିନ୍ନ ରାଜକୀୟ ସେବା ପାଇ ପାରିବେ । ପର୍ଯ୍ୟଟକମାନେ ଚିଲିକା ବୁଲିବା ସହ ରାତ୍ରିଯାପନ ବି ଏହି ରେସ୍ତୋରାଁରେ କରିପାରିବେ । ଜନ୍ମଦିନ, ବିବାହ ବାର୍ଷିକୀ, ନିର୍ବନ୍ଧ ଭଳି ସାମାଜିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଏଥିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

ଦୁଇ ମହଲା ବିଶିଷ୍ଟ ଏହି ଭାସମାନ ରେସ୍ତାରାଁରେ ଏକାସହ ମୋଟ୍ ୮୪ ଜଣ ପର୍ଯ୍ୟଟକଙ୍କ ରହଣିର ବ୍ୟବସ୍ଥା କରାଯାଇଛି । ତାରକା ହୋଟେଲ ଭଳି ଏସି-ରୁମ୍ ସାଙ୍ଗକୁ ସୁସ୍ୱାଦୁ ଭୋଜନର ମେନ୍ୟୁ ଏଥିରେ ଆପଣମାନଙ୍କୁ ମିଳିବ । ଦର ବି ପର୍ଯ୍ୟଟକଙ୍କ ପକେଟ୍‌କୁ ସୁହାଇଲା ଭଳି ରହିବ ବୋଲି ବିଭାଗ କହିଛି ।

Advertisement

ପର୍ଯ୍ୟଟକମାନେ ନିଜ ମନ ପସନ୍ଦର ଓଡ଼ିଆ ପାରମ୍ପରିକ ଖାଦ୍ୟ ସାଙ୍ଗକୁ କଣ୍ଟିନେଣ୍ଟାଲ, ଚାଇନିଜ୍ ଆଦି ବିଦେଶି ଖାଦ୍ୟର ମଜା ନେଇପାରିବେ । ପ୍ରତିବର୍ଷ ଚିଲିକାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ପକ୍ଷରୁ ଭାସମାନ ରେସ୍ତାରାଁ ଆରମ୍ଭ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି । ଚଳିତ ପର୍ଯ୍ୟଟନ ଋତୁରେ ହିଁ ପର୍ଯ୍ୟଟକମାନେ ଏହି ସୁବିଧା ପାଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *