Pratidin TV

Odisha's Digital News Platform

WorldCup 2023 ; ମ୍ୟାଚ୍ ପୂର୍ବରୁ ଭାରତକୁ ତ୍ରିପିଲ ଝଟ୍‌କା , ଇଶାନ-ଯାଦବ-ହାର୍ଦ୍ଦିକଙ୍କୁ ନେଇ ଚିନ୍ତା ….

1 min read

ଭୁବନେଶ୍ୱର ; ଇଣ୍ଡିଆ-ନ୍ୟୁଜଲାଣ୍ଡ ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟ୍‌କା । ଆଜି ଅପରାହ୍ଣ ୨ ଟାରେଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏଶନ ଷ୍ଟାଡିୟମରେ ଶକ୍ତ ପ୍ରତିଦ୍ୱନ୍ଦି ନ୍ୟୁଜଲାଣ୍ଡ କୁ ଭେଟିବ ଭାରତ ।
ଆପଣଙ୍କୁ କହିରଖୁଛି ଯେ ଏହି ଦୁଇ ପ୍ରତିଦ୍ୱନ୍ଦି ବର୍ତ୍ତମାନ ପର୍ଯ୍ୟନ୍ତ ୱାର୍ଲଡ୍‌କପର କୌଣସି ମ୍ୟାଚ୍ ହାରିନାହାନ୍ତି । ତେବେ ଆଜି ଯେଉଁ ଦଳ ବିଜୟ ହାସଲ କରିବ ସେ ୧୦ ପଏଣ୍ଟ ସହ ଟେବଲର ଟପ୍‌ରେ ପହଞ୍ଚିଯିବ ।

କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଅନେକ ଅସୁବିଧା ଉପୁଜିଛି। ବାଂଲାଦେଶ ବିପକ୍ଷ ଶେଷ ମ୍ୟାଚରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ, ଯିଏ ଏହି ମ୍ୟାଚ୍ ଖେଳିବେ ନାହିଁ। ପାଣ୍ଡ୍ୟାଙ୍କ ସ୍ଥାନରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ କିମ୍ବା ଇଶାନ କିଶନ ଖେଳ -୧୧ ରେ ସୁଯୋଗ ପାଇପାରନ୍ତି।

Advertisement

କିନ୍ତୁ ଏସବୁ ଭିତରେ ଇଣ୍ଡିଆ ଟିମ୍‌ର ବଢିଲା ଟେନସନ୍ –
ଦଳର ମୁଖ୍ୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଟିମରୁ ବାଦ ପଡିଥିବା ବେଳେ ଅନ୍ୟ ଦୁଇ ବ୍ୟାଟର ମଧ୍ୟ ଆହତ ହୋଇଛନ୍ତି । ସୂର୍ଯ୍ୟକୁମାର ଯାଦବ ଏବଂ ଇଶାନ କିଶାନ ଆହତ ହୋଇଛନ୍ତି ।ତେଣୁ ଆଜିର ମ୍ୟାଚରେ କିଏ ଖେଳିବ ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି । ଶନିବାର ଅଭ୍ୟାସ ସମୟରେ ଏହି ଦୁଇ ବ୍ୟାଟର ଆହତ ହୋଇଛନ୍ତି । ଥ୍ରୋ ଡାଉନ ଅଭ୍ୟାସ କରୁଥିବା ବେଳେ ସୂର୍ଯ୍ୟକୁମାରଙ୍କ ଡାହାଣ ହାତରେ ଆଘାତ ଲାଗିଛି ।ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପରେ ଡ୍ରେସିଂ ରୁମ ନିଆଯାଇଥିଲା । ସେହିପରି ଇଶାନ ଅଭ୍ୟାସ କରୁଥିବା ବେଳେ ମହୁମାଛି ଆକ୍ରମଣରେ ଶୀକାର ହୋଇଛନ୍ତି । ଇଶାନଙ୍କ ବେକ ପଛ ପଟେ ମହୁମାଛି କାମୁଡି ଦେବାରୁ ସେ ବ୍ୟାଟ୍ ଫପାଡି ଚାଲିଯାଇଥିଲେ । ତେବେ ସେମାନେ କେତେ ଗୁରୁତର ଅଛନ୍ତି ସେମ୍ପର୍କରେ ଟିମ ପକ୍ଷରୁ କୌଣସି ସୂଚନା ଦେଇନାହିଁ । ତେଣୁ ଆଜିର ମ୍ୟାଚ ରୋହିତ୍ ଙ୍କ ମୁଣ୍ଡ ବିନ୍ଧାର ବଡ କାରଣ ପାଲଟିପାରେ ।

Leave a Reply

Your email address will not be published. Required fields are marked *