Pratidin TV

Odisha's Digital News Platform

ମାଙ୍କୁ ଚିଠି ଲେଖି ହଷ୍ଟେଲ ରୁମରେ ଝୁଲିପଡିଲେ ସମ୍ବଲପୁର ୟୁନିଭରସିଟି ଛାତ୍ର ..

1 min read

ସମ୍ବଲପୁର ; କଲେଜ ହଷ୍ଟେଲର ରୁମ ଭିତରୁ ଗାମୁଛା ବନ୍ଧା ହୋଇ ଝୁଲୁଛି ଛାତ୍ରଙ୍କ ମୃତଦେହ । ଆଉ ଏହି ଘଟଣାକୁ ନେଇ କଲେଜ ସହ ସମଗ୍ର ହଷ୍ଟେଲରେ ଖେଲିଯାଇଛି ଚାଞ୍ଚଲ୍ୟ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି । ଏପରି କିଛି ଘଟଣା ଗତକାଲି ସମ୍ବଲପୁର ସହରର ଜିଏମ ବିଶ୍ଵବିଦ୍ୟାଳୟ ଟ୍ରଷ୍ଟଫଣ୍ଡ ହଷ୍ଟେଲରେ ଘଟିଛି । ସୂଚନା ଅନୁସାରେ ଗୁରୁବାର ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଟ୍ରଷ୍ଟଫଣ୍ଡ ହଷ୍ଟେଲରେ ରହୁଥିବା ଜଣେ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତ୍ୟୁ ଦେହ ଦେଖିବାକୁ ମିଳିଥିଲା ।

ମୃତ ଛାତ୍ର ଜଣକ ହେଲେ ବିଶ୍ଵବିଦ୍ୟାଳୟ +୩ କମର୍ଶରେ ପାଠ ପଢ଼ୁଥିବା ଘନଶ୍ୟାମ କରୁଆଁ । ଘନଶ୍ୟାମଙ୍କ ଘର କଳାହାଣ୍ଡି ଜ଼ିଲ୍ଲା ନର୍ଲା ଅଞ୍ଚଳର ବୋଲି ଜଣା ପଡିଛି । ଗୁରୁବାର ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ସେ ରୁମ ଭିତର କୁ ଯାଇ କବାଟ ବନ୍ଦ କରି ଦେଇଥିଲେ । ଦୀର୍ଘ ସମୟ ଧରି କବାଟ ନଖୋଲିବାରୁ ତାଙ୍କ ସାଙ୍ଗ ମାନେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ଜଣାଇଥିଲେ । ଏହାପରେ ତୁରନ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଟାଉନ ପୋଲିସକୁ ଫୋନ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗିଥିଲା । କିନ୍ତୁ ସେତେବେଳକୁ ଘନଶ୍ୟମଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲା ପୋଲିସ । ଏକ ଗାମୁଛା ସାହାର୍ଯ୍ୟରେ ସେ ଝୁଲି ପଡ଼ିଥିଲେ । ତେବେ ପୋଲିସକୁ ସେଠାରୁ ଏକ ହାତଲେଖା ଚିଠି ମିଳିଛି । ଯେଉଁଥିରେ ଲେଖା ଅଛି –

Advertisement

Sorry Maa, I Quit  , ମାଁ ମୁଇଁ ତତେ ଖୋବ୍ ଭଲ୍ ପାଏସି। ମାଁ ମୁଇଁ ଭିତରୁ ଭାଙ୍ଗି ପଡ଼ିଛେଁ ଗୋ। ବହୁତ୍ ଟେ ଏଗ୍ଜାମ ଦେଲି, କେନ୍ଟା ବି କ୍ଲିୟର ନାଇଁ ହେବାର। ମୋତେ ଖୋବ୍ ଖରାପ ଲାଗୁଛି ଗୋ। ଖାଲି ଓଡ଼ିଶା ପୁଲିସ୍ କ୍ଲିୟର ହେଇଥିଲା, ବେନ୍ଟା ମୁଇଁ ଜାନି କରି ଜଏନ୍ ନାଇଁ କଲି। ମର ଇ ଷ୍ଟେପ୍ ନେବାର ପଛରେ କାହାର୍ ବି ହାତ ନାଇନ। ମୁଇଁ ପୁଲିସ୍ ଡିପାର୍ଟମେଣ୍ଟଙ୍କୁ ରିକ୍ୱେଷ୍ଟ କର୍ମି ଯେ ମୋର ଡେଥ୍ ପରେ ମୋର ପରିବାର, ମୋର ମାଁ, ବାପାଙ୍କୁ ହଇରାଣ ନାଇ କରାଯାଉ। ମାଁ, ଦାଦା, ବାପା ଭଲ ସେ ଥିବା।

ତେବେ ଚିଠି ପଢିବା ପରେ ପୋଲିସ୍ ଘନଶ୍ୟାମଙ୍କ ପରିବାରକୁ ଖବର ଦେବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ସବୁ ଦିଗକୁ ନେଇ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *