Pratidin TV

Odisha's Digital News Platform

ଆଇନଷ୍ଟାଇନଙ୍କ ମସ୍ତିସ୍କକୁ କାହିଁକି ଆଜି ଯାଏଁ ସଂରକ୍ଷଣ କରି ରଖାଯାଇଛି? କିଏ ଚୋରାଇ ନେଇଥିଲେ ଆଇନଷ୍ଟାଇନଙ୍କ ମସ୍ତିସ୍କ? ଜାଣନ୍ତୁ…

1 min read

ଆଲବର୍ଟ ଆଇନଷ୍ଟାଇନଙ୍କୁ କିଏ ବା ନଜାଣିଛି । ସେ ଦୁନିଆର ସର୍ବଶ୍ରେଷ୍ଠ ପଦାର୍ଥ ବିଜ୍ଞାନୀଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ସେ ମାତ୍ର ୧୨ବର୍ଷ ବୟସରେ ଆଲଜେବ୍ରା ଏବଂ ଇଉକ୍ଲିଡିଆନ୍ ଜ୍ୟାମିତି ନିଜେ ଶିଖିପାରିଥିଲେ । ସେ ସାଧାରଣ ଆପେକ୍ଷିକ ତତ୍ତ୍ୱ ତିଆରି କରିଥିଲେ ଯାହା ଭୌତିକ ବିଜ୍ଞାନରେ ବିପ୍ଳବ ସୃଷ୍ଟି କରିଥିଲା । ଏଥିପାଇଁ ତାଙ୍କୁ ଆଧୁନିକ ଭୌତିକ ବିଜ୍ଞାନର ଜନକ କୁହାଯାଏ । ସେ ଆପେକ୍ଷିକ ତତ୍ତ୍ୱ ଏବଂ ବସ୍ତୁତ୍ୱ ଶକ୍ତି ସମୀକରଣ E=mc2 ପାଇଁ ସବୁଠୁ ଅଧିକ ଜଣାଶୁଣା ଥିଲେ । କିନ୍ତୁ ଆପଣ ଜାଣିଛନ୍ତି କି, ଆଇନଷ୍ଟାଇନଙ୍କ ମସ୍ତିସ୍କକୁ କାହିଁକି ଆଜି ଯାଏଁ ସାଇତି ରଖାଯାଇଛି । ବୈଜ୍ଞାନୀକମାନେ ତାଙ୍କ ମସ୍ତିସ୍କ ସହ କଣ କରିବାକୁ ଚାହୁଁଛନ୍ତି । ଆସନ୍ତୁ ଜାଣିବା –

ବୈଜ୍ଞାନୀକ ଆଲବର୍ଟ ଆଇନଷ୍ଟାଇନ ୧୪ ମାର୍ଚ୍ଚ ୧୮୭୯ରେ ଜନ୍ମଗ୍ରହଣ କରିଥିଲେ। ସେ ୧୮ ଏପ୍ରିଲ ୧୯୫୫ ରେ ପ୍ରିନ୍ସଟନ୍ ୟୁନିଭରସିଟି ମେଡିକାଲରେ ୭୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସେ ଏତେ ସକ୍ରିୟ ଥିଲେ ଯେ ସେ ଇସ୍ରାଏଲର ସପ୍ତମ ବାର୍ଷିକୀ ପାଳନ କରିବା ପାଇଁ ଏକ ଭାଷଣ ଉପରେ କାର୍ଯ୍ୟ କରୁଥିଲେ। ହଠାତ୍ ପେଟ ଧମନୀରେ ଏକ ସମସ୍ୟା ଦେଖାଗଲା ଏବଂ ସେ ହଠାତ୍ ମରିଗଲେ । କିନ୍ତୁ ସେ ଦେଇଥିବା ନୀତିଗୁଡିକ ସାଧାରଣ ଲୋକଙ୍କ ଜୀବନକୁ ସିଧାସଳଖ ପ୍ରଭାବିତ କରିଥାଏ । ୧୯୨୧ ମସିହାରେ ତାଙ୍କୁ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା ।

