Pratidin TV

Odisha's Digital News Platform

ବରାହ ଫାଶରେ ପଡି ଶିକାରୀ ର ମୃତ୍ୟୁ, ସହଯୋଗୀଙ୍କୁ ବାନ୍ଧିଲା ପୋଲିସ…

ବଲାଙ୍ଗୀର: ବାରହା ପାଇଁ ବିଛା ଯାଇଥିଲା ମୃତ୍ୟୁର ଜାଲ । ହେଲେ ସେହି ଜାଲରେ ପଡି ଚାଲିଗଲା ଶିକାରୀର ଜୀବନ । ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା କୁମ୍ଭାରୀ କାଲିଡୁଙ୍ଗୁରି ସଂରକ୍ଷଣ ଜଙ୍ଗଲରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ବାରହା ଶିକାର କରିବାକୁ ଯାଇ ଫାଶରେ ପଡି ଶେଷରେ ଶିକାରୀଙ୍କ ମୃତ୍ୟୁ ହୋଇଛି । ହେଲେ ଶିକାରୀଙ୍କର ମୃତଦେହ ନିଖୋଜ ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ବଲାଙ୍ଗୀର ଡଗସ୍କ୍ୱାଡ଼ ଓ ସାଇଣ୍ଟିପିକ ଟିମ ଘାଟଣସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ କିନ୍ତୁ ମୃତ ଦେହ ମିଳିନ ଥିଲା ଶେଷରେ ଆଜି ୪୮ ଘଣ୍ଟା ପରେ ଏକ ବୋଦା ମୂଳରୁ ମୃତ ଦେହ କୁ ଉଦ୍ଧାର କରିଛି ସଇଁନ୍ତଲା ପୋଲିସ । ତେବେ ମୃତ ବ୍ୟକ୍ତି ଜଣକ ସଇଁତଲା ଥାନା ଅନ୍ତର୍ଗତ ଡ଼ୁମେରମୁଣ୍ଡା ଗ୍ରାମର ଜବଦୁ ବଗର୍ତ୍ତୀ ବୋଲି ଜଣାପଡିଛି ।


ସୂଚନା ମୁତାବକ ଗତ ସୋମବାର ଅପରାହ୍ନରେ ଜବଦୁ ତାର ସମ୍ପର୍କୀୟ ଭଣଜା ଗେଥଲ ସହିତ କୁମ୍ଭାରୀ କାଲିକ୍ଷେତ ସ୍ଥିତ କାଲିଡୁଙ୍ଗୁରି ସଂରକ୍ଷିତ ଜଙ୍ଗଲକୁ ବରାହ ଶିକାର କରିବା ପାଇଁ ଯାଇଥିଲେ । ସେହି ସମୟରେ ପୂର୍ବରୁ ଅନ୍ୟ ଜଣେ ଶିକାରୀ ବିଦୂତ ତାରରେ ଫାଶ ଲଗାଇଥିଲେ । ଆଉ ଶିକାରୀ ଜବଦୁ ଅଜାଣତରେ ବିଛା ଯାଇଥିବା ବିଦୂତ ସଂପର୍ଶ ରେ ଆସି ତାଙ୍କର ମୃତ୍ୟୁ ଘଟିଥିଲା । ପରିବାର ଜାଣିବା ପରେ ମଙ୍ଗଳବାର ସକାଳେ ଘଟଣା ସ୍ଥଳକୁ ଯାଇ ଜବଦୁଙ୍କର ମୃତଦେହ ଖୋଜା ଖୋଜି କରିଥିଲେ । ହେଲେ ଶବ ନପାଇ ମୃତକଙ୍କ ସ୍ତ୍ରୀ ଡାଳିମ୍ବ ବଗର୍ତ୍ତୀ ସଇଁତଲା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଆଜି ବଲାଙ୍ଗୀର ଡଗସ୍କ୍ୱାଡ଼, ଓ ସାଇଣ୍ଟିପିକ ଟିମ ସହ ସଇଁତଲା ଥାନା ଅଧିକାରୀ ତଦନ୍ତ କରିଥିଲେ । ପରେ ଆଜି ମୃତ ଦେହ ଉଦ୍ଧାର ହୋଇଛି । ବଲାଙ୍ଗୀର ମେଡିକାଲରେ ଶବ ବ୍ୟବଛେଦ କରାଯାଇଥିବା ଜଣାପଡିଛି । ଏହି ଘଟଣାରେ ମୃତକଙ୍କ ସହଯୋଗୀ ଙ୍କୁ ଥାନାରେ ଅଟକ ରଖି ପଚାର ଉଚରା କରି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *