Pratidin TV

Odisha's Digital News Platform

ଭୟଙ୍କର ଦୁର୍ଘଟଣାରେ ଆହତ ହେଲେ ଅତିରିକ୍ତ ଜିଲ୍ଲାପାଳ , ଟ୍ରକ୍‌କୁ ଓଭରଟେକ୍ ବେଳେ ଡିଭାଇଡରରେ ଫିଟିହେଲା କାର୍ …

1 min read

ଗଜପତି ; ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ କାର ଦୁର୍ଘଟଣାରେ ଆହତ। ବ୍ରହ୍ମପୁର ଠାରୁ ନିଜ କାର ଯୋଗେ ପାରଳାଖେମୁଣ୍ଡି ଫେରୁଥିବା ବେଳେ ସୋମପେଣ୍ଠ ନିକଟରେ ଭାରସାମ୍ୟ ହରାଇ ରାସ୍ତା ଡିଭାଇଡର ଉପରେ କାରଟି ଚଢିଯିବା ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆହତ ହୋଇଥିବା ସୂଚନା ମିଳିଛି।

ଗଜପତି ଜିଲ୍ଲାପାଳ କୌଣସି ସୂତ୍ରରୁ ଖବରପାଇ ତୁରନ୍ତ ଜଣେ କର୍ମଚାରୀଙ୍କୁ ଦୁର୍ଘଟଣାସ୍ଥଳକୁ ପଠାଇବା ଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି।

Advertisement

ତେବେ ଏଭଳି ଏକ ଭୟଙ୍କର ଦୁର୍ଘଟଣାଟି ଟ୍ରକ୍‌କୁ ଓଭରଟେକ୍ କରିବା ସମୟରେ ଘଟିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *