Pratidin TV

Odisha's Digital News Platform

ସ୍କୁଲ ସହ ପିଲା ଏବଂ ସମସ୍ତ ଶିକ୍ଷକଙ୍କ ଦାୟିତ୍ୱ ବୁଝିବେ ଏଆଇ ରବୋଟ, ମିଳିଲା ପ୍ରଧାନଶିକ୍ଷକଙ୍କ ଦାୟିତ୍ୱ..

1 min read

ବିଜ୍ଞାନ ଯୁଗରେ ଆଜି କାଲି ସବୁ କିଛି ସମ୍ଭବ ହୋଇଗଲାଣି । ଏବଂ ବୈଜ୍ଞାନିକଙ୍କ ଦ୍ୱାରା ଅନେକ ଟେକ୍ନୋଲୋଜି ପ୍ରସ୍ତୁତ ହେଉଛି ଯାହା ଆଜିକାଲି ସମସ୍ତ କଷ୍ଟ କାମକୁ ସହଜରେ କରାଯାଇ ପାରୁଛି । ବର୍ତ୍ତମାନ ଚାଲିଛି ଏଆଇ ର ଯୁଗ । ଆଜିକାଲି ବିଭିନ୍ନ କ୍ଷେତ୍ରରେ ଏଆଇର ପ୍ରବେଶ ଦେଖିବାକୁ ମିଳୁଛି । ତେବେ ଆଉ ଏକ କ୍ଷେତ୍ରରେ ପାଦ ଥାପିଛି ଏଆଇ । ବ୍ରିଟେନର ପଶ୍ଚିମ ସସେକ୍ସ ସ୍ଥିତ କଟସମୋର ବୋଡିଂ ସ୍କୁଲ ଏବେ ଏକ ନିଆରା ପ୍ରୟାସ କରିଛି । ନିଜ ସ୍କୁଲରେ ନିଯୁକ୍ତ କରିଛନ୍ତି ଏଆଇ ପ୍ରଧାନଶିକ୍ଷକ । ଯାହାର ନାଁ ଅବିଗେଲ ବେଲି । ବିଶ୍ୱର ପ୍ରଥମ ଏଆଇ ରୋବର୍ଟ ଯାହାକୁ ଏହି ସ୍କୁଲର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ମିଳିଛି । ଏହି ଏଆଇ ପ୍ରଧାନଶିକ୍ଷକ ସ୍କୁଲର ପ୍ରକୃତ ପ୍ରଧାନଶିକ୍ଷକ ଟମ୍ ରୋଗରସନ୍‌ଙ୍କୁ ତାଙ୍କ କାମରେ ସାହାଯ୍ୟ କରିବ । ଟମ୍‌ଙ୍କ କାମକୁ ହାଲୁକା କରିବା ପାଇଁ ତାଙ୍କୁ ଏହି ରୋବଟ୍ ଦିଆଯାଇଛି ।

ଯିଏକି ଟମ୍‌ଙ୍କୁ ସ୍କୁଲର ବିଭିନ୍ନ ପ୍ରସଙ୍ଗ, ଶିକ୍ଷକ, କର୍ମଚାରୀ ତଥା ପିଲାମାନେ ସମ୍ମୁଖୀନ କରୁଥିବା ବିଭିନ୍ନ ସମସ୍ୟାର ସାମାଧାନ ବାହାର କରିବାରେ ସାହାଯ୍ୟ କରିବ । ତା’ସହ ଏହା ଯେକୌଣସି ପ୍ରଶ୍ନର ଉତ୍ତର ଦେବାକୁ ମଧ୍ୟ ସେ ସକ୍ଷମ । ବ୍ୟବହାରକାରୀ ପ୍ରଶ୍ନ ଟାଇପ୍ କଲେ ଏହା ଆଲଗରଦିମ୍‌କୁ ଉପଯୋଗ କରି ଉତ୍ତର ଦେବ । ସେହିପରି ମେସିନ୍ ଲର୍ଣ୍ଣଂର ଗଭୀର ଜ୍ଞାନ ଓ ଏଜୁକେସନ୍ ମ୍ୟାନେଜମେଣ୍ଟ ଦ୍ୱାରା ଏହାକୁ ଡିଜାଇନ୍ କରାଯାଇଛି । ବହୁସଂଖ୍ୟକ ଡାଟାକୁ ବିଶ୍ଳେଷଣ କରିବାକୁ ମଧ୍ୟ ଏହା ସକ୍ଷମ । ପ୍ରଧାନଶିକ୍ଷକ ଭାବେ ସ୍କୁଲର ସବୁକାମ ଏକାକୀ କରିବାକୁ ହୋଇଥାଏ ବୋଲି ଟମ୍ କହିଛନ୍ତି । ଯଦିଓ ତାଙ୍କ ପାଖରେ ଅନେକ ଶିକ୍ଷକ ଅଛନ୍ତି, ତଥାପି ତାଙ୍କ କାର୍ଯ୍ୟରେ କେହି ଜଣେ ସାହାଯ୍ୟ କରିବା ନିହାତି ଆବଶ୍ୟକ ବୋଲି ଟମ୍ କହନ୍ତି । ଏହି ରୋବଟ୍ ଦକ୍ଷ ଶିକ୍ଷକଙ୍କ ସ୍ଥାନ ନେଉ ନାହିଁ, ବରଂ ସେମାନଙ୍କ ସାମର୍ଥ୍ୟକୁ ବୃଦ୍ଧି କରିବା ଏବଂ ପିଲାମାନଙ୍କୁ କିଭଳି ଉନ୍ନତମାନର ଶିକ୍ଷା ମିଳିବ ସେ ଦିଗରେ ସୁନିଶ୍ଚିତ କରିବା ହେଉଛି ଏଆଇ ନିଯୁକ୍ତିର ଉଦ୍ଦେଶ୍ୟ ବୋଲି ଟମ୍ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *