Pratidin TV

Odisha's Digital News Platform

ବର୍ଷକୁ ମାତ୍ର୧୫ ଦିନ ପାଇଁ ଖୋଲୁଛି ମନ୍ଦିର,ଉଇ ହୁଙ୍କାରେ ପୂଜା ପାଉଛନ୍ତି ମା’ ଦଣ୍ଡକାଳୀ…

1 min read

ଗଜପତି: ହିନ୍ଦୁ ଧର୍ମରେ ଅନେକ ଦେବା ଦେବି ରହିଛନ୍ତି । ବିଭିନ୍ନ ସ୍ଥାନରେ କୈାଣସି କାରଣକୁ ନେଇ ଦେବା ଦେବିଙ୍କର ସ୍ୱତନ୍ତ୍ର ପରିଚୟ ରହିଥାଏ । କେଉଁଠି ପାତାଳ ଫୁଟି ଦେବାଦେବୀ ଆର୍ବିଭାବ ହୋଇଥାନ୍ତି ତା ଆଉ କେଉଁଠି ପାଣିଭିତରେ ପୁଜା ପାଇଥାନ୍ତି । ସେହିପରି ଆମ ଓଡିଶାରେ ମଧ୍ୟ ପ୍ରସିଦ୍ଧ ଦେବାଦେବିଙ୍କର ଅନେକ କିମ୍ବଦନ୍ତୀ ରହିଛି । ତେବେ ଗଜପତି ଜିଲ୍ଲା ସହରରେ ରହିଛି ଦଣ୍ଡମାଆଙ୍କ ପୀଠ । ମନ୍ଦିର ଭିତରେ ରହିଛି ଗୋଟିଏ ଉଇ ହୁଙ୍କା । ଆଉ ତାହାରି ଭିତରେ ବିଜେ କରିଛନ୍ତି ମାଆ ଦଣ୍ଡକାଳୀ । ବର୍ଷକୁ ମାତ୍ର ୧୫ ଦିନ ପାଇଁ ଆଶ୍ୱିନ ମାସରେ ଖୋଲାଥାଏ ମା’ଙ୍କ ମନ୍ଦିର । ବିଜୟା ଦଶମୀର ଠିକ୍ ପର ଦିନ ମନ୍ଦିର ବନ୍ଦ ହୋଇଯାଏ । ଉଇ ହୁଙ୍କା ଭିତରେ ପୂଜା ପାଉଛନ୍ତି ଦଣ୍ଡମାଆ । ମାଆ ପ୍ରତ୍ୟକ୍ଷ ଦେବୀ ହୋଇଥିବାରୁ ଭକ୍ତଙ୍କ ମନସ୍କାମନା ପୂରଣ କରିଥାନ୍ତି । ସେଥିପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ । ମହାସପ୍ତମୀ ଠାରୁ ଆରମ୍ଭ ହୋଇଥିବା ଏହି ପୂଜାରେ ବହୁ ଦୂରଦୂରାନ୍ତରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଆସି ମାଆଙ୍କ ଆଶୀର୍ବାଦ ନେଉଛନ୍ତି । ବର୍ତ୍ତମାନ ନବରାତ୍ର ପୂଜା ଚାଲିଥିବାରୁ ଏହି ସ୍ଥାନରେ ଲୋକଙ୍କ ପ୍ରବଳ ଭିଡ ଲାଗିରହୁଥିବା ଦେଖିବାକୁ ମିଳିଛି । ଓଡ଼ିଶା ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶହଶହ ଶ୍ରଦ୍ଧାଳୁ ମାନେ ଏହି ସ୍ଥାନକୁ ଆସି ମାଆଙ୍କ ଆଶୀର୍ବାଦ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି ।

Advertisement

Leave a Reply

Your email address will not be published. Required fields are marked *