Pratidin TV

Odisha's Digital News Platform

ଯୁଦ୍ଧ ଭିତରେ ଗାଜାରେ ପହଞ୍ଚିଲା ସହାୟତା, ଏବେ ପାଲେଷ୍ଟାଇନଙ୍କୁ ମିଳିବ ଖାଦ୍ୟ ସହ ଔଷଧ..

1 min read

ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଲଢ଼େଇର ୧୫ ଦିନ ପରେ ସହାୟତା ନେଇ ଗାଜାରେ ପ୍ରବେଶ କରିଛି ଟ୍ରକ୍ । ଇଜିପ୍ଟ ସୀମା ଦେଇ ସହାୟତାର ଟ୍ରକ୍ ଯାଇଥିବା ସୂଚନା ମିଳିଛି । ରାଫା ସୀମା ଦେଇ ଅନେକ ଟ୍ରକ୍ ଗାଜାକୁ ଏଣ୍ଟ୍ରି କରିଛି । ଯୁଦ୍ଧଗ୍ରସ୍ତ ଫିଲିସ୍ତିନୀଙ୍କୁ ଏହି ଟ୍ରକ ଜରିଆରେ ମାନବୀୟ ସହାୟତା ପଠାଯାଉଛି । କେବଳ ଇଜିପ୍ଟ ନୁହେଁ ଅନେକ ଦେଶରୁ ଗାଜାକୁ ରିଲିଫ ସାମଗ୍ରୀ ପଠାଯାଉଛି । ଚିକିତ୍ସା ସହାୟତା ଏବଂ ଅନ୍ୟାନ୍ୟ ରିଲିଫ ସାମଗ୍ରୀରେ ଭର୍ତ୍ତି ଟ୍ରକଗୁଡ଼ିକ ରାଫା ସୀମା ଦେଇ ଗାଜା ଭିତରକୁ ଛାଡା ଯାଇଛି । ଇସ୍ରାଏଲ-ହମାସ୍ ଯୁଦ୍ଧ ମଧ୍ୟରେ ଗାଜାରେ ରହୁଥିବା ପାଲେଷ୍ଟାଇନବାସୀଙ୍କ ପାଇଁ ଇଜିପ୍ଟ ଶେଷରେ ଖୋଲିଛି ନିଜର ସୀମା । ଇଜିପ୍ଟ ଗାଜା ସୀମା ଖୋଲିବା ମାତ୍ରେ ପାଲେଷ୍ଟାଇନ ନାଗରିକମାନଙ୍କ ପାଖରେ ଖାଦ୍ୟ ଓ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବା ଆରମ୍ଭ ହୋଇଛି । ଏହାଦ୍ୱାରା ଯୁଦ୍ଧ ପୀଡିତଙ୍କୁ ବଡ଼ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି । ମିଳିତ ଜାତିସଂଘ, ଆମେରିକା ଏବଂ ଭାରତ ସମେତ ଅନେକ ଦେଶ ତରଫରୁ ପାଲେଷ୍ଟାଇନ ନାଗରିକଙ୍କ ପାଇଁ ରିଲିଫ ସାମଗ୍ରୀ ପଠାଯାଇଛି । କିନ୍ତୁ ଗାଜାରେ ପ୍ରବେଶ କରିବାର ରାସ୍ତା ନ ମିଳିବାରୁ ଶହ ଶହ ଟ୍ରକ ସୀମାରେ ଅଟକି ରହିଥିଲା । ବର୍ତ୍ତମାନ ଇଜିପ୍ଟ ମାନବିକତା ଦୃଷ୍ଟିରୁ ଗାଜା ସୀମା ଖୋଲି ଦେଇଛି ।

ସୂଚନା ଅନୁସାରେ, ଇଜିପ୍ଟ ଏବଂ ଗାଜା ସୀମା ଶନିବାର ଖୋଲା ଯାଇଛି, ଯାହାପରେ ଇସ୍ରାଏଲ ଘେରାଉ କରିଥିବା ଅଞ୍ଚଳରେ ଖାଦ୍ୟ, ଔଷଧ ଏବଂ ଜଳ ଅଭାବ ଥିବା ବେଳେ ପାଲେଷ୍ଟାଇନବାସୀଙ୍କୁ ସହାୟତା ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଗାଜା ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ଲୋକମାନେ ଭୋକ, ଶୋଷ ଏବଂ ଔଷଧ ପାଇଁ ଡହଳବିକଳ ହେଉଛନ୍ତି । ଖାଦ୍ୟ, ପାନୀୟ ଜଳାଭାବ ସହ ସଂଘର୍ଷ କରୁଥିବା ଗାଜାର ଅନେକ ଲୋକ ସାହାଯ୍ୟକୁ ଅପେକ୍ଷା କରି ରହିଥିଲେ ।

Advertisement

Leave a Reply

Your email address will not be published. Required fields are marked *