Pratidin TV

Odisha's Digital News Platform

ରେଳଯାତ୍ରାର ନୂଆ ଅଧ୍ୟାୟ, ଟ୍ରାକରେ ଗଡିଲା ଭାରତର ପ୍ରଥମ ରାପିଡ୍ ଟ୍ରେନ

1 min read

ନୂଆଦିଲ୍ଲୀ : ଦେଶକୁ ମିଳିଲା ପ୍ରଥମ ରାପିଡ୍‌ଏକ୍ସ ଟ୍ରେନ୍ । ଏନଏସଆରରେ ଯାତାୟତର ନୂଆ ଅଧ୍ୟାୟ ଲେଖା ହୋଇଛି । ଟ୍ରାକରେ ଗଡିଲା ଭାରତ ରାପିଡ ଏକ୍ସ ଟ୍ରେନ । ଆଞ୍ଚଳିକ ଯୋଗାଯୋଗ କ୍ଷେତ୍ରରେ ପରିବର୍ତ୍ତନ ଆଣିବ ରାପିଡଏକ୍ସ ଟ୍ରେନ୍ ‘ନମୋ ଭାରତ’ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଗାଜିଆବାଦ-ମେରଟ ଆରଆରଟିଏସ୍ କରିଡରରେ ଗଡିବ । ଯାହାକୁ ଆଜି ନିଜ କରକମଳରୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉତ୍ତରପ୍ରଦେଶ ସାହିବାବାଦ ଷ୍ଟେସନରେ ରାପିଡ୍‌ଏକ୍ସ ଟ୍ରେନ୍ ‘ନମୋ ଭାରତ’ର ଶୁଭାରମ୍ଭ ହୋଇଛି । ରାପିଡ୍ ଟ୍ରାଂଜିଟ୍ ସିଷ୍ଟମ୍ ଏକ ନୂତନ ରେଳ ବ୍ୟବସ୍ଥା । ଏହା ସେମି-ହାଇସ୍ପିଡ୍ ଓ ହାଇ ଫ୍ରିକ୍ୱେନ୍ସି ଯୁକ୍ତ ଏକ କପ୍ୟୁଟର ଟ୍ରାଞ୍ଜିଟ୍ ପ୍ରଣାଳୀ । ଦିଲ୍ଲୀ- ଗାଜିଆବାଦ-ମିରଟ ୮୨ କିଲୋମିଟର ଲମ୍ବା କରିଡରକୁ ୧ଘଣ୍ଟାରୁ କମ୍ ସମୟରେ ପୁରା କରିବ ନମୋ ଭାରତ ଟ୍ରେନ୍ ।

ଏହାଦ୍ୱାରା ସହର-ସହର ଭିତରେ ଯୋଗାଯୋଗ କମ୍ ସମୟରେ ହୋଇପାରିବ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ଆରମ୍ଭ ହୋଇଥିବାବେଳେ ଆଗାମୀ ଦିନରେ ଆଗାମୀ ଦିନରେ ସାରା ଦେଶରେ ଗଡିବ ରାପିଡଏକ୍ସ । ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଚାଲିବ ନମୋ ଭାରତ ରାପିଡ ଏକ୍ସ । ଗାଜିଆବାଦର ବସୁନ୍ଦରା ସେକ୍ଟର ୮ ଷ୍ଟେସନରୁ ନମୋ ଭାରତ ରାପିଡ ଟ୍ରେନକୁ ସବୁଜ ପତାକା ଦେଖାଇ ଏହି ଟ୍ରେନ ସେବାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତାକାଲିଠାରୁ ସାଧାରଣ ଲୋକଙ୍କ ପାଇଁ ଏହି ଟ୍ରେନ ସେବା ମିଳିବ ।୨୦୧୯ରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ- ଗାଜିଆବାଦ-ମେରଟ ରାପିଡ ରେଲ ପ୍ରକଳ୍ପର ଶିଳନ୍ୟାସ କରିଥିଲେ । ୨୦୨୫ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ଏବଂ ଏହି ଟ୍ରେନ ଚଳାଚଳରେ ମହିଳା କର୍ମଚାରୀଙ୍କ ଭାଗିଦାରୀ ପୁରୁଷ କର୍ମଚାରୀଙ୍କ ଠାରୁ ଅଧିକ ରହିଛି ।

Leave a Reply

Your email address will not be published. Required fields are marked *