Pratidin TV

Odisha's Digital News Platform

ରବିବାର ରେକର୍ଡ ଭାଙ୍ଗିଛି ଲିଓ, ହେଲାଣି ୨୦୦କୋଟିରେ ସାମିଲ ତଥାପି ହାତରେ ରହିଛି ଆଉ ୨ଦିନର ଛୁଟି..

ସାରା ଦେଶରେ ବର୍ତ୍ତମାନ ଜାରି ରହିଛି ଦକ୍ଷିଣ ଭାରତୀୟ ଫିଲ୍ମର କ୍ରେଜ । ବଲିଉଡରୁ ମୁହଁ ବୁଲାଇ ଦର୍ଶକ ଏବେ ସାଉଥ ଫିଲ୍ମର ମୁହାଁ ହେଉଛନ୍ତି । ଦକ୍ଷିଣ ଭାରତୀୟ ଫିଲ୍ମ ର କାହାଣୀ ପ୍ରତ୍ୟେକ ଭାରତୀୟଙ୍କମନରେ ଛାପ ଛାଡିଦେଉଛି । ସାଉଥର ପ୍ରତ୍ୟେକ କଳାକରଙ୍କ ଦମଦାର ଅଭିନୟ ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି । ସେ ପ୍ରଭାସ ,ଆଲୁଅର୍ଜୁନ,ବିଜୟ , ସୁରୟା , ମହେଶବାବୁ ,ରାମଚରଣ , ଏନଟିଆର ଭଳି ପ୍ରମୁଖ କଳାକାର ନ୍ଖକ୍ସ ଅଭିନୟର ଯାଦୁରେ ସାରା ଦେଶକୁ ବାନ୍ଧି ରଖିଛନ୍ତି । ସାଉଥ ଫିଲ୍ମ ହଲରେ ପଡୁ ପଡୁ ହାଉସ ଫୁଲ ହୋଇ ଯାଉି ।ସେ ପୁଣି ଦିନେ କି ୨ଦିନ ନୁହେଁ ଦୀର୍ଘ ଦିନ ଧରି ହଲରେ ରାଜ କରୁଛି ସାଉଥ ଫିଲ୍ମ । ତେବେ ୪ଦିନ ତଳେ ରିଲିଜ ହୋଇଥିବା ସାଉଥ ଫିଲ୍ମ ଏବେ ଧମାଲ କରୁଛି ।ସବୁ ହିନ୍ଦୀ ଫିଲ୍ମକୁ ପଛରେ ପକାଇ ମାତ୍ର ୪ଦିନରେ ୨୦୦ କୋଟି କ୍ଲବରେ ସାମିଲ ହୋଇଗଲାଣି । ବିଜୟ ଥାଲାପତିଙ୍କ ଫିଲ୍ମ ଲିଓ ସମସ୍ତ ଭାଷା ରିଲିଜ ହୋଇସାରିଛି । ହିନ୍ଦୀରେ ରିଲିଜ ହୋଇଥିବା ବେଳେ ଫିଲ୍ମଟି ଭଲ ବ୍ୟବସାୟ କରୁଛି ।

ମାତ୍ର ୪ଦିନରେ ୨୦୦ କୋଟି ଛୁଇଁବାକୁ ବସିଛି । ଏହି ଫିଲ୍ମରେ ଖଳ ନାୟକ ଭୂମିକାରେ ଦର୍ଶକଙ୍କ ମନ ଜିତୁଛନ୍ତି ସଂଜୟ ଦତ୍ତ । ଫଫିଲ୍ମର ବଜେଟ୍ ମାତ୍ର ୨୫୦ ରୁ ୩୦୦ କୋଟି ଅଟେ । ତେଣୁ ଏଥିରୁ ସ୍ପଷ୍ଟ ହୋଇଛି ଯେ ଫିଲ୍ମ ଏହାର ମୂଲ୍ୟ ବହୁଗୁଣ ଲାଭ କରିବ । ବର୍ତ୍ତମାନ ଲିଓ ରବିବାର ଅର୍ଥାତ୍ ଚତୁର୍ଥ ଦିନରେ ଏକ ବିଶାଳ ସଂଗ୍ରହ କରିଛନ୍ତି ଏବଂ ସୋମବାର ସୁଦ୍ଧା ଲିଓଙ୍କ ଆୟ ୨୦୦ କୋଟି ଟଙ୍କା ଅତିକ୍ରମ କରିଛି । ବିଜୟଙ୍କ ଫିଲ୍ମ ବିଜୟ ହାସଲ କରିଛି ଏବଂ ଚତୁର୍ଥରେ ୪୧.୫୦ କୋଟି ଟଙ୍କା ସଂଗ୍ରହ କରିଛି । ରବିବାର । ବର୍ତ୍ତମାନ ଏହି ଚଳଚ୍ଚିତ୍ରର ମୋଟ ଆୟ ୧୮୧.୩୫ କୋଟିରେ ପହଞ୍ଚିଛି । ସପ୍ତାହ ଶେଷରେ ସମସ୍ତ ଫିଲ୍ମରୁ ଯାହା ଆଶା କରାଯାଉଥିଲା ତାହା ଲିଓ କରି ଦେଖାଇଛିି । ଲୋକେଶ କାନାଗରାଜଙ୍କ ଫିଲ୍ମ ପାଇଁ ରାମ ନବମୀ ଏବଂ ଦଶହରା ଛୁଟି ମଧ୍ୟ ବାକି ଅଛି, ଏହି ୨ଦିନ ଛୁଟିରେ ମଧ୍ୟ ଫିଲ୍ମ ଇତିହାସ ସୃଷ୍ଟି କରିବ ।

Leave a Reply

Your email address will not be published. Required fields are marked *