Pratidin TV

Odisha's Digital News Platform

ସ୍ଥଗିତ ରହିଲା ବସ୍ ଧର୍ମଘଟ ; ଆଜିଠୁ ରାଜ୍ୟରେ ପୁଣି ଗଡିଲା ଘରୋଇ ବସ୍ ….

1 min read

ଭୁବନେଶ୍ୱର ; ପାର୍ବଣରେ ଆଉ ଯାତ୍ରୀ ହେବେନି ହନ୍ତସନ୍ତ । ଆଜିଠୁ ରାଜ୍ୟରେ ପୁଣି ଗଡିଲା ଘରୋଇ ବସ୍ । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟକୁ ସ୍ଥଗିତ ରଖିଛି ଘରୋଇ ବସ୍ ମାଲିକ ସଂଘ । ଏନେଇ ପ୍ରେସମିଟ୍ କରି ସଂଘ ସୂଚନା ଦେଇଛି ।

ତେବେ ଗତକାଲି ଶ୍ରୀମତି ଟୁକୁନି ସାହୁଙ୍କ ସରକାରୀ ବାସଭବନରେ ଆଜି ସନ୍ଧ୍ୟାରେ ପରିବହନ କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଘରୋଇ ବସ୍ ମାଲିକ ସଂଘର ପ୍ରତିନିଧିମାନଙ୍କ ସହ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା । ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ, ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା ସଫଳ ହୋଇଛି । ସେମାନେ ସରକାରଙ୍କୁ ସହଯୋଗ କରିବେ । ୨୬ତାରିଖରେ ପୁଣିଥରେ ଉଚ୍ଚସ୍ତରୀୟ ବୈଠକରେ ସଂଘର ବିଭିନ୍ନ ଦାବି ଉପରେ ବିସ୍ତୃତ ଆଲୋଚନା କରାଯିବ ।

Advertisement

ପୂଜା ସମୟରେ ଯାତ୍ରୀମାନଙ୍କ ଅସୁବିଧାକୁ ସାମ୍ନାରେ ରଖି ଘରୋଇ ବସ୍ ମାଲିକ ସଂଘକୁ ଧର୍ମଘଟରୁ ଓହରିବା ପାଇଁ ସେ ଅନୁରୋଧ କରିଥିଲେ । କିନ୍ତୁ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଥିଲେ ଯେ, ଆଲୋଚନା ସଫଳ ହୋଇନି । ତେବେ ଆମ ଆଂଚଳିକ ସଂଘଗୁଡ଼ିକ ସହ ଆଲୋଚନା କରିବା ପରେ ଯାହା କିଛି ନିଷ୍ପତ୍ତି ନେବୁ । ଏହାପରେ ଘରୋଇ ମାଲିକ ସଂଘର କୋର କମିଟି ବୈଠକ ବସି ଧର୍ମଘଟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଏହି ଧର୍ମଘଟ ସ୍ଥଗିତ କରାଯାଇଛି । ଏ ସମ୍ପର୍କରେ ବସ୍ ମାଲିକ ସଂଘ ମଧ୍ୟ ଗଣମାଧ୍ୟମକୁ ଅବଗତ କରିଛି ।

Leave a Reply

Your email address will not be published. Required fields are marked *