Pratidin TV

Odisha's Digital News Platform

ଏହି ସବୁ ପରିବାଠୁ ଦୂରେଇ ରୁହନ୍ତୁ ଡାଇବେଟିସ୍ ରୋଗୀ: ସ୍ୱାସ୍ଥ୍ୟ ପାଇଁ ହୋଇପାରେ ଘାତକ

1 min read

ମଧୁମେହ ଏପରି ଏକ ରୋଗ, ଥରେ ଯାହାକୁ ହୁଏ ଜୀବନସାରା ତାର ପିଛା ଛାଡେ ନାହିଁ। ରୋଗୀମାନଙ୍କୁ ଏହି ସମୟରେ ସେମାନଙ୍କର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ପଡିଥାଏ। ନଚେତ୍ ରକ୍ତରେ ଶର୍କରା ସ୍ତର ଅନିୟନ୍ତ୍ରିତ ହେବାର ଆଶଙ୍କା ରହିଥାଏ। ଏହି କାରଣରୁ ମଧୁମେହ ରୋଗୀଙ୍କୁ ଅନେକ ପ୍ରକାରର ଖାଦ୍ୟରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଏ। ସେଥିମଧ୍ୟରେ କିଛି ଶାକାହାରୀ ଜିନିଷ ମଧ୍ୟ ଅନ୍ତର୍ଭୁକ୍ତ। ଆସନ୍ତୁ ଜାଣିବା ସେହି ପନିପରିବା ବିଷୟରେ ଯେଉଁଗୁଡିକୁ ମଧୁମେହ ରୋଗୀ ଖାଇବା ଉଚିତ୍ ନୁହେଁ।

ଆଳୁ :

Advertisement

ଆଳୁକୁ ପନିପରିବାର ରାଜା କୁହାଯାଏ। କିନ୍ତୁ ଏଥିରେ ଷ୍ଟାର୍ଚ ଏବଂ କାର୍ବୋହାଇଡ୍ରେଟ୍ ବହୁତ ପରିମାଣରେ ମିଳିଥାଏ। ତେଣୁ ମଧୁମେହ ରୋଗୀମାନେ ଆଳୁରେ ପ୍ରସ୍ତୁତ ଜିନିଷ ଯଥା ବର୍ଗର, ଫ୍ରେଞ୍ଚ୍ ଫ୍ରାଇଜ୍ ଏବଂ ଚିପ୍ସ ଖାଇବା ଉଚିତ୍ ନୁହେଁ।

ମକା :

ମକା ଖାଇବାର କେତେ ଲାଭ ହେଉନା କାହିଁକି, ମଧୁମେହ ରୋଗୀ ଏହାଠାରୁ ଦୂରରେ ରହିବା ଭଲ। ଅଧା କପ୍ ମକାରେ ପ୍ରାୟ ୨୧ ଗ୍ରାମ କାର୍ବୋହାଇଡ୍ରେଟ୍ ମିଳିଥାଏ, ଯାହା ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ।

ସବୁଜ ମଟର :

ସବୁଜ ମଟର କାର୍ବୋହାଇଡ୍ରେଟ୍ ଏବଂ ଷ୍ଟାର୍ଚର ଏକ ସମୃଦ୍ଧ ଉତ୍ସ ଭାବରେ ବିବେଚନା କରାଯାଏ, ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ମଧୁମେହ ରୋଗୀଙ୍କ ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପଡିଥାଏ। ତେଣୁ ମଧୁମେହ ରୋଗୀ ଏହାକୁ ନ ଖାଇବା ଭଲ।

କନ୍ଦମୂଳ :

କନ୍ଦମୂଳ ଏକ ଉତ୍ତମ ପରିବା, କିନ୍ତୁ ଏହା ମଧୁମେହ ରୋଗୀଙ୍କ ପାଇଁ ‘ବିଷ’ ପରି, କାରଣ ଏଥିରେ କାର୍ବୋହାଇଡ୍ରେଟ୍ ଏବଂ ବିଟା କାରୋଟିନ୍ ଭରପୂର ରହିଥାଏ। ଏହାର ସ୍ୱାଦ ମଧ୍ୟ ମିଠା।

Leave a Reply

Your email address will not be published. Required fields are marked *