Pratidin TV

Odisha's Digital News Platform

ଆଖି ପାଇଁ ବରଦାନ ହେଉଛି ଅଙ୍ଗୁରି, ଖାଇଲେ ବଢାଇଥାଏ ଦୃଷ୍ଟିଶକ୍ତି..

1 min read

ବ୍ୟସ୍ତବହୁଳତା ଜୀବନ ଭିତରେ ସମସ୍ତେ ନିଜ ଯତ୍ନ ନେବାକୁ ଭୁଲିଯାଉଛନ୍ତି । ଫଳରେ ଅନେକ ସମୟରେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଛି । ତେବେ ଆମ ଶରୀର ମୁଖ୍ୟ ଅଙ୍ଗ ଭିତରେ ରହିଛି ଆଖି । ତା ବିନା ଦୁନିଆ ଅନ୍ଧାର । କିନ୍ତୁ ଆମେ ଆମ ଆଖି ପ୍ରତି ଯତ୍ନବାନ ହେଉ ନାହିଁ । ସବୁବେଳେ ଫୋନ ବ୍ୟବହାର କରିବା ପାଖରୁ ଟିଭି ଦେଖିବା କ୍ୟାମେରା ଲାଇଟ ସାମ୍ନାରେ ରହିବା ଯୋଗୁଁ ଆଖିର ପାୱାର କମି ଆସେ । ବେଳେ ଭିଟାମିନ ଜିନିଷ ନଖାଇବାରୁ ଆଖିର ଦୃଷ୍ଟି ଶକ୍ତ ମଧ୍ୟ ହ୍ରାସ ପାଇବାରେ ଲାଗି ଥାଏ । ଏହାର କିଭଳି ଯତ୍ନ ନେବେ ଏବଂ କଣ ଖାଇବେ ଆସନ୍ତୁ ଜାଣିବା । ଦୃଷ୍ଟି ଶକ୍ତି ବଢାଇବା ପାଇଁ ଆପଣଙ୍କୁ ଅଙ୍ଗୁର ଖାଇବାକୁ ପଡିବ । କାରଣ ଆଖିପାଇଁ ଏକ ବରଦାନ ହେଉଛି ଅଙ୍ଗୁର । ଏହା ଆମେ କହୁନି ଏହାକୁ ଅଧ୍ୟାୟନ କରିଥିବା ବ୍ୟକ୍ତ ବିଶେଷଜ୍ଞ କହିଛନ୍ତି । ୪ମାସ ଧରି ଦିନକୁ ୨ ମୁଠା ଅଙ୍ଗୁର ଖାଇବା ଦ୍ୱାରା ଆଖି ଠିକ ରହିଥାଏ । ତେବେ ଏହା ପଛର ରହସ୍ୟ ହେଉଛି ଅକ୍ସଡେଟିଭ ଚାପ । ଏହା ଯୋଗୁଁ ଆଖିର ସର୍ବାଧିକ ଅବକ୍ଷୟ ହୋଇଥାଏ ।ଅଧ୍ୟୟନରେ ନ୍ୟାସନାଲ ୟୁନିଭର୍ସିଟି ଅଫ ସିଙ୍ଗାପୁରର ବୈଜ୍ଞାନିକ ଟିମ ୩୪ ଜଣ ବୟସ୍କଙ୍କୁ ସାମିଲ କରି ପରୀକ୍ଷା କରିଥିଲେ । ୧୬ ସପ୍ତାହ ଧରି ସେମାନଙ୍କୁ ପ୍ରତିଦିନ ଦେଢ କପ ଅଙ୍ଗୁର ଖାଇବାକୁ ଦେଇଥିଳେ । ତେବେ ଯେଉଁମାନେ ଅଙ୍ଗୁର ଖାଇଥିଲେ ସେମାନଙ୍କ ଚକ୍ଷୁ ଭଲ ଥିବା ବେଳେ ଅନ୍ୟମାନଙ୍କ ଚକ୍ଷୁ ଏବଂ ଚର୍ମରେ କିଛି ମାତ୍ରାରେ ଗ୍ଲାଇକେସନ ଏଣ୍ଡ ପ୍ରଡକ୍ଟସର ଗୁରୁତ୍ୱପୂର୍ଣ୍ଣ ବୃଦ୍ଧ ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *