Pratidin TV

Odisha's Digital News Platform

ଷ୍ଟେସନରେ ଅଟକିଲାନି ବୋଲି ଦୁଇ ଛୁଆଙ୍କ ସହ ଟ୍ରେନରୁ ଡେଇଁପଡିଲେ ମହିଳା….

1 min read

ବଲାଙ୍ଗୀର ; ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ବଡ଼ମାଳ ରେଲୱେ ଷ୍ଟେସନ ରେ ଜଣେ ମହିଳା ଟ୍ରେନ ରୁ ଡେଇ ମୃତ୍ୟୁ ହୋଇଥିବା ଜଣାପଡିଛି। ତାଙ୍କ ସଂଗେ ତାଙ୍କ ଦୁଇଟି ଛୋଟ ଛୁଆ ମଧ୍ୟ ଅଛନ୍ତି। ହେଲେ ଦୁଇ ଛୋଟ ଛୁଆ ସୁରକ୍ଷା ଅବସ୍ଥା ରେ ଅଛନ୍ତି। ସୂଚନା ଯୋଗ୍ୟ ଯେ ଦେଓଗାଁ ଥାନା ଜରାସିଂହା ଗାଁ ଝରଣା ମହାନନ୍ଦ କୌଣସି କାମ ପାଇଁ ତାଙ୍କ ଦୁଇ ଛୋଟ ଛୁଆ ସହ ବଲାଙ୍ଗୀର ଯାଇଥିଲେ। ସେ ବଲାଙ୍ଗୀର ରେଲୱେ ଷ୍ଟେସନ ରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ୟାସେଞ୍ଜର ଟ୍ରେନ କୁ ଅପକ୍ଷା କରିଥିଲେ । ହେଲେ ଭୁଲ ରେ ଦିନଦୟାଲ ଉପାଧ୍ୟାୟ ବିଶାଖାପାଟଣା ସୁପରଫାଷ୍ଟ ଟ୍ରେନ୍ ରେ ବସିଥିଲେ ।

ପାସେଞ୍ଜର ଟ୍ରେନ୍ ଭାବି ସେହିଥିରେ ଦୁଇ ଝିଅଙ୍କୁ ଧରି ଚଢ଼ି ଯାଇଥିଲେ ଝରଣା। ନିର୍ଦ୍ଧାରିତ ସମୟରେ ଟ୍ରେନ୍ ଛାଡ଼ିଥିଲା। କିଛି ବାଟ ଗଲା ପରେ ସେ ଜାଣିବାକୁ ପାଇଥିଲେ ପାସେଞ୍ଜର ନୁହେଁ, ଏକ୍ସପ୍ରେସ୍ରେ ଚଢ଼ିଛନ୍ତି ବୋଲି। ଏହା ପରେ କଣ କରିବେ କିଛି ଭାବି ପାରୁନଥିଲେ। ତେବେ ବଡ଼ମାଳ ରେଳ ଷ୍ଟେସନ୍ ଅତିକ୍ରମ କରିବା ବେଳେ ଟ୍ରେନରେ ବେଗ ସାମାନ୍ୟ ଧିର ହୋଇଯାଇଥିଲା। ସେହି ସମୟରେ ଝରଣ ଦୁଇ ଛୁଆଙ୍କୁ ଆଗେ ପ୍ଲାଟ୍ଫର୍ମକୁ ଠେଲି ଦେଇଥିଲେ। ତା’ପରେ ନିଜେ ଟ୍ରେନ୍ରୁ ଡେଇଁ ପଡ଼ିଥିଲେ। ଦୁର୍ଭାଗ୍ୟକୁ ସେ ପ୍ଲାଟ୍ଫର୍ମରେ ପିଟି ହୋଇଯାଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisement

ସ୍ଥାନୀୟ ଲୋକେ ଏନେଇ ରେଲୱେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପରିବାର ଲୋକଙ୍କୁ ସୂଚନା ଦେଇଛି। ସାମାନ୍ୟ ଆହତ ହୋଇଥିବା ଦୁଇ ଛୁଆଙ୍କ ଭିତରୁ ଜଣଙ୍କ ବୟସ ୪ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଦୁଇ ବର୍ଷର ହୋଇଛି। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *