Pratidin TV

Odisha's Digital News Platform

ପୂଜାରେ ରେକର୍ଡ ଭାଙ୍ଗିଲା ଆଇଫୋନ, ସପ୍ତାହ ଭିତରେ ବିକ୍ରି ହେଲାଣି ୧୫ଲକ୍ଷ ଫୋନ୍‌

1 min read

ପାର୍ବଣ ଋତୁକୁ ଦୀର୍ଘ ଦିନରୁ ଲୋକମାନେ ଉତ୍ସାହର ସହିତ ଅପେକ୍ଷା କରନ୍ତି । କାରଣ ଏହି ସମୟରେ ମହଙ୍ଗା ଜିନିଷ ଉପରେ ବିପୁଳ ରିହାତି ପ୍ରଦାନ କରାଯାଇଥାଏ । ବର୍ତ୍ତମାନ ଭାରତରେ ପର୍ବ ଋତୁ ଚାଲିଛି ଏବଂ ଛୋଟ ଜିନିଷ ଏବଂ ପ୍ରିମିୟମ୍ ଉତ୍ପାଦ ଉପରେ ବଡ଼ ରିହାତି ଦିଆଯାଉଛି । ଲୋକମାନେ ପାର୍ବଣ ଋତୁରେ ଅଧିକ ପରିମାଣର ଆଇଫୋନର କିଣିଛନ୍ତି । ଆଇଫୋନ୍ କୁ ନେଇ ଲୋକ କେତେ ପାଗଳ ତାର ଆପଣ ଅନ୍ଦାଜା ଏହି ବିକ୍ରିରୁ ଜାଣିପାରିବେ ଯେ ଫେସଟିବାଲ ସଜନର ପ୍ରଥମ ସପ୍ତାହରେ ୧.୫ ମିଲିୟନ୍ ରୁ ଅଧିକ ଆଇଫୋନ୍ ବିକ୍ରି ହୋଇସାରିଛି । ରିସର୍ଚ୍ଚ ଅନୁଯାୟୀ, ସେଲର ପ୍ରଥମ ସପ୍ତାହରେ, ଅକ୍ଟୋବର ୮ ରୁ ଅକ୍ଟୋବର ୧୫ ମଧ୍ୟରେ ଆପଲ୍‌, ସାମସଙ୍ଗ ଏବଂ ଜିଆଓମିରୁ ସ୍ମାର୍ଟଫୋନ୍ ଅଧିକ ବିକ୍ରି ହୋଇଛି । ଏହି ରେକର୍ଡ ବିକ୍ରିରେ ଆପଲ୍ ପ୍ରଥମ ଥର ପାଇଁ ବାର୍ଷିକ ୧୫ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାସଲ କରିଛି । ପାର୍ବଣ ଋତୁରେ ଲୋକମାନେ ଆଇଫୋନ୍ କିଣିବାକୁ ବହୁତ ଆଗ୍ରହ ଦେଖାଇଲେ । ରିପୋର୍ଟ ଅନୁଯାୟୀ, ଫ୍ଲିପକାର୍ଟରେ ଆଇଫୋନ୍ ୧୪ ପାଇଁ ବହୁତ ଚାହିଦା ଥିବାବେଳେ ଅନ୍ୟପକ୍ଷରେ ଲୋକମାନେ ଆମାଜନ୍ର ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ବିକ୍ରିରେ ଅନେକ ଆଇଫୋନ୍ ୧୩ କିଣିଥିଲେ ।

ବିକ୍ରୟ ସମୟରେ ଇ-କମର୍ସ ୱେବସାଇଟ୍ କହିଛି ଯେ ଆଇଫୋନ୍ ୧୨, ଆଇଫୋନ୍ ୧୩, ଆଇଫୋନ୍ ୧୪ ଲୋକଙ୍କ ପସନ୍ଦ ତାଲିକାର ଶୀର୍ଷରେ ଅଛି । ବିକ୍ରୟ ସମୟରେ ଆଇଫୋନ୍ ୧୩ ର ମୂଲ୍ୟ ପ୍ରାୟ ୪୦ ହଜାର ଟଙ୍କା ବିକ୍ରି ହୋଇଥିବାବେଳେ ଆଇଫୋନ୍ ୧୪ କୁ ୫୦ ହଜାର ଟଙ୍କା ମୂଲ୍ୟରେ ବିକ୍ରି କରାଯାଇଥିଲା । ଇ-କମର୍ସ ୱେବସାଇଟ୍ ଅକ୍ଟୋବର ୮ ରୁ ଅକ୍ଟୋବର ୧୫ ମଧ୍ୟରେ ୧୫ ଲକ୍ଷରୁ ଅଧିକ ଆଇଫୋନ୍ ମଡେଲ ବିକ୍ରି କରିଛି । ରିପୋର୍ଟ ଅନୁଯାୟୀ, ଏହା ପ୍ରଥମ ଥର ଅଟେ ଯେ ବିକ୍ରି ସମୟରେ ଆଇଫୋନ ଗୁଡ଼ିକ ରେକର୍ଡ ଭାଙ୍ଗିବା ଭଳି ବିକ୍ରି ହୋଇଛି । ଆଇଫୋନ୍ ବ୍ୟତୀତ ଲୋକମାନେ ସାମସଙ୍ଗ ଗାଲାକ୍ସି ଏସ ୨୧ ଏଫଇ ପ୍ରତି ମଧ୍ୟ ବହୁତ ଆଗ୍ରହ ଦେଖାଇଥିଲେ । ଏହି ମଡେଲ ପାଇଁ କ୍ରେତାମାନଙ୍କର ଏକ ଲମ୍ବା ତାଲିକା ଥିଲା । ଫ୍ଲିପକାର୍ଟରୁ ବିକ୍ରି ହେବାର ଦୁଇ ଦିନ ମଧ୍ୟରେ ଏହି ପ୍ରିମିୟମ୍ ସାମସଙ୍ଗ ଫୋନ୍ ଷ୍ଟକ୍ ବାହାରେ ଥିଲା ।

Advertisement

Leave a Reply

Your email address will not be published. Required fields are marked *