Pratidin TV

Odisha's Digital News Platform

ବାହନଗା ଟ୍ରେନ ଟ୍ରାଜେଡି ; ୪ ମାସ ପରେ ୩.୮ କୋଟିରେ ନିଲାମ ହେଲା ଭଙ୍ଗା ବଗି ….

1 min read

ଭୁବନେଶ୍ୱର ; ଜୁନ୍ ୨ ର ସେଇ ଭୟଙ୍କର ଛାତିଥରା ଦୁର୍ଘଟଣା ଆଜିବି ଦେଶବାସୀଙ୍କ ହୃଦୟରୁ ଲିଭିପାରିନାହିଁ । ବାଲେଶ୍ୱର ଜିଲ୍ଲା ବାହନଗାର ଟ୍ରେନ ଟ୍ରାଜେଡି ,ଆଜିବି ଲୋକଙ୍କ ରୂମଟାଙ୍କୁରାଇ ଦିଏ ସେଇ କାଳ ରାତ୍ରୀର ଦୃଶ୍ୟଇ ଆଜିବି ଥରିଉଠେ ପ୍ରତ୍ୟାକ୍ଷଦର୍ଶୀଙ୍କ ଛାତି । ଦୁର୍ଘଟଣା ପରର ସ୍ଥିତି ଏତେ ଭୟଙ୍କର ଥିଲା ଯେ ଯାତ୍ରୀମାନଙ୍କ ଗଣ୍ଡିମୁଣ୍ଡ ଅଲଗା ହୋଇ ରେଳ ଧାରଣାରେ ବିଛାଡି ପଡିଥିଲା । କାହାର ହାତ ନଥିଲା ତ କାହାର ଗୋଡ ଆଉ କେଉଁ ଶରୀରର ମୁଣ୍ଡ । ତେବେ ଏହି ଦୁର୍ଘଟଣାରେ ହଜାର ହଜାର ଲୋକ ନିଜର ଆପଣା ଲୋକକୁ ସବୁଦିନ ପାଇଁ ହରାଇଥିଲେ । ଆଉ ଏହି ବାହାନଗା ଟ୍ରେନ ଟ୍ରାଜେଡି ଓଡିଶାର ଇତିହାସର ଏକ ଭୟଙ୍କର ଦୁର୍ଘଟଣା ଭାବେ ନିଜ ଛାପ ଛାଡିଗଲା । କାରଣ କେବଳ ମୃତ୍ୟୁ ନଥିଲା ଏହି ଦୁର୍ଘଟଣାର ଶେଷ , ମୃତ୍ୟୁ ପରେବି ଅନେକ ଶରୀରର ପରିଚୟ ମିଳିନଥିଲା । ଶବକୁ ଆଧାରକାର୍ଡ ଫଟୋ ଜରିଆରେ ଚିହ୍ନୁଥିଲେ ପରିବାର । ୧୦୦୦ ରୁ ଅଧିକ ମୃତଦେହ ଚିହ୍ନ ପରେ ପରିବାର ଲୋକେ ଶେଷକୃତ ପାଇଁ ନେଇଯାଇଥିବା ବେଳେ ଦୀର୍ଘ ୪ ମାସ ଯାଏ ଏମସ୍ ହସ୍ପିଟାଲରେ ପ୍ରାୟ ଅପରିଚିତ ୨୮ ଟି ଶବକୁ ସଂରକ୍ଷିତ ରଖାଯାଇଥିଲା । ନିକଟରେ ଏହାର କେହି ଦାବିଦାର ବା ପରିଜନ ନଆସିବାରୁ ସେହି ଶବ ଗୁଡିକର ଶେଷ କୃତ୍ୟ କରାଯାଇଥିଲା ।

ତେବେ ଆଜି ଦୁର୍ଘଟଣାକୁ ଦୀର୍ଘ ୪ ମାସ ୨୦ ଦିନ ବିତୁଥିବା ବେଳେ ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇ SER ଭଙ୍ଗା ରେଳବଗି ଗୁଡିକୁ ୩.୮ କୋଟିରେ ଇ-ନିଲାମ କରିଛି । ସ୍ପେଶାଲ ସିବିଆଇ କୋର୍ଟରୁ ଅନୁମତି ମିଳିବା ପରେ ଏହି ଇ-ନିଲାମ କରାଯାଇଥିବା ସୂଚନା ରହିଛି । ଏହି ନିଲାମରେ ୨୨ଟି ଭଙ୍ଗା ବଗି ଆଉ କିଛି ଇଞ୍ଜିନ ରହିଛି ।

Advertisement

ତେବେ ଦୁର୍ଘଟଣାର ଇନଭେଷ୍ଟିକେସନ ଚାଲିଥିବାରୁ ବଗି ଗୁଡିକୁ ସେଠାରୁ ଉଠାଇବାକୁ ସାହାସ କରିନଥିଲା ରେଳ ବିଭାଗ । ସିବିଆଇ ପକ୍ଷରୁ ମଧ୍ୟ ବଗି ଗୁଡିକୁ ତଦାରଖ କରିବା ପାଇଁ ୨୪ ଘଣ୍ଟିଆ ଫୋର୍ସ ମୃତୟନ କରାଯାଇଥିଲା । କିନ୍ତୁ ଭଙ୍ଗା ବଗି ଗୁଡିକ ରେଳ ଧାରଣାରୁ ବାହରି ଗାଁ /ଜମିରେ ଭିତରେ ପଡିଥିବାରୁ ଲୋକମାନଙ୍କୁ ଅନେକ ଅସୁବିଧା ହୋଇଥିଲା । ଏଥିପ୍ରତି ବାରମ୍ବାର ଅଭିଯୋଗ ମଧ୍ୟ ହୋଇଥିଲା । ତେବେ ସମୃକତ୍ ମାମଲାର ପ୍ରକୃତ ସତ୍ୟା ସାମ୍ନାକୁ ଆସିବା ପରେ ଏବଂ ଅଭିଯୁକ୍ତ ମାନେ ବନ୍ଧା ହେବାପରେ ସାଧାରଣ ଲୋକଙ୍କ ସମସ୍ୟାକୁ ଧ୍ୟନ ଦେଇ ଏସଇଆର ନିଲାମି ପାଇଁ ସିବିଆଇକୁ ଅନୁମତି ମାଗିଥିଲା । ଯାହା ଫଳରେ ଆଜି ୩.୮ କୋଟିରେ ଏହି ଭଙ୍ଗା ବଗି ନିଲାମ ହୋଇଛି ।

Leave a Reply

Your email address will not be published. Required fields are marked *