Pratidin TV

Odisha's Digital News Platform

୧୮ ଘଣ୍ଟାରେ ଆସି ଛୁଇଁବ ବାତ୍ୟା! ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ..

1 min read

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ଆଗାମୀ ୧୮ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ତେବେ ସକ୍ରିୟ ଗଭୀର ଅବପାତ ଗତ ୬ଘଣ୍ଟା ମଧ୍ୟରେ ସ୍ଥିର ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଗଭୀର ଅବପାତ ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି । ପାରାଦ୍ୱୀପଠାରୁ ଦକ୍ଷିଣରେ ୪୦୦ କିମି ଦୂରରେ ରହିଛି । ସେହିପରି ଦୀଘା ଠାରୁ ୫୯୦ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି । ବାତ୍ୟାର ରୂପ ନେବା ପରେ ଏହା ବାଂଲାଦେଶ ଆଡକୁ ଅଗ୍ରସର ହେବାକୁ ଥିବା ବେଳେ, ୨୫ ତାରିଖରେ ଖେପୁପରା ଓ ଚିଟ୍ଟାଗଙ୍ଗ ମଧ୍ୟରେ ଉପକୂଳ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ପାରାଦୀପରେ ଆଲର୍ଟ ଜାରି କରାଯାଇଛି । ସେପଟେ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଲା ମତ୍ସ୍ୟ ବିଭାଗ । ପାରାଦୀପର ଷଣ୍ଢକୁଦ, ନୂଆବଜାର, ଲକପଡା, ବାଲିପ୍ଲଟ, ନେହରୁବଙ୍ଗଳା, ଫିସିଙ୍ଗ ହାର୍ବର, ଚୌମୁହାଣି ଅଞ୍ଚଳରେ ଡାକବାଜି ଯନ୍ତ୍ର ଦ୍ୱାରା ସତର୍କ କରାଇଛନ୍ତି । ୨୭ ତାରିଖ ଯାଏ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମାଛଧରିବାକୁ ନଯିବାକୁ ସତର୍କ କରାଯାଇଛି । ସେହିପରି ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ କୂଳକୁ ଫେରିଆସିବାକୁ କୁହାଯାଇଛି । ୨୫ ତାରିଖ ସୁଦ୍ଧା ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବାତ୍ୟା ହମୁନ୍ । ଏହାର ପ୍ରଭାବରେ ଆଜିଠୁ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ଓ ୨୫ ତାରିଖରେ ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

Advertisement

Leave a Reply

Your email address will not be published. Required fields are marked *