Pratidin TV

Odisha's Digital News Platform

ପୂଜା ସମୟରେ ଯାତ୍ରୀଙ୍କୁ ଅସୁବିଧାରେ ନପକାଇ ବାଲେଶ୍ୱରରେ ଗଡିଲା ଘରୋଇ ବସ୍‌, ଖୁସିରେ ଯାତ୍ରା କରୁଛନ୍ତି ଲୋକେ

1 min read

ଆଜିଠୁ ରାଜ୍ୟରେ ଗଡ଼ୁନି ଘରୋଇ ବସ୍ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇଲେ ଘରୋଇ ବସ୍ ମାଲିକ ସଂଘ । ଜିଦରେ ଅଟଳ ରହି ଦାବି ପୁରୁଣ ନହେବା ଯାଇ ହେବ ଆନ୍ଦୋଳନ କରିବେ ବସ୍ ମାଲିକ ସଂଘ । ବସ୍ ଚଳାଚଳ ନହେବାରୁ ଯାତାୟତ ପାଇଁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ସେପଟେ ରାଜ୍ୟ ବସ ମାଲିକ ସଂଘର ନିଷ୍ପତ୍ତି ବିରୋଧରେ ବାଲେଶ୍ୱର ଘରୋଇ ବସ୍ ମାଲିକ ସଂଘ । ଜିଲ୍ଲା ଭିତରେ ଘରୋଇ ବସ୍ ଚଳାଚଳ ସ୍ୱାଭାବିକ ରହିଛି । ବାଲେଶ୍ୱରରୁ ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ନୀଳଗିରି, ସୋର, ଚନ୍ଦନେଶ୍ୱର, ବସ୍ତା, ଖଇରା ସହ ପ୍ରଭୃତି ସ୍ଥାନକୁ ଚାଲିଛି ଘରୋଇ ବସ୍ । ଭୁବନେଶ୍ୱରକୁ ମଧ୍ୟ ଗୋଟିଏ ବସ୍ ଚଳାଚଳ କରିଛି ।

ରାଜ୍ୟ ସଂଘର ନିଷ୍ପତ୍ତିକୁ ବିରୋଧକରି ବାଲେଶ୍ୱର ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ଆଜି ସକାଳୁ ଜିଲ୍ଲାର ସମସ୍ତ ସ୍ଥାନକୁ ବସ୍ ଚଳାଇଛନ୍ତି । ଫଳରେ ଯାତ୍ରୀସେବା ସ୍ୱାଭାବିକ ରହିଛି । ବସ୍ ଧର୍ମଘଟ ନେଇ ରାଜ୍ୟ ସଂଘର ନିଷ୍ପତ୍ତି ପରେ ବାଲେଶ୍ୱର ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ଏହାକୁ ବିରୋଧ କରିଥିଲା । ପାର୍ବଣ ଋତୁ ଚାଲି ଥିବାରୁ ଲକ୍ଷ୍ମୀପୂଜା ପରେ ମଧ୍ୟ ସରକାରଙ୍କ ସହିତ ସମସ୍ୟା ନେଇ ଆଲୋଚନା କରାଯାଇ ପାରିବ ବୋଲି କହିଥିଲା ବାଲେଶ୍ୱର ବସ ସଂଘ । ଯାତ୍ରୀ ମାନଙ୍କୁ ସମସ୍ୟାରେ ନପକାଇ ବସ୍‌ସେବା ସ୍ୱାଭାବିକ ରଖିବାକୁ ସଂଘ ଗତକାଲି ଘୋଷଣା କରିଥିଲା । ଏହି ଘୋଷଣା ଅନୁସାରେ ଆଜି ସକାଳ ଠାରୁ ବସ୍ ଚଳାଚଳ ସ୍ୱାଭାବିକ ରହିଛି । କିନ୍ତୁ ବାଲେଶ୍ୱର କୁ ବାଦ ଦେଲେ ଅନ୍ୟ ସବୁ ଜିଲ୍ଲାରେ ବନ୍ଦ ରହିଛି ଘରୋଇ ବସ୍ ।

Advertisement

Leave a Reply

Your email address will not be published. Required fields are marked *