Pratidin TV

Odisha's Digital News Platform

ଆସୁଛି ଭୟଙ୍କର ବାତ୍ୟା ‘ତେଜ’ କେଉଁଠି କରିବ ଲ୍ୟାଣ୍ଡ ଏବଂ କେବେ କରିବ ଜାଣନ୍ତୁ ଏଠି..

1 min read

ବର୍ଷା ଭିଜିବ ଦଶହରା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଆହୁରି ଘନୀଭୂତ ହୋଇ ୨୨ତାରିଖ ସୁଦ୍ଧା ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଏହା ପାରାଦୀପଠୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହି ବାତ୍ୟାର ନାଁ ‘ତେଜ୍‌’ ରହିଛି । ଭାରତୀୟ ପାଣିପାଗ ବିଭାଗ ସାଇକ୍ଲୋଥନ୍ ‘ତେଜ୍‌’ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ବାଣ୍ଟିଛି । ରବିବାର ଦିନ ଏହା ଏକ ଘୂର୍ଣ୍ଣିବଳୟ ଭୟଙ୍କର ମୋଡ ନେଇ ଓମାନ ଏବଂ ଦକ୍ଷିଣ ଓମାନ ଉପକୂଳ ଆଡକୁ ଗତି କରିବ ବୋଲି ଆଶା କରାଯାଉଛି । ଏହି କ୍ଷେତ୍ର ଉପରେ ଭାରତର ଅଧିକାର ଥିବାରୁ ଭାରତ ଏହାକୁ ସାଇକ୍ଲୋନନ୍ ‘ତେଜ୍‌’ ନାମରେ ନାମିତ କରିଛି ।

ପାଣିପାଗ ବିଭାଗ କହିଛି ଯେ ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ସର୍ବଶେଷ ସମୁଦ୍ରର ଅବସ୍ଥା ଅତ୍ୟନ୍ତ ଖରାପ, ଯାହା ଅକ୍ଟୋବର ୨୧ ରୁ ୨୩ ପର୍ଯ୍ୟନ୍ତ ଅତ୍ୟନ୍ତ ଭୟଙ୍କର ହୋଇପାରେ । ପଶ୍ଚିମ ଆରବ ସାଗରରେ ୨୨ ରୁ ୨୫ ଅକ୍ଟୋବର ମଧ୍ୟରେ ସମୁଦ୍ରରେ ପ୍ରବଳ ତରଙ୍ଗ ହେବାର ସମ୍ଭାବନା ଅଛି । ଆଇଏମଡି ପୂର୍ବାନୁମାନ ଅନୁଯାୟୀ, ଅକ୍ଟୋବର ୨୧ ରେ ଦକ୍ଷିଣ-ପଶ୍ଚିମ, ପଶ୍ଚିମ-କେନ୍ଦ୍ରୀୟ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମୁଦ୍ରର ଅବସ୍ଥା ସୃଷ୍ଟି କରିବ । ପ୍ରବଳ ତରଙ୍ଗର ସମ୍ଭାବନା ଅଛି । ୨୩ ଅକ୍ଟୋବର ସୁଦ୍ଧା ଏହା ଭୟଙ୍କର ହେବ ବୋଲି ଆଶା କରାଯାଉଛି ।

Advertisement

ଏହା ପରେ, ଅକ୍ଟୋବର ୨୪ ରୁ ୨୬ ମଧ୍ୟରେ, ଘୂର୍ଣ୍ଣିବଳୟର ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ସମୁଦ୍ରର ଅବସ୍ଥା ଅତି କଠିନ ହୋଇପାରେ । ସେଥିପାଇଁ ଆଗାମୀ ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅବଶିଷ୍ଟ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ସେହିପରି ୨୩ ତାରିଖରେ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ମୟୁରଭଂଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ. କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୪ ଓ ୨୫ ତାରିଖରେ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ମଧ୍ୟାହ୍ନଠାରୁ ଏହି ଅବପାତଟି ଗତିପଥ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗରେ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବା ସମ୍ଭାବନା ରହିଛି । ଅବପାତଟି ଗଭୀର ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ମତ୍ସ୍ୟଜୀବୀମାନଙ୍କୁ ଅକ୍ଟୋବର ୨୬ ପର୍ଯ୍ୟନ୍ତ ସମୁଦ୍ର ଏବଂ ଉପକୂଳବର୍ତ୍ତୀ ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *