Pratidin TV

Odisha's Digital News Platform

ବୋଲିଂ ବେଳେ ଆହତ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା , ବଲ ଧରି ଏଣ୍ଟ୍ରି କଲେ କୋହଲି,କମ୍ପିଲା ପୂରା ଷ୍ଟାଡିୟମ..

1 min read

ଭାରତ ତାର ୪ର୍ଥ ମ୍ୟାଚ ପାଇଁ ଆଜି ମୈଦାନକୁ ଓହ୍ଲାଇ ସାରିଛି । ବାଂଲାଦେଶ ବିପକ୍ଷରେ ଚାଲିଥିବା ମ୍ୟାଚରେ ଆସିଲା ବଡ ଖବର । ବୋଲିଂ କରୁଥିବା ବେଳେ ହାର୍ଦ୍ଦିକ ହେଲେ ଆଘାତର ଶିକାର ଫଳରେ ମୈଦାନ ଛାଡିବାକୁ ପିଡିଛି ଏବଂ ତାଙ୍କର ବାକି ଥିବା ଗୋଟେ ଓଭର ୩ଟି ବଲରେ ବୋଲିଂ କରିବାକୁ ଆସିଲେ କିଙ୍ଗ କୋହଲି । ବାଂଲାଦେଶ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ । ବାଂଲାଦେଶର ଇନିଂସର ୯ ଓଭରରେ ବୋଲିଂ କରୁଥିବା ବେଳେ ସେ ଏହି ଆଘାତ ପାଇଥିଲେ । ଆଘାତ ପରେ ପାଣ୍ଡ୍ୟାଙ୍କୁ ପଡ଼ିଆ ଛାଡିବାକୁ ପଡିଲା । ତାଙ୍କର ଓଭର ବିରାଟ କୋହଲିଙ୍କ ଦ୍ୱାରା ଶେଷ ହୋଇଥିଲା । ବିରାଟ ବୋଲିଂ ଆରମ୍ଭ କରିଥିବା ବେଳେ ପଡିଆରେ କମ୍ପି ଉଠିଲା କୋହଲିଙ୍କ ନାଁ । ଦୀର୍ଘ ଦିନ ପରେ ମ୍ୟାଚରେ ବୋଲିଂ କରିବାକୁ ଓହ୍ଲାଇଥିଲେ ବିରାଟ । ଏବଂ ତାଙ୍କ ପ୍ରଶଂସକ ଏହାକୁ ଦେଖି ଖୁସିରେ ଝୁମି ଉଠିଥିଲେ । ବର୍ତ୍ତମାନ ସୁଦ୍ଧା ବାଂଲାଦେଶ ୧୬.୪ ଓଭରରେ ୯୭ରନ କରି ଗୋଟେ ୱକେଟ ହରାଇଛି ।

ସୂଚନାମୁତାବକ, ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ । ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିଅମରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ-ବାଂଲାଦେଶ । ଦିନିକିଆ ବିଶ୍ୱକପରେ ଭାରତର ଏହା ଚତୁର୍ଥ ମୁକାବିଲା । ଆଜିର ମ୍ୟାଚକୁ କବଜା କରି ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ ରୋହିତ ବାହିନୀ । ପୂର୍ବରୁ ଅଷ୍ଟେରଲିଆ, ଆଫଗାନିସ୍ତାନ ଓ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଜିତି ସାରିଛି ଭାରତ । ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିବା ଲକ୍ଷ୍ୟ ରହିଛି ।

Advertisement

Leave a Reply

Your email address will not be published. Required fields are marked *