Pratidin TV

Odisha's Digital News Platform

ଅନ୍ତର୍ଜାତୀୟ ଫ୍ୟାଶନ ପ୍ରତିଯୋଗିତାରେ ଚମକିଲେ ଓଡିଆ ଝିଅ ଶତରୂପା …

1 min read

କେନ୍ଦୁଝର ; ପୁଣି ଚମକିଲେ ଓଡିଆ ଝିଅ । ଅନ୍ତର୍ଜାତୀୟ ଫ୍ୟାଶନ ପ୍ରତିଯୋଗିତାରେ ଭାରତୀୟ ପରିଧାନ ଓ ସଂସ୍କୃତିକୁ ନେଇ ଅନୁଷ୍ଠିତ ହୋଇଥିବା ଗ୍ଲୋରିୟସ ଟ୍ରାଡିସନାଲ କ୍ଵିନ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ କେନ୍ଦୁଝର ନରଣପୁର ଅଞ୍ଚଳରେ ଜନ୍ମିତ ଝିଅ ଶତରୂପା ଦାଶ ସମ୍ମାନିତ ହୋଇଛନ୍ତି। ରାଜସ୍ଥାନର ରାଜଧାନୀ ଜୟପୁରରେ ଥିବା ପୁରୁଣା ଆଲବର୍ଟ ମ୍ୟୁଜିୟମ୍ ପରିସରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦେଶର ପୂର୍ବାଞ୍ଚଳରୁ ଶତରୂପା (ସ୍ଵରୂପା) ପ୍ରତିନିଧୂତ୍ବ କରିବାର ସୁଯୋଗ ପାଇଥିଲେ। ଫ୍ୟାଶନ ପ୍ରତି ରୁଚି ରଖୁଥିେବା ସ୍ବରୂପା ଏଠାରେ ନିଜ ପ୍ରତିଭା ପ୍ରଦର୍ଶନ କରି ସମ୍ମାନିତ ହୋଇଛନ୍ତି।

ସେଠାରେ ହୋଇଥିବା ଶ୍ରାବଣ ଉତ୍ସବରେ ଶତରୂପା ଓ ସାଥୀ ଶ୍ରୀୟା ‘ମହନି ଲାଗିଛେ, ଜଗନ୍ନାଥ ସଙ୍ଗୀତରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଏଥିର ସହ ସେ ରାଜସ୍ଥାନ ଷ୍ଟେଟ ଏମ୍ପୋରିୟମ ଠାରେ ହୋଇଥିବା ଏକ ଫ୍ୟାଶନ୍ ଶୋରେ ଟପ୍ ୯ ଭିତରେ ରହି ‘ମିସ୍ ନ୍ୟାଚୁରାଲ ସ୍ଵାଇଲ’ ଓ ଡ୍ୟାନସିଂ ଡିଭା’ ଟାଇଟଲ ଜିତିଛନ୍ତି । ଏହି ଖବର କେନ୍ଦୁଝରରେ ତା’ଙ୍କ ଶୁଭେଚ୍ଛୁଙ୍କ ମନରେ ଆନନ୍ଦ ଆଣିଦେଇଛି ।

Advertisement

ବର୍ତ୍ତମାନ ସ୍ନାତକତ୍ତୋର କରୁଥିବା ଶତରୂପା ଏହି ସଫଳତା ପାଇଁ ପ୍ରଭୁ ଜଗନ୍ନାଥଙ୍କୁ କୃତଜ୍ଞତା ଅର୍ପଣ କରିବା ସହ ନିଜ ପିତାମାତା ଓ ଗ୍ଲୋରିୟସର ଡାଇରେକ୍ଟର ମିସେସ ନବିତା ପାଓ୍ବାର ଓ ସମସ୍ତ ଜୁରି ମଣ୍ଡଳୀ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗକୁ ସମ୍ବଲପୁରୀ ଲୋକ ନୃତ୍ୟ ତଥା ଓଡିଶା ର ବିଭିନ୍ନ ନୃତ୍ୟ କୁ କେମିତି ଆଗକୁ ନେବେ ତାହା ଲକ୍ଷ ରଖିଛନ୍ତି ।

Leave a Reply

Your email address will not be published. Required fields are marked *