Advertisement

ଆଇନଷ୍ଟାଇନଙ୍କ ମସ୍ତିସ୍କ ଅନ୍ୟଙ୍କ ତୁଳନାରେ ଭିନ୍ନ ଥିଲା –
ଆଇନଷ୍ଟାଇନଙ୍କ ମସ୍ତିସ୍କ ଅନ୍ୟମାନଙ୍କଠାରୁ ବହୁତ ଭିନ୍ନ ଏବଂ ବହୁତ ତୀକ୍ଷ୍ଣ ଥିଲା । ଜନ୍ମରୁ ତାଙ୍କ ମୁଣ୍ଡ ଟିକିଏ ବଡ ଥିଲା । ତେଣୁ ଯେତେବେଳେ ସେ ମୃତ୍ୟୁବରଣ କଲେ, ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟର ପାଥୋଲୋଜିଷ୍ଟ୍ ଡ. ଥୋମାସ୍ ଷ୍ଟୋଲ୍ଟଜ୍ ହାର୍ଭେ ଏହାକୁ ଚୋରି କରିଥିଲେ। ଆଇନଷ୍ଟାଇନଙ୍କର ବୋଧହୁଏ ଏକ ଧାରଣା ଥିଲା ଯେ ତାଙ୍କ ମସ୍ତିଷ୍କ ଉପରେ ଅନୁସନ୍ଧାନ କରାଯାଇପାରିବ, ତେଣୁ ସେ ପୂର୍ବରୁ ମନା କରିଦେଇଥିଲେ, ସେ ଚାହୁଁ ନଥିଲେ ଯେ ତାଙ୍କ ଶରୀର ଏବଂ ମସ୍ତିଷ୍କର ଅଧ୍ୟୟନ କରାଯାଉ। ବ୍ରାୟନ୍ ବୁରେଲଙ୍କ ପୁସ୍ତକ ଅନୁଯାୟୀ, ଆଇନଷ୍ଟାଇନ ଆଗରୁ ଲେଖିଛନ୍ତି ଯେ ତାଙ୍କ ମୃତଦେହକୁ ଟାମ୍ପରିଂ କରାଯିବା ଉଚିତ ନୁହେଁ। କିନ୍ତୁ ହାର୍ଭେ ତାଙ୍କ ପରିବାରର ଅନୁମତି ବିନା ତାଙ୍କ ମସ୍ତିଷ୍କ ଚୋରି କରିଥିଲେ । ଡାକ୍ତରଖାନା ମଧ୍ୟ ଥୋମାସଙ୍କୁ ମସ୍ତିଷ୍କ ଫେରାଇବାକୁ କହିଥିଲେ, କିନ୍ତୁ ସେ ଏହାକୁ ଫେରାଇ ନଥିଲେ ଏବଂ ଏହାକୁ ୨୦ ବର୍ଷ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ।

ସେ ମସ୍ତିଷ୍କକୁ ୨୪୦ ଖଣ୍ଡରେ କାଟିଥିଲେ।ପରେ ହାର୍ଭେ ଆଇନଷ୍ଟାଇନଙ୍କ ପୁଅ ହାନ୍ସ ଆଲବର୍ଟଙ୍କଠାରୁ ମସ୍ତିଷ୍କକୁ ନିଜ ପାଖରେ ରଖିବା ପାଇଁ ଅନୁମତି ନେଇଥିଲେ। ଅବଶ୍ୟ, ସର୍ତ୍ତ ଥିଲା ଯେ ଏହା କେବଳ ବିଜ୍ଞାନର ସ୍ୱାର୍ଥରେ ବ୍ୟବହୃତ ହେବ । କିନ୍ତୁ ଥୋମାସଙ୍କର ସେତିକି କ୍ଷମତା ନଥିଲା କି ସେ ଆଇନଷ୍ଟାଇନଙ୍କ ମସ୍ତିସ୍କକୁ ପଢିପାରିବେ । ତେଣୁ ସେ ମସ୍ତିଷ୍କକୁ ୨୪୦ ଖଣ୍ଡରେ କାଟି ଏକ ରାସାୟନିକ ସେଲୋଏଡିନରେ ଲୁଚାଇ ରଖିଥିଲେ । କିନ୍ତୁ ହାର୍ଭେଙ୍କ ପତ୍ନୀ ଏହାକୁ ପସନ୍ଦ ନଥିଲା। ତାଙ୍କର ଭୟ ହାର୍ଭେ ଆଇନଷ୍ଟାଇନଙ୍କ ମସ୍ତିସ୍କକୁ ଅନ୍ୟତ୍ର ନେଇଯାଇଥିଲେ । ସେ ଅନେକ ସ୍ଥାନରେ କାମ କରିଥିଲେ ଏବଂ ତାଙ୍କ ସହକର୍ମୀମାନଙ୍କ ସହିତ ମିଶି ଆଇନଷ୍ଟାଇନଙ୍କ ମସ୍ତିସ୍କ ଉପରେ ଗବେଷଣା ମଧ୍ୟ ଜାରି ରଖିଥିଲେ । ତାଙ୍କର ପ୍ରଥମ ରିସର୍ଚ ପେପର ୧୯୮୫ ରେ ପ୍ରକାଶିତ ହୋଇଥିଲା ଯେଉଁଥିରେ ଆଇନଷ୍ଟାଇନଙ୍କ ମସ୍ତିଷ୍କ ଅଧ୍ୟୟନ କରାଯାଇଥିଲା। ଆଇନଷ୍ଟାଇନଙ୍କ ମସ୍ତିଷ୍କ ଦୁଇ ପ୍ରକାରର କୋଷର ଅସ୍ୱାଭାବିକ ଅନୁପାତରେ ଗଠିତ ବୋଲି ଦାବି କରାଯାଇଥିଲା । ଏହା ପରେ ଆଉ ୫ ଟି ଅଧ୍ୟୟନ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ କେହି ତାଙ୍କ ମସ୍ତିସ୍ତକୁ ସଂପୂର୍ଣ୍ଣ ପଢିପାରିନାହାନ୍ତି

Leave a Reply

Your email address will not be published. Required fields are marked *