Pratidin TV

Odisha's Digital News Platform

ମେଡିକାଲରେ ପଶି ଦୁର୍ବୃତମାନେ ଭାଙ୍ଗିଲେ ଜିନିଷପତ୍ର, ଡାକ୍ତରଙ୍କୁ କଲେ ଆକ୍ରମଣ…

1 min read

କଟକ: ମେଡିକାଲରେ ଲଙ୍କାକାଣ୍ଡ ଘଟାଇଲେ କିଛି ଅସାମାଜିକ୍େୟଲାକ । ମେଡିକାଲରେ ଥିବା ଜିନିଷ ପତ୍ର ବାଙ୍କିବା ସହ ଡାକ୍ତରଙ୍କୁ ମାରିଲେ ମାଡ । କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଯାଇଛି ଏପରି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ କିଛି ଦୁର୍ବୃତ ହଠାତ୍ ପହୁଞ୍ଚି ହୋ ହାଲ୍ଲା କରିବା ସହ ଡାକ୍ତର ଓ କର୍ମଚାରି ନ ଥିବା କହି ଗାଳି ଗଲୋଚ କରୁଥିଲେ ଏହା ଶୁଣି ଡାକ୍ତର ବାହାରି ତାଙ୍କୁ ପଚରା ଉଚରା କରିବା ସହ ୱାର୍ଡ କୁ ଯାଇ ରୋଗୀ କୁ ଦେଖୁଥିବା ସମେରେ ଡାକ୍ତରଙ୍କୁ ଦୁର୍ବୃତ ମାନେ ମାରଧର କରିଥିଲେ ଓ ତାଙ୍କର ସାଙ୍ଗରେ ଆସିଥିବା କିଛି ଲୋକ ଏହାର ପ୍ରତିବାଦ କରିବାରୁ ସେଠାରୁ ସେମାନେ ପଳେଇ ଯିବା ସହ ଡାକ୍ତରଖାନା ର ନିରାମୟ ଓଷଧ ବିତରଣ କକ୍ଷ,ଅଂଶୁଘାତ ଚିକିତ୍ସା କକ୍ଷ,ଡାକ୍ତର ଦେଖୁଥିବା ସ୍ଥାନ ଓ ୧୦୨ ଆମ୍ବୁଲାନ୍ସ ଗାଡ଼ି କୁ ପଥର କଚାଡି ଭାଙ୍ଗିବା ସହ ସମସ୍ତ କର୍ମଚାରୀଙ୍କୁ ବିଭିନ୍ନ ମରେଣା ଅସ୍ତ୍ର ରେ ଅତର୍କିତ ଆକ୍ରମଣ କରିଥିଲେ ତା ସହ ଏତେ ଭୟଭୀତ କରିଥିଲେ ଯେ କିଛି ସମୟ ପାଇଁ କର୍ମଚାରୀ ମାନେ ଯିଏ ଯୋଉଆଡେ ପାଇଲେ ଦୌଡ଼ି କି ପଳେଇଲେ ପରେ ଏନେଇ ଡାକ୍ତର ଏବଂ କର୍ମଚାରୀମାନେ କାନପୁର ଥାନାର ଦ୍ୱାରସ୍ଥ ହେବା ସହ ଦୋଷୀ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *