Pratidin TV

Odisha's Digital News Platform

ଥମିବାରେ ନାଁ ନେଉନି ଯୁଦ୍ଧ, ତ୍ରାହି ତ୍ରାହି ଡାକିଲେଣି ଲୋକେ…

1 min read

ଅକ୍ଟୋବର ୭ ଠାରୁ ଲଗାତାର ୧୬ ଦିନ ହେଲାଣି ଚାଲିଛି ଇସ୍ରାଏଲ ଓ ହମାସର ଯୁଦ୍ଧ । ଇତି ମଧ୍ୟରେ ଗାଜା ଷ୍ଟ୍ରିପରେ ଏକ ହସ୍ପିଟାଲରେ ହୋଇଥିବା ବିସ୍ଫୋରଣ ପରଠାରୁ କିଛି ଇସ୍ରାଏଲ ସପକ୍ଷବାଦୀ ରାଷ୍ଟ୍ର ଏବେ ଇସ୍ରାଏଲ ବିପକ୍ଷରେ ବାହାରିଲେଣି ।ଗାଜାରେ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୪୩୮୫ କୁ ବୃଦ୍ଧି ପାଇଛି । ଏଥିରେ ୧୩୬୫୧ ଜଣ ଆହତ ହୋଇଛନ୍ତି ବୋଲି ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ମୃତକଙ୍କ ମଧ୍ୟରେ ୧୭୫୬ ଶିଶୁ ଏବଂ ୯୭୬ ମହିଳା ଅଛନ୍ତି । ତେବେ ଆଜି ହେଉଛି ଇସ୍ରାଏଲ-ହାମାସ ଯୁଦ୍ଧର ୧୬ ତମ ଦିନ ଏବଂ ଇସ୍ରାଏଲ ସେନା କ୍ରମାଗତ ଭାବରେ ହାମାସ ସ୍ଥିତିକୁ ଟାର୍ଗେଟ କରି ପ୍ରତିଶୋଧ ପରାୟଣ ଆକ୍ରମଣ କରୁଛନ୍ତି । ଏଥି ସହିତ, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଗାଜା ଜିତିବା ପର୍ଯ୍ୟନ୍ତ ଏହି ସଂଗ୍ରାମ ଜାରି ରହିବ । ସେ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ ଇସ୍ରାଏଲ୍ ସେନାର କାର୍ଯ୍ୟକଳାପକୁ କୈାଣସି ପ୍ରକାରେ ବନ୍ଦ କରାଯିବ ନାହିଁ ।

Advertisement

Leave a Reply

Your email address will not be published. Required fields are marked *