Pratidin TV

Odisha's Digital News Platform

ଆସିଛନ୍ତି ମାଆ, ପୂଜା ମଣ୍ଡପରେ ଚାଲିଛି ଅଷ୍ଟମୀ ପୂଜା, ମନ୍ତ୍ର ଧ୍ୱନିରେ କମ୍ପି ଉଠୁଛି ପରିବେଶ

1 min read

ଭୁବନେଶ୍ୱର : ଚାଲିଛି ପାର୍ବଣ । ଧରାପୃଷ୍ଠକୁ ଓହ୍ଲାଇଛନ୍ତି ମାଆ ଜଗତଜନନୀ । ମା’ଙ୍କ ଆଗମନରେ ଚଳଚଞ୍ଚଳ ପୁରାପଲ୍ଲୀ । ଆଜି ପୂଜା ମଣ୍ଡପରେ ଚାଲିଛି ମାଆଙ୍କ ଅଷ୍ଟମୀ ପୂଜା । ପୀଠରେ ଯେମିତି ଭକ୍ତିର ପରିବେଶ, ମଣ୍ଡପରେ ସେମିତି ଶ୍ରଦ୍ଧାଳୁଙ୍କ ଉତ୍ସାହ । ଆଜି ମଣ୍ଡପରେ ଅଷ୍ଟମୀ ପୂଜା ଓ ଶକ୍ତିପୀଠରେ ନବମୀ ପୂଜା କରାଯାଉଛି । ମା’ ଦୁର୍ଗାଙ୍କ ପୂଜା ପାଇଁ ସଜେଇ ହୋଇଛି ତୋରଣ । ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ସାରା ଓଡିଶାର ପୂଜା ମଣ୍ଡପ । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ବେଳ ଯେତିକି ଗଡୁଛି ଭିଡ ସେତିକି ବଢୁଥିବା ଦେଖିବାକୁ ମିଳୁଛି । ରାଜଧାନୀ ଭୁବନେଶ୍ୱର, ସିଲଭର ସିଟି କଟକ, ଷ୍ଟିଲ ସିଟି ରାଉରକେଲା, ସିଲକ୍ ସିଟି ବ୍ରହ୍ମପୁର, ସମ୍ବଲପୁର, ଯାଜପୁର ସମେତ ସାରା ରାଜ୍ୟରେ ପାର୍ବଣର ମାହୋଲ । ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି ସୁଉଚ୍ଚ ତୋରଣ । ମନ ମୋହୁଛି ସାଜସଜ୍ଜା । ଦୁଇବର୍ଷ ପରେ ମଣ୍ଡପରେ ଲାଗିଛି ଭକ୍ତଙ୍କ ଗହଳି । ମଣ୍ଡପରେ ମା’ଙ୍କ ମହାଷ୍ଟମୀ ପୂଜା ଚାଲିଛି । ଘଣ୍ଟଘଣ୍ଟା ଓ ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଉଛି ପୂରା ପରିବେଶ । ନବରାତ୍ରଠାରୁ ମା’ଙ୍କ ବିଭିନ୍ନ ବେଶ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି ଶ୍ରଦ୍ଧାଳୁ ।

Advertisement

Leave a Reply

Your email address will not be published. Required fields are marked *