Pratidin TV

Odisha's Digital News Platform

ଅବହେଳିତ ଅବସ୍ଥାରେ ମୟୂରଭଞ୍ଜର ପ୍ରଥମ ଏବଂ ସର୍ବପୁରାତନ ଶନିପୀଠ ; ଦୃଷ୍ଟି ଆକର୍ଷଣ ନିମନ୍ତେ ନଗରପାଳଙ୍କୁ ଦାବି….

1 min read

ବାରିପଦା : ମୟୂରଭଞ୍ଜର ବାରିପଦା ସହରରେ ରହିଅଛି ପ୍ରଥମ ଏବଂ ସର୍ବପୁରାତନ ଶନି ପୀଠ । ଏହି ପୀଠରେ ଗ୍ରହରାଜ ଶନିଦେବ ପୂଜାପାଇଥାନ୍ତି । ଲୋକଙ୍କ କହିବା ଅନୁସାରେ ୧୯୮୨ମସିହାରେ ସେହି ସ୍ଥାନର କିଛି ଲୋକଙ୍କ ସହାୟତାରେ ଏହି ପୀଠଟି ସ୍ଥାପନ ହଇଥିଲା । ଏହି ଶନିବାବାଙ୍କ ପାଖରୁ ଆଜ୍ଞାମାଳ ନେଇ ମୟୂରଭଞ୍ଜରେ ଥିବା କିଛି ଅଞ୍ଚଳରେ ଶନିମନ୍ଦିର ନିର୍ମାଣ ହୋଇଛି । ଯାହାକି ବର୍ତ୍ତମାନ ଏହି ମନ୍ଦିରଟି ମୟୂରଭଞ୍ଜର ଗର୍ବ ଓ ଗୌରବର ଏକ ପୀଠସ୍ଥଳି ଅଟୋ ପ୍ରତ୍ୟେକ ଶନିବାର ଶନିଦେବଙ୍କ ଦର୍ଶନ ଓ ପୂଜା ପାଇଁ ଓଡିଶା ସହିତ ଅନ୍ୟ ରାଜ୍ୟର ଯଥା ପଚିଂମବଙ୍ଗ ଏବଂ ଝାଡ଼ଖଣ୍ଡ ରୁ ହଜାର ହଜାର ଭକ୍ତ ଏହି ଶନି ପୀଠକୁ ଆସିଥାନ୍ତି । ବର୍ତ୍ତମାନ ଏହି ପୀଠଟି ଅତ୍ୟନ୍ତ ଜରାଜୀର୍ଣ ଅବସ୍ଥାରେ ପଡିରହିଛି ।ଏହି ପୀଠ କୁ ଆସିବା ପାଇଁ ଏକ ପକା ରାସ୍ତା ନାହିାଁ ଅଳ୍ପ ବର୍ଷାରେ ଏହି ଶନିପୀଠରେ ପାଣି ପସିଯାଉଅଛି ।

ସରକାର ମନ୍ଦିର, ମଜ୍ଜିଦ, ସ୍ମଶାନ ପୋଖରୀର ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବଡ ଦୁଃଖର କଥା ମୟୂରଭଞ୍ଜର ସଦର ମହକୁମା ବାରିପଦା ଠାରେ ଥିବା ଏହି ଶନି ପୀଠଟି ବର୍ତ୍ତମାନ ସୁଧା ସରକାରଙ୍କ ତରଫରୁ ଅଣଦେଖା କରାଯାଉଅଛି । ସରକାର ଏଥି ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଭକ୍ତ ମାନେ ଏବଂ କମିଟି ସଦସ୍ୟ ମାନେ ଦୀର୍ଘ ଦିନରୁ ସରକାରଙ୍କ ପାଖରେ ଦାବି କରି ଆସୁଛନ୍ତି ।

Advertisement

Leave a Reply

Your email address will not be published. Required fields are marked